-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
18-Oct-2021
ବିରାମହରାଜପୁର ( ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବିରାମହରାଜପୁର ବ୍ଲକ କେଲଗାଁ ଠାରେ କ୍ଲିନ୍ ଇଣ୍ଡିଆ ସ୍ଵଚ୍ଛତା ପକ୍ଷ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଓ ସମଲେଶ୍ଵରୀ ସ୍ପୋଟିଂ କ୍ଲବ ର ମିଳିତ ଆନୁକୁଲ୍ୟରେ ସଫେଇ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସ୍ବଚ୍ଛତା ଉପରେ ଏକ ସଭା ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ଯ ଅତିଥି ଭାବେ ଗ୍ରାମର ୱାର୍ଡ ମେମ୍ବର ସନାତନ ଭରାସାଗର୍ ଯୋଗଦେଇ ସ୍ଵଚ୍ଛତା ଉପରେ ଆଲୋକ ପାତ କରିଥିଲେ । କାର୍ଯ୍ୟକ୍ରମ କୁ ନେହେରୁ ଯୁବ କେନ୍ଦ୍ର ର ସଦସ୍ଯ ସ୍ଵେଚ୍ଛାସେବୀ ସୁଦର୍ଶନ ସାଗର ପରିଚାଳନା କରିଥିବା ବେଳେ ଦ୍ରୋଣ ବେହେରା, ଟିମନ୍ ବେହେରା, ହିତ୍ ମଲ୍ ବେହେରା, ରାଜେଶ୍ ବେହେରା, ଟିଟୁ ବେହେରା, ବୁଲୁ ବେହେରା, କର୍ଣ୍ଣ ବେହେରା, ବୁଲୁ ସାଗର, ସୁନା ଜାମୁଡାଲି, ଠାକୁର ବାଦି, କନ୍ଧର୍ପ ଜ।ମୁଡାଳି, ଦୁଶାସନ ବେହେରା, ଗଣେଶ ଭରାସାଗର, ସୁଶାନ୍ତ ରଣବିଡା, ଚନ୍ଦନ କଅଁର, ନୀଳାଚଳ ବେହେରା, ବନମାଳୀ କଅଁର ଓ କ୍ଲବର ଅନ୍ଯାନ୍ଯ ସଦସ୍ଯ ମାନେ ଯୋଗ ଦେଇଥିଲେ । ଶେଷରେ ସୁରୁବାବୁ ଭୋଇ ଧନ୍ଯବାଦ ଅର୍ପଣ କରିଥିଲେ ।