-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

  ବି.ଜେ.ପି ପୂର୍ଣ୍ଣାଙ୍ଗ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବଦଳରେ କୋଶଳ ରାଜ୍ୟ ଦାବୀ କରୁ

09-Aug-2021



ନିକଟ ଅତୀତରେ ଭାରତୀୟ ଜନତା ପାର୍ଟିର କୋଶଳାଞ୍ଚଳର ନେତାମାନେ ସମ୍ବଲପୁରଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରତି ରାଜ୍ୟ ସରକାରଙ୍କ ଅବହେଳା ବିରୁଦ୍ଧରେ ପ୍ରତିବାଦ କରିଛନ୍ତି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ଅଧ୍ୟକ୍ଷଙ୍କ ବ୍ୟତିରେକ ଅନ୍ୟ କୌଣସି ସଦସ୍ୟ ନ ଥିବାରୁ ସେମାନେ ପୂର୍ଣ୍ଣାଙ୍ଗ ବିକାଶ ପରିଷଦ ଦାବୀ କରିଛନ୍ତିଏବଂ ଏହି ପ୍ରସଙ୍ଗକୁ ନେଇ ଭୂବନେଶ୍ୱର ଠାରେ ଗଣଧାରଣା ଦେବାକୁ ମଧ୍ୟ ଯୋଜନା କରିଛନ୍ତି । ଏଠାରେ ପ୍ରଶ୍ନ ଉଠେ ଯେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପୂର୍ଣ୍ଣାଙ୍ଗ ହେଲେ ମଧ୍ୟ କ’ଣ କୋଶଳାଞ୍ଚଳର ସମସ୍ୟା ସମାଧାନ ହୋଇପାରିବ କି? ବିଭିନ୍ନ ପଟରୁ ଦାବୀ ହେଲେ ରାଜ୍ୟ ସରକାର ନିଜର ରାଜନୈତିକ ସହଯୋଗୀ ଓ କର୍ମୀମାନଙ୍କୁ ନେଇ ବିକାଶ ପରିଷଦରେ ଥଇତାନ କରିଦେଇ ପାରନ୍ତି । କିନ୍ତୁ ଏଥିରେ କୋଶଳାଞ୍ଚଳର କୌଣସି ଲାଭ ହେବନାହିଁ । କାରଣ ୧୯୯୬ ମସିହାରୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ ହେଲା ପରେ ଗଲା ୨୫ ବର୍ଷ ମଧ୍ୟରେ ଏହି ଦନ୍ତବିହିନ ବିକାଶ ପରିଷଦ କୋଶଳାଞ୍ଚଳର କୌଣସି ପ୍ରକାର ବିକାଶ କରିପାରି ନାହିଁ । ଏହି ସାଇନବୋର୍ଡ଼ ସଙ୍ଗଠନ ଟି କେବଳ ରାଜନୈତିକ ଥଇଥାନର ଏକ କେନ୍ଦ୍ର ହୋଇ ଠିକାଦାର ଓ ସପ୍ଲାୟର୍‌ସ୍ ମାନଙ୍କୁ ପୋଷିବାରେ ଲାଗିଛି । ଏହି ପରିଷଦର ନିଜସ୍ୱ ବଜେଟ୍ ତିଆରି କରିବାର କ୍ଷମତା ନ ଥିବାରୁ ତଥା ଏହାର ସାମ୍ବିଧାନିକ ମାନ୍ୟତା ନ ଥିବାରୁ ଏହା ଯୋଜନା ଓ ଉନ୍ନୟନ ବିଭାଗରେ ଏକ କର୍ପୋରେସନ୍ ଭଳି କାମ କରୁଛି । ଏହାଛଡ଼ା ପ୍ରଥମରେ ଏହି ବିକାଶ ପରିଷଦକୁ ୮୦ କୋଟି ଟଙ୍କା ପରେ ୧୦୦ କୋଟି ଟଙ୍କା ଓ ଏବେ ୨୦୦ କୋଟି ଟଙ୍କା ଅନୁଦାନ ଆକାରରେ ଦିଆଯାଉଛି । ଅନ୍ୟ ପକ୍ଷରେ କୋଶଳାଞ୍ଚଳରୁ ବାର୍ଷିକ ପ୍ରାୟ ୨୮ ହଜାର ଟଙ୍କା ରାଜସ୍ୱ ବିଭିନ୍ନ କ୍ରମରେ ରାଜ୍ୟ ସରକାରଙ୍କ ପାଖକୁ ଯାଉଛି । ରାଜ୍ୟ ସରକାରଙ୍କ ସମୁଦାୟ ଆୟର ୬୫ ଭାଗ ଅର୍ଥ ଏ ଅଂଚଳରୁ ଯାଉଥିବା ବେଳେ ମାତ୍ର ୨୦୦ କୋଟି ଟଙ୍କାରେ ଏ ଅଂଚଳର ବିକାଶ ଓ ୨ କୋଟି ଲୋକଙ୍କ ଉନ୍ନତି କିଭଳି ଭାବରେ ସାଧିତ ହୋଇପାରିବ । ଏହାଛଡ଼ା ଦେଶର ଯେଉଁ ସବୁ ଜାଗାରେ ସମ୍ବିଧାନର ଧାରା ୩୭୧ ଅନୁଯାୟୀ ସ୍ୱତନ୍ତ ଉନ୍ନୟନ ପରିଷଦ ଗଠନ କରାଯାଇଛି ସେହି ସ୍ଥାନ ମାନଙ୍କରେ ମଧ୍ୟ ବିକାଶ ହୋଇପାରି ନାହିଁ । ଏଭଳି ସ୍ଥଳରେ ବିକାଶ ପରିଷଦ ବଦଳରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଂଚଳ ଓ କେ.ବି.କେ ଅଂଚଳକୁ ନେଇ ସମ୍ବିଧାନର ଧାରା ୩ ଅନୁଯାୟୀ ସ୍ୱତନ୍ତ୍ର କୋଶଳ ପ୍ରଦେଶ ଗଠନ ହିଁ ଏକମାତ୍ର ବିକଳ୍ପ । ତେଣୁ ବି.ଜେ.ପି ଯଦି ପଶ୍ଚିମ ଓଡ଼ିଶା କିମ୍ବା କେ.ବି.କେ ଅଂଚଳର ଉନ୍ନତି ଚାହୁଁଛି ତାହେଲେ ସମ୍ବିଧାନର ଧାରା ୩ ଅନୁଯାୟୀ ସ୍ୱତନ୍ତ କୋଶଳ ରାଜ୍ୟ ଗଠନ କରିବା ପାଇଁ ଆଗଭର ହେଉ ବୋଲି କୋଶଳ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ଓ ସାଧାରଣ ସମ୍ପାଦକ ସୁନୀଲ କୁମାର ପୁରୋହିତ ଆହ୍ୱାନ ଦେଇଛନ୍ତି । ଏହାଛଡ଼ା ବି.ଜେ.ପିର ରାଜନୈତିକ ଏଜେଣ୍ଡା ରେ କ୍ଷୁଦ୍ର ରାଜ୍ୟ ଦାବୀ ସ୍ଥାନୀତ ହୋଇ ଥିବାରୁ ତଥା ବି.ଜେ.ପି ସରକାର ଅମଳରେ ଝାରଖଣ୍ଡ, ଛତିଶଗଡ଼ ଓ ଉତ୍ତରାଞ୍ଚଳ ରାଜ୍ୟ ଗଠିତ ହୋଇଥିବାରୁ ବି.ଜେ.ପି ସ୍ୱତନ୍ତ କୋଶଳ ରାଜ୍ୟ ଦାବୀ କରିବା ସର୍ବାଦୌ ଯୁକ୍ତିଯୁକ୍ତ ହେବ ବୋଲି କୋଶଳ ରାଜ୍ୟ ସମନ୍ୱୟ ସମିତି ମତବ୍ୟକ୍ତ କରିଛି ।
 


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like