-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
18-Oct-2021
ଲୋଇସିଂହା, (ପ୍ରେରଣା ଖବର) "କାଳିଆ" ଯୋଜନାରେ ସହାୟତା ପାଉଥିବା ଚାଷୀଙ୍କ ବାବଦରେ ସବିଶେଷ ତଥ୍ୟ ଦାଖଲ ପାଇଁ ରାଜ୍ୟ ସରକାର କୃଷି ବିଭାଗକୁ ନିର୍ଦେଶ ନାମା ଜାରି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଲୋଇସିଂହା ବ୍ଲକର ୨୦ ଟି ଯାକ ପଂଚାୟତର ଚାଷୀଙ୍କ ଠାରୁ ରବିବାର ସ୍ଥାନୀୟ କୃଷି ବିଭାଗ କୃଷକ ସାଥି ଏବଂ ସହଯୋଗୀଙ୍କ ଜରିଆରେ ଏକ ସର୍ବେକ୍ଷଣ ପତ୍ର ସଂଗ୍ରହ କରିବା ଜାରି ରଖିଛି । ତେବେ କେଉଁ ପଂଚାୟତରେ ସର୍ବେକ୍ଷଣ ପତ୍ର ପିଛା ୫ ଟଙ୍କା ଆଦାୟ କରାଯାଉ ଥିବା ବେଳେ ଆଉ କେଉଁଠି ଫର୍ମ ପୂରଣ ନାଁରେ ଜଣ ପିଛା ୫୦ ଟଙ୍କା ଅସୁଲି କରାଯାଇଥିବା ଅଭିଯୋଗ ହୋଇଛି । ବୁର୍ଡ।, ବାଦୀଵାହାଲ, ବୁଢ଼ୀପଦର ପଂଚାୟତରେ ଫର୍ମ ଗୋଟାକ ୫ ଟଙ୍କା ଦରରେ ସ୍ଥାନୀୟ ଦୋକାନରେ ବିକ୍ରି ହେଉଥିବା ବେଳେ ହୀରାପୁର ପଞ୍ଚାୟତର ମଣ୍ଡିଆପଦର, ବାର୍ଡୁଲ, ଗୋପାଳପୁର, ହୀରାପୁର ଗାଁରେ ଜଣପିଛା ୫୦ ଟଙ୍କା ଅସୁଲି କରାଯାଇଥିବା ଅଭିଯୋଗ ହୋଇଛି । କାହିଁକି ଏବଂ କଣ ପାଇଁ ଏହି ଟଙ୍କା ଅସୁଲି କରାଯାଇଛି, ସେ ନେଇ ବିଭାଗୀୟ କର୍ମଚାରୀ ମାନେ କୌଣସି ସୂଚନା ଦେଇପାରି ନ ଥିଲେ । ଲୋଇସିଂହା ବ୍ଲକ କୃଷି ଅଧିକାରୀ ଉମାଶଙ୍କର ମିଶ୍ରଂକୁ ଏ ବାବଦରେ ପଚାରିବାରୁ ସେ ଏ ନେଇ ଅବଗତ ନ ଥିବା ପ୍ରକାଶ କରିଥିଲେ । ବିଭାଗୀୟ ଉଛ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହୋଇଛି ।