-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
10-Aug-2021
ବରଗଡ଼ (ପ୍ରେରଣା ଖବର) : ଆଜି ସକାଳ ୧୦ ଟା ବେଳେ ବରଗଡ ମୁଖ୍ୟ ରାସ୍ତା ରେ ଥିବା ଟୋଲ ଗେଟ୍ ସିଷ୍ଟମ ଫେଲ ହେବାରୁ ପ୍ରାୟ ୨୦ ମିନିଟ ରୁ ଉର୍ଦ୍ଧ୍ୱ ସମୟ ଧରି ଭାରିଯାନ ସହ ଚାରି ଚକିଆ ଯାନ ମଧ୍ୟ ରାସ୍ତାରେ ଜାମ ହୋଇ ରହିଗଲା । ବୁର୍ଲା ଏବଂ ସମ୍ବଲପୁର କୁ କାମ କରି ଯାଉଥିବା କର୍ମଚାରୀ ମାନେ ଟୋଲ ଗେଟ୍ ଯୋଗୁ ଅଟକ ରହି ଯିବାରୁ ଠିକ୍ ସମୟରେ ତାଙ୍କ କାର୍ଯ୍ୟରେ ଯୋଗ ଦେଇ ପାରିବେ ନାହିଁ ବୋଲି ଅସନ୍ତୋଷ ଦେଖାଦେଇଥିଲା । ଅନେକ ରୋଗୀ ବୁର୍ଲା ଡ଼ାକ୍ତରଖାନା ଯାଉଥିବା ବେଳେଏହି ଟୋଲ ଗେଟ୍ ର ସିଷ୍ଟମ ଫେଳ ପାଇ ଅସୁବିଧା ଭୋଗୁଥିବା ରୁ ରୋଗୀ ର ଯଦି କିଛି ହୁଏ ତେବେ ଟୋଲ କତୃପକ୍ଷ ଦାୟୀ ରହିବେ ବୋଲି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହୁଏ । ଟୋଲ ଟେକ୍ସ ବାବଦକୁ ସହ ସହ ଟଙ୍କା ଆଦାୟ ଚାଲିଛି ହେଲେ ସିଷ୍ଟମ ଫେଲ । ଏନ୍ ଏଚ ବିଭାଗ ଏଥିପ୍ରତି ଦୃଷ୍ଟିଦେଇ ତ୍ରୁଟି କୁ ସଂଶୋଧନ କରିବା ପାଇଁ ଦାବି ହୁଏ ।