-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
18-Oct-2021
କଣ୍ଟାବାଞ୍ଜି(ଆନନ୍ଦ ମୋଟେ) :: ପ୍ରେସ କ୍ଲବ କଣ୍ଟାବାଞ୍ଜି ତରଫ ରୁ ସ୍ଥାନୀୟ ହରିଭବନ ପରିସର ରେ ସୂଚନା ଅଧିକାର ଆଇନ 2005 ଉପରେ ଗୋଟିଏ କର୍ମଶାଳା ଆୟୋଜନ କରାଯାଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ପୋଲିସ ଏସଡ଼ିପିଓ ହୃଷିକେଶ ମେହେର ଯୋଗ ଦେଇଥିଲେ ଏବଂ କର୍ମଶାଳା କୁ ଉଦଘାଟନ କରିଥିଲେ ଏବଂ ପ୍ରେସ କ୍ଲବ ତରଫରୁ ଯେଉଁ ଭଲ ସେବା କାର୍ୟ୍ଯ ଏବଂ ସେମିନାର ଆୟୋଜନ କରିଥିବାରୁ ପ୍ରଶଂସା କରିଥିଲେ ଏବଂ ସୂଚନା ଅଧିକାର ଉପରେ ନିଜର ମତ ରଖିଥିଲେ, ଅନ୍ୟତମ ଅତିଥି ଏବଂ ସୂଚନା ଅଧିକାର ଆଇନ ଉପରେ ପ୍ରଶିକ୍ଷକ ଭାବେ ଓଡ଼ିଶା ହାଇକୋର୍ଟ ର ଓକିଲ ଆଶିଷ କୁମାର ମିଶ୍ର ଯୋଗ ଦେଇଥିଲେ ଏବଂ ସୂଚନା ଅଧିକାର ଆଇନ 2005 ର କାର୍ୟ୍ଯକାରିତା ଏବଂ ଏହାର ଉପଯୋଗ ଉପରେ ବିସ୍ତୃତ ଭାବେ ବୁଝାଇଥିଲେ ଏହା ସହ ଏହି ଆଇନ ଉପରେ ସରକାରୀ କର୍ମଚାରୀ ଏବଂ ଦାୟିତ୍ୱ ରେ ଜନସୂଚନା ଅଧିକାରୀ ଏବଂ ଅପିଲ ଅଧିକାରୀ ଦାୟିତ୍ବବାନ ହେବା ଜରୁରୀ ବୋଲି କହିଥିଲେ, ଏହି କର୍ମ ଶାଳା ର ସଭାପତିତ୍ୱ ପ୍ରେସ କ୍ଲବ ର ସଭାପତି ପ୍ରବଜିତ ସିଂହ ସାଲୁଜା କରିଥିଲେ, ମଞ୍ଚ ପରିଚାଳନା ଉପ ସଭାପତି ମନୋଜ ଶର୍ମା କରିଥିଲେ ଏବଂ ଧନ୍ୟବାଦ ଅର୍ପଣ ସଭ୍ୟ ଯୁଗଳ କିଶୋର ଶବର ଦେଇଥିଲେ ଉକ୍ତ କର୍ମଶାଳା ଯୋଗ ଦେଇଥିବା ସୁଚନା ଅଧିକାର କର୍ମୀ ମାନ ଙ୍କ ପ୍ରଶ୍ନ ର ଉତ୍ତର ପ୍ରଶିକ୍ଷକ ଆଶିଷ କୁମାର ମିଶ୍ର ରଖି ଥିଲେ,ପ୍ରେସ କ୍ଲବ ତରଫରୁ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ସାମ୍ୱାଦିକ, ଓକିଲ, ସମାଜସେବୀ,ସରକାରୀ କର୍ମଚାରୀ, ଜନପ୍ରତିନିଧି,ସୂଚନା ଅଧିକାର କର୍ମୀ ଯୋଗ ଦେଇଥିଲେ, ଏହି କାର୍ୟ୍ଯକ୍ରମ କୁ ସଫଳ କରିବା ପାଇଁ ପ୍ରେସ କ୍ଲବ ର କାର୍ୟ୍ଯକାରୀ ସଭାପତି ସୁରଦାସ ବାଗ, ପରାମର୍ଶଦାତା ଆଶିଷ ଖେତାନ, ଆନଂଦ ମୋଟେ, ବଣ୍ଟି ଗୁପ୍ତା,ରୋହନ ମହତ,ଜଗମୋହନ ତାଣ୍ଡି,ବିଶିକେଶନ ମାଝୀ, ପ୍ରମୁଖ ଉପସ୍ଥିତ ଥିଲେ ପ୍ରେସ କ୍ଲବ ତରଫରୁ ଏପରି ସଚେତନ କାର୍ଯ୍ୟକ୍ରମ କରୁଥିବା ରୁ ଜନ ସାଧାରଣ ରେ ପ୍ରଶଂସା କରା ଯାଉଛି