-+91-9937148622 |

prerana_bgr@rediffmail.com |

  Sunday 26th July 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରବଳ ବର୍ଷା ଯୋଗୁଁ ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ ରେ ଘରେ ପାଣି ପଶିବା ଯୋଗୁଁ ଲୋକେ ହଇରାଣ ହରକତ    (26-Jul-2026)       ||      *ବ୍ରାହ୍ମଣ ଏକତା ମଞ୍ଚ ର ସାମ୍ବାଦିକ ସମ୍ମିଳନୀ*-   (26-Jul-2026)       ||      ସ୍ୱଭାବକବି ଗଙ୍ଗାଧରଙ୍କ ପୌତ୍ରବଧୂ ପ୍ରେମଶୀଳା ମେହେରଙ୍କ ବିୟୋଗ   (26-Jul-2026)       ||      ଗାଳ୍ପିକ ମନୋଜ ପୂଜାରୀ ଙ୍କ ଚତୁର୍ଥ ଗଳ୍ପ ସଂକଳନ ବାଘ ଭୟ ର ଲୋକାର୍ପଣ    (26-Jul-2026)       ||      *ସ୍ୱାଧୀନତା ସଂଗ୍ରାମୀ ବୀରାଙ୍ଗନା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦେବାକୁ ଲୋକସଭାରେ ଉଠିଲା ଦାବି*   (26-Jul-2026)       ||      ଶିଆଲଯୋର ରେ ଅସୁବିଧା ରେ ଅଛନ୍ତି ବୁଣାକାର... ଉଚିତ ଦାମରେ ଚାଷୀ ସାର ପାଉନାହାନ୍ତି ଚାଷୀ   (26-Jul-2026)       ||      ବାରମ୍ବାର ରାସ୍ତା ନିର୍ମାଣ: ବିକାଶର ପ୍ରତୀକ ନା ସରକାରୀ ଅର୍ଥର ଅପବ୍ୟୟ?   (26-Jul-2026)       ||      ଲୋୟରସୁକତେଲ ପ୍ରକଲ୍ପରୁ ଛଡାଗଲା ଚଳିତବର୍ଷର ପ୍ରଥମବନ୍ୟାଜଳ   (26-Jul-2026)       ||      *ବି.ଏମ୍.ସେମଲା ଠାରେ ସେବାୟତ ମାନଙ୍କୁ ନେଇ ସାଂଗଠନିକ ବୈଠକ ଅନୁଷ୍ଠିତ*   (26-Jul-2026)       ||      ଲାଲଟିକ୍ରା ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   (26-Jul-2026)       ||      *୮ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଂଘ*   (26-Jul-2026)       ||      ବରପାଲିରେ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରଶାସନିକ ବୈଠକ ।   (26-Jul-2026)       ||      ଓମ୍ଫେଡ୍ ପକ୍ଷରୁ ୫୫ ଗୋଟି ଦୁଗ୍ଧ ସମବାୟ ସମିତିକୁ ମାଇକ୍ରୋ ଏଟିଏମ୍ ପ୍ରଦାନ • ସହଜ ଓ ସୁଗମ ହେବ ଦୁଗ୍ଧ ଚାଷୀଙ୍କ ଆର୍ଥିକ କାରବାର   (26-Jul-2026)       ||      ଏ ଆଇ ଏଫ ଏଫ୍ ଲେଭେଲ–୫ ସହକାରୀ ରେଫରି ପିଙ୍କିଙ୍କୁ ବରପାଲି ଆଥେଲେଟିକ ଆସୋସିଏସନ୍ ଦ୍ୱାରା ସମ୍ବର୍ଦ୍ଧନା   (26-Jul-2026)       ||      ନିଟ୍ ବିବାଦ ପରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା; ଜନ୍ତର୍ ମନ୍ତର୍ ଆନ୍ଦୋଳନ ପରେ ବଡ଼ ରାଜନୈତିକ ଘଟଣା   (25-Jul-2026)       ||      ଯୁବୋଦୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ   (25-Jul-2026)       ||      ବିଭିନ୍ନ ନିଗମ ଏବଂ ବୋର୍ଡର ଅଧ୍ୟକ୍ଷ ନିଯୁକ୍ତିରେ ବିଳମ୍ବ ହେତୁ, ଓଡ଼ିଶା ବିଜେପି ବିପଦରେ          (25-Jul-2026)       ||      ପ୍ରବଳ ଜନସମାଗମ ରେ ଅନୁଷ୍ଠିତ ହେଲା ଖର୍ଡ଼ା ବାହୁଡା ରଥଯାତ୍ରା   (25-Jul-2026)       ||      ଗଣତାନ୍ତ୍ରିକ ଆନ୍ଦୋଳନର ବିଜୟ ଉପଲକ୍ଷେ ଏଆଇଡିଏସଓର ଅଭିନନ୍ଦନ ସଭା|   (25-Jul-2026)       ||      ନିଟ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ କୁ ନେଇ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ   (25-Jul-2026)       ||     

HOME   ରାଜ୍ୟ

କଣ୍ଟାବାଞ୍ଜି ଆସିବେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱନି ବୈଷ୍ଣବ : ଏଥର କଣ୍ଟାବାଞ୍ଜିର ଭାଗ୍ୟ ବଦଳିବ ! ସବୁ ସମୟରେ କଣ୍ଟାବାଞ୍ଜି ରେଲୱେ କ୍ଷେତ୍ରରେ ଉପେକ୍ଷିତ! ଦାୟୀ କିଏ ? 

19-Aug-2021



କଣ୍ଟାବାଞ୍ଜି, (ଆନନ୍ଦ କୁମାର ମୋଟେ ): ବଲାଙ୍ଗୀର ଜିଲ୍ଲା ଗରିବ ଦଳିତ ବହୁଳ ଏବଂ ଶିଳ୍ପବିହୀନ ଜିଲ୍ଲା ହୋଇ ଥିବାରୁ ଏହି ଜିଲ୍ଲାରୁ ଲକ୍ଷ ଲକ୍ଷ ଲୋକ ପ୍ରତିବର୍ଷ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟକୁ ଯାଇଥାନ୍ତି । ଜିଲ୍ଲାର କଣ୍ଟାବାଞ୍ଜି ଅଂଚଳକୁ ଦାଦନ ରାଜଧାନୀ ମଧ୍ୟ ଲୋକେ କହିଥାନ୍ତି । କଣ୍ଟାବାଞ୍ଜି ସହରରେ ବ୍ରିଟିଶ ଅମଳରୁ ଏକର ଏକର ରେଲୱେର ଜମି ରହିଛି । ହେଲେ ବର୍ତମାନ ସମୟରେ ଏହି ଜମି ଖତ ଖାଉଛି । ୧୯୩୬ ମସିହାରୁ ଏହି ଅଂଚଳରୁ ଲୋକ ରେଳସେବା ପାଇ ଆସୁଛନ୍ତି । କିନ୍ତୁ ଏଠାରେ ଥିବା ରେଳ ବିଭାଗ କୃତପକ୍ଷ ଖାଲି ପଡି ରହିଥିବା ୭୫୦ ଏକର ଜମି ପାଇଁ ବହୁ ସରକାର ଯୋଜନା କରିଛନ୍ତି ଜମି ଚିହ୍ନିତ ମଧ୍ୟ ହୋଇଛି, ରେଳ ବଜେଟରେ କଣ୍ଟାବାଞ୍ଜିର ରେଲୱେ ଜମିରେ ବିଭିନ୍ନ ପ୍ରକଳ୍ପ ପାଇଁ ଘୋଷଣା କରିଥିଲେ ମଧ୍ୟ ଆଜି ଯାଏ ଇଟା ଟିଏ ମଧ୍ୟ ପଡି ନାହିଁ, ଯାହା ଦ୍ୱାରା ଏହି ଅଂଚଳର କୌଣସି ଆଖିଦୃଶିଆ ଉନ୍ନତି ହୋଇପାରି ନାହିଁ । ଚଳିତ ମାସ ୨୨ ତାରିଖ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ବଲାଙ୍ଗିର ଗସ୍ତର କାର୍ଯ୍ୟକ୍ରମ ରହିଛି । ବଲାଙ୍ଗିର ଗସ୍ତ ସମୟରେ କଣ୍ଟାବାଞ୍ଜିରେ କିଛି ସମୟର କାର୍ଯ୍ୟକ୍ରମ ରହିଥିବା ଜଣାଯାଏ । ଜନ ଆର୍ଶୀବାଦ ଯାତ୍ରାରେ ଆସୁଥିବା କେନ୍ଦ୍ର ମନ୍ତ୍ରୀ ରେଳୱେ କ୍ଷେତ୍ରରେ କଣ୍ଟାବାଞ୍ଜି ଭାଗ୍ୟ ବଦଲାଇବେ ବୋଲି ବିଜେପି ନେତା ମାନେ ଦୃଢୌକ୍ତି ସହ କହୁଛନ୍ତି । ଅନ୍ୟ ପକ୍ଷରେ ରେଳ ବଜେଟ ୨୦୧୦ ଅନୁଯାୟୀ କଣ୍ଟାବାଞ୍ଜିରେ ୫୦ ଏକର ଜମିରେ ରେଳଡ଼ବା କାରଖାନା, ୩୨ ଏକର ଜମିରେ ଲଜିଷ୍ଟିକ ଟରମିନାଲ, ୫ ଏକର ଜମିରେ ଜେନେରାଲ ସ୍ପେସାଲିଟି ହସପିଟାଲ, ୨୦ ଏକର ଜମିରେ ମଲଟି୍ ସ୍ପେସାଲିଟି ହସପିଟାଲ, ୨ ଏକର ଜମିରେ କମ୍ୟୂନିଟି ହଳ, ୨୦୦ ମିଟରରେ ଓପିଡି ଏବଂ ଡାଇଗୋନଷ୍ଟିକ ସେଣ୍ଟର ପାଇ ଜମି ଚିହ୍ନଟ କରାଯାଇଥିଲା ସେହିପରି ୨୦୧୭ ମସିହାରେ ବିଦ୍ୟୁତ ଲୋକୋ ସେଡ୍ ପାଇଁ ୩୩୦.୭୩ କୋଟି ଏବଂ ମେମୋ ରେକ ମରାମତି ୱାକ୍ସଅପ୍ ୧୯୫.୨୩ କୋଟିର ପ୍ରସ୍ତାବ ପ୍ରକଲ୍ପ ପାଇଁ ରେଲୱେ ମନ୍ତ୍ରାଳୟକୁ ପଠାଯାଇଥିଲା । ହେଲେ କୌଣସି ପ୍ରକଳ୍ପ କୁ ଅନୁମୋଦନ ମିଳିଲା ନାହିଁ । ଇସ୍ପାତ ଏକ୍ସପ୍ରେସ ଟ୍ରେନ ଟିଟିଲାଗଡ଼ ରୁ ହାବଡା ବର୍ତମାନ ଚାଲୁଛି ତାହାକୁ କଣ୍ଟାବାଞ୍ଜି ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ପାଇଁ ଦୀର୍ଘ ୧୩ ବର୍ଷ ରୁ ଜନସାଧାରଣ ଏବଂ ବିଭିନ୍ନ ସଂଗଠନ ଦାବି କରୁଛନ୍ତି ତାହା ମଧ୍ୟ ଆଜି ଯାଏ ହୋଇପାରି ନାହିଁ । କଣ୍ଟାବାଞ୍ଜି ରୁ ଜୟପୁର ଭାୟା ରାଜ ଖଡିଆଳ ନୁଆ ରେଳ ସର୍ଭେ ହୋଇଥିଲା । ରେଳ ମନ୍ତ୍ରୀଙ୍କ ପିଙ୍କ ବୁକରେ ଉଲ୍ଲେଖିତ ହେଲା କିନ୍ତୁ ତାହା ମଧ୍ୟ ଆଜିଯାଏ ଅର୍ଥ ବରାଦ ନହେବା ଯୋଗୁ ତାହା କାର୍ଯ୍ୟକାରି ହେଲା ନାହିଁ । ଯଦି ଏହି ରେଳ ପଥ ନିର୍ମାଣ ହୁଏ ତେବେ ବଲାଙ୍ଗିର, ନୁଆପଡା, ନବରଙ୍ଗପୁର, କଲାହାଣ୍ଡି ଜିଲ୍ଲାର ବହୁ ଅଂଚଳର ରେଳ ସେବାରେ ସଂଯୋଗ ହୋଇ ପାରିବେ । ଏପରି ଅନେକ ଉଦାହରଣ ରହିଛି ଯାହାକି ରେଲୱେ କ୍ଷେତ୍ରରେ କଣ୍ଟାବାଞ୍ଜି ଉପେକ୍ଷା କୁ ଦର୍ଶାଏ, ପୂର୍ବତଟ ରେଳୱେର କଣ୍ଟାବାଞ୍ଜିରେ ଯେତେ ଜମି ରହିଛି ତାହା ଏହି ଜୋନର କୋଣସି କ୍ଷେତ୍ରରେ ନାହିଁ ତଥାପି କଣ୍ଟାବାଞ୍ଜି ଅଂଚଳର ଉନ୍ନତି ରେଳୱେ କ୍ଷେତ୍ରରେ ହେଉନାହିଁ । ଏବେ ସମସ୍ତଙ୍କ ମନରେ ଗୋଟିଏ ଆଶା ଗୋଟିଏ ବିଶ୍ୱାସ ମନ୍ତ୍ରୀ ଆସିବେ ନିଶ୍ଚିତ ଭାବେ ଆମ ଅଂଚଳର ଉନ୍ନତି ହେବ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପ୍ରବଳ ବର୍ଷା ଯୋଗୁଁ ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ ରେ ଘରେ ପାଣି ପଶିବା ଯୋଗୁଁ ଲୋକେ ହଇରାଣ ହରକତ   26-Jul-2026
  ଜିଲ୍ଲା  
*ବ୍ରାହ୍ମଣ ଏକତା ମଞ୍ଚ ର ସାମ୍ବାଦିକ ସମ୍ମିଳନୀ*-   26-Jul-2026
  ଜିଲ୍ଲା  
ସ୍ୱଭାବକବି ଗଙ୍ଗାଧରଙ୍କ ପୌତ୍ରବଧୂ ପ୍ରେମଶୀଳା ମେହେରଙ୍କ ବିୟୋଗ   26-Jul-2026
  ରାଜ୍ୟ  
ଗାଳ୍ପିକ ମନୋଜ ପୂଜାରୀ ଙ୍କ ଚତୁର୍ଥ ଗଳ୍ପ ସଂକଳନ ବାଘ ଭୟ ର ଲୋକାର୍ପଣ   26-Jul-2026
  ଜିଲ୍ଲା  
*ସ୍ୱାଧୀନତା ସଂଗ୍ରାମୀ ବୀରାଙ୍ଗନା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦେବାକୁ ଲୋକସଭାରେ ଉଠିଲା ଦାବି*   26-Jul-2026
  ଜିଲ୍ଲା  
ଶିଆଲଯୋର ରେ ଅସୁବିଧା ରେ ଅଛନ୍ତି ବୁଣାକାର... ଉଚିତ ଦାମରେ ଚାଷୀ ସାର ପାଉନାହାନ୍ତି ଚାଷୀ   26-Jul-2026
  ଜିଲ୍ଲା  
ବାରମ୍ବାର ରାସ୍ତା ନିର୍ମାଣ: ବିକାଶର ପ୍ରତୀକ ନା ସରକାରୀ ଅର୍ଥର ଅପବ୍ୟୟ?   26-Jul-2026
  ଜିଲ୍ଲା  
ଲୋୟରସୁକତେଲ ପ୍ରକଲ୍ପରୁ ଛଡାଗଲା ଚଳିତବର୍ଷର ପ୍ରଥମବନ୍ୟାଜଳ   26-Jul-2026
  ଜିଲ୍ଲା  
*ବି.ଏମ୍.ସେମଲା ଠାରେ ସେବାୟତ ମାନଙ୍କୁ ନେଇ ସାଂଗଠନିକ ବୈଠକ ଅନୁଷ୍ଠିତ*   26-Jul-2026
  ଜିଲ୍ଲା  
ଲାଲଟିକ୍ରା ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   26-Jul-2026
  ଜିଲ୍ଲା  
*୮ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଂଘ*   26-Jul-2026
  ଜିଲ୍ଲା  
ବରପାଲିରେ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରଶାସନିକ ବୈଠକ ।   26-Jul-2026

You Might Also Like