-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
04-Mar-2021
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା କଦଳୀଗଡ ପଞ୍ଚାୟତ ଧଉରାଖମଣ ନିକଟ ନର୍ସରୀ ନିକଟରେ ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ସୂଚନାଯୋଗ୍ୟ ଯେ କନ୍ଧରା ଗ୍ରାମର ସନ୍ତୋଷ କର୍ମୀ ସୋନପୁର ଜିଲ୍ଲା ମୁରଷୁଣ୍ଢି ଗ୍ରାମକୁ ଏକ ବିବାହ ଭୋଜି ଖାଇବାକୁ ଯାଇଥିଲେ , ଭୋଜି ଖାଇ ଫେରୁଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କାରେ , ବିଷିପାଲିରୁ ସୋନପୁର ରାସ୍ତାର ଧଉରାଖମଣ ନର୍ସରୀ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇ ମୃତ୍ୟୁ ହୋଇଥିବା ଜଣାପଡିଛି, କନ୍ଧରା ଗାଁର ହରିବଲ୍ଲଭ କର୍ମୀଙ୍କ ୨୨ ବର୍ଷୀୟ ଏକମାତ୍ର ପୁତ୍ର ସନ୍ତୋଷ କର୍ମୀ ଙ୍କ ମୃତ ଖବର ଶୁଣି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଘଟଣାସ୍ଥଳକୁ ପୋଲିସ ପହଂଚି ତଦନ୍ତ ଆରଂଭ କରିଛି ।