-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
17-Oct-2021
ଲୋଇସିଂହା/ଆଗଲପୁର, (ବିନୋଦ କୁମାର ଦୀପ): ଆଗଲପୁର ବ୍ଲକ ଅନ୍ତର୍ଗତ କୁଟାସିଙ୍ଗl ଠାରେ ମା ଅଭୟା ସ୍ପୋର୍ଟିଂ ତରଫରୁ ଆୟୋଜିତ ସ୍ବର୍ଗତ ଯବାନ ସୁମନ୍ତ ପଧାନ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଦୀର୍ଘ ୫ ଦିନ ଧରି ଚାଲିଥିବା ଫାଇନାଲ ମ୍ୟାଚରେ ଗଧlପାଲି ଓ ଡୁଡୁକା ମଧ୍ୟରେ ଫାଇନାଲ ହୋଇଥିଲା ଏଥିରେ ଗଧlପାଲି ଡୁଡୁକା କୁ ୧-୦ ଗୋଲରେ ପରାସ୍ତ କରିକି ଚାମ୍ପିୟନ ହୋଇଥିଲା l ଫାଇନାଲ ଦିବସରେ ମୁଖ୍ୟ ଅତିଥି ଭାବରେ ବିଜୁ ଜନତା ଦଳ ରାଜ୍ୟ ପରିଷଦ ସଦସ୍ୟ ନିହାର ରଂଜନ ବେହେରା ଯୋଗ ଦେଇ ଚାମ୍ପିୟନ ଟିମ କୁ ପୁରସ୍କାର ବିତରଣ କରିଥିଲେ l ଅନ୍ୟତମ ସମ୍ମାନିତ ଅତିଥି ଭାବରେ ପୂର୍ବତନ ସରପଞ୍ଚ
ଗୋବର୍ଧନ ସାହୁ,ସମିତି ମେମ୍ବର ଙ୍କ ପ୍ରତିନିଧି ପ୍ରକାଶ ବେହେରା, ଲଛିପୁର କଲେଜ ଅଧ୍ୟାପିକା କଲ୍ୟାଣୀ ମିଶ୍ର, ଯୁବ ସଭାପତି ନାରାୟଣ ସାହୁ, ଛାତ୍ର ସଭାପତି ଆନନ୍ଦ ଯୋଶୀ, ଜିଲ୍ଲା ଛାତ୍ର ଉପସଭାପତି ଟିପଲୂ କଦମ ପ୍ରମୁଖ ଯୋଗଦାନ କରିଥିଲେ,ଅଭୟl ସ୍ପୋର୍ଟ ର ସଦସ୍ୟ ମାନେ ଗଣେଶ ପାଣ୍ଡେ, ରବୀନ୍ଦ୍ର ଦାସ, ସୁବାଷ ଭୁଏ, ଜିତୁ ସାହୁ, ବନମାଳୀ ପାତ୍ର, ଶ୍ରୀକାନ୍ତ ପାଣ୍ଡେ, ସୁରେଶ ସାହୁ ପ୍ରମୁଖ ସହଯୋଗ କରିଥିଲେ