-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
17-Oct-2021
ବିନିକା:(ହିମାଂଶୁ ଶେଖର ପୁଟେଲ) ବିନିକା ବ୍ଲକ ଅନ୍ତର୍ଗତ ସିଲାଟିରେ ବ୍ୟଙ୍ଗକବି ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି l ପ୍ରାରମ୍ଭରେ ଅତିଥି,ଆୟୋଜକ ଓ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ବିନିକା ମାଟିର ସନ୍ତାନ ତଥା ବିଶିଷ୍ଟ ନାଟ୍ୟକାର ସ୍ବର୍ଗତ ଅଟଳ ବିହାରୀ ପଣ୍ଡାଙ୍କ ଅମର ଆତ୍ମାର ସଦଗତି ପାଇଁ ୧ ମିନିଟ ନୀରବ ପ୍ରାର୍ଥନା କରି ତାଙ୍କ ଫଟୋ ଚିତ୍ର ଉପରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଗ୍ରାମର ବିଶିଷ୍ଟ ବ୍ୟକ୍ତି କୃଷ୍ଣଚନ୍ଦ୍ର ସାଙ୍କ ସଭାପତିତ୍ବ ଓ ରାଜମଣି ସାହୁଙ୍କ ସଂଯୋଜନାରେ ଅନୁଷ୍ଟିତ ସମ୍ବିଲନିରେ ସ୍ବର୍ଗତ ଅଟଲଙ୍କ ମଧ୍ୟମପୁତ୍ର ନାଟ୍ୟକାର ଅଶ୍ଵିନୀ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ବର୍ଗତ ବାପାଙ୍କ ଅମ୍ଳାନ ଜୀବନଦର୍ଶି ଉପରେ ଆଲୋକପାତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ କବି ହରିଲାଲ ସାହୁ, ରାମପ୍ରସାଦ ବାଘ, ଅମୂଲ୍ୟ ବେହେରା, ଅର୍ଜୁନ ସାହୁ, ପ୍ରତାପ ଚୌହାନ ପ୍ରମୁଖ ଯୋଗଦେଇ ବ୍ୟଙ୍ଗ କବିତା ମାଧ୍ୟମରେ ଉପସ୍ଥିତ ଦର୍ଶକଙ୍କୁ ମୋହିତ କରିଥିଲେ l ଏହି ଅବସରରେ ଆୟୋଜକ
ଙ୍କ ତରଫରୁ ମୁଖ୍ୟ ଅତିଥି ଶ୍ରୀ ପଣ୍ଡାଙ୍କୁ ଅଟଳ ସ୍ମୁତି ସମ୍ମାନରେ, ମେଧାବୀ ଛାତ୍ର ଓମ ପ୍ରକାଶ ଖମାରୀଙ୍କୁ ଅଟଳ ଶିକ୍ଷା ଜ୍ୟୋତି ସମ୍ମାନରେ ସମ୍ମାନିତ କରାଯାଇଥିଲା l ସେହିପରି ରାଜେନ୍ଦ୍ର କଲେଜ କବିତା ଆବୃତିରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ଅଂଶୁମାନ ସାହୁ ଏକ କବିତା ଆବୃତ୍ତି କରି ସମସ୍ତଙ୍କୁ ମୁଗ୍ଧ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ଜଗନ୍ନାଥ ଯୁବକ ସଂଘର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l