-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
22-Feb-2021
ବଲାଙ୍ଗିର(ସନ୍ତୋଷ କୁମାର ଠାକୁର):ବଲାଙ୍ଗୀରର ଐତିହାସିକ କରଙ୍ଗାକଟା ବନ୍ଧର ସୌନ୍ଦର୍ଯ୍ୟକରଣ ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଛି । ଏପରିକି ସରକାରୀ ଅନୁଦାନ ଆସି ଏଠାରେ ବିଭିନ୍ନ ସୌନ୍ଦର୍ଯ୍ୟ ଉପକରଣ ମଧ୍ୟ ସ୍ଥାପନ କରାଯାଇସାରିଥିଲା । ତେବେ ରାଜନୈତିକ ଇଛାଶକ୍ତିର ଅଭାବ ଯୋଗୁଁ ଏହି ବନ୍ଧର ସୌନ୍ଦର୍ଯ୍ୟକାରଣ ଆଗାକୁ ବଢ଼ିପାରିନଥିଲା । ଦୀର୍ଘ ବର୍ଷ ପରେ ଏହାର ପୁନଃରୁଦ୍ଧାର ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । କରଙ୍ଗାକଟା ବନ୍ଧର ସୌନ୍ଦର୍ଯ୍ୟକରଣ ର ମୁଖ୍ୟ ଅନ୍ତରାୟ ସୃଷ୍ଟି କରିଥିଲା ଜବରଦଖଲ । ଏ ନେଇ ‘ପ୍ରେରଣା’ ସମେତ ଅନ୍ୟାନ୍ୟ ଗଣମାଧ୍ୟମ ଗୁଡିକରେ ବିସ୍ତୃତ ଖବର ପ୍ରକାଶ ପାଇ ସାରିଛି । କରଙ୍ଗାକଟା ବଂଚାଓ ଅଭିଯାନ ଓ ଅନ୍ୟାନ୍ୟ ସଂଗଠନ ତରଫରୁ ମଧ୍ୟ ଏହାର ପୁନଃରୁଦ୍ଧାର ପାଇଁ ସ୍ୱରଉତ୍ତୋଳନ କରାଯାଇ ଆସୁଥିଲା । ତେବେ ବିଳମ୍ବରେ ହେଲେ ବି ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇ କରଙ୍ଗାକଟା ବନ୍ଧ ଆଡିରେ ଥିବା ବେଆଇନ ଘର ଓ ଦୋକାନ ଗୁଡିକ ଉପରେ ସରକାରୀ ଜେସିବି ଲଗାଇ ଭାଙ୍ଗି ଦେଇଛି । ଆଜି ସକାଳ ୯ଟା ସମୟରେ ଜିଲ୍ଲା ପ୍ରଶାସନର ବିଭିନ୍ନ ଅଧିକାରୀଙ୍କ ସମେତ ପୋଲିସ ଫୋର୍ସ ବ୍ରାହ୍ଣଣ ପଡା ରାସ୍ତାର କରଙ୍ଗାକଟା ବନ୍ଧଆଡିରେ ପହଞ୍ଚି ଜେସିବି ସାହାଯ୍ୟରେ ବେଆଇନ ଘର ଗୁଡିକୁ ଭାଙ୍ଗିଥିଲେ । କିଛି ସମୟ ପାଇଁ ଏଠାରେ ଉତ୍ତେଜନା ପ୍ରକାଶ ପାଇଥିଲା ।
ଦୀର୍ଘ ବର୍ଷ ଧରି କରଙ୍ଗାକଟା ବନ୍ଧ ଆବର୍ଜନାମୟ ହୋଇପଡିଥିବା ବେଳେ ଏହାର ପୁନଃରୁଦ୍ଧର କରିବା ପରିବର୍ତ୍ତେ ଜିଲ୍ଲା ପ୍ରଶାସନ ପ୍ରଥମେ ଜବରଦଖଲ ଉଛେଦ ଆରମ୍ଭ କରିବା ପ୍ରକ୍ରିୟାକୁ ସାଧାରଣ ଲୋକେ ନିନ୍ଦା କରିଛନ୍ତି । ବାସହାରା ମାନଙ୍କୁ ଥଇଥାନ ନକରି ତରବରିଆ ଭାବେ ଜିଲ୍ଲା ପ୍ରଶାସନ ଜବରଦଖଲ କାମ ହାତକୁ ନେଇଥିବାରୁ ବାସଚ୍ୟୁତ ପରିବାର ମାନେ ଏହାକୁ ନିନ୍ଦା କରିବା ସହ ବାସହରା ମାନଙ୍କୁ ତୁରନ୍ତ ଥଇଥାନର ବ୍ୟବସ୍ଥା କରନ୍ତୁ ବୋଲି ଦାବି କରିଛନ୍ତି ।