-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
22-Feb-2021
ରାଇରଙ୍ଗପୁର(ପ୍ରେରଣା ଖବର ବ୍ୟୁରୋ) : ମୟୁରଭଞ୍ଜ ଜିଲ୍ଲା ଜମଦା ଥାନା ଦେଓକୁଣ୍ଡି ଗାଁରେ ଅଘଟଣ । ପୋଖରୀରେ ବୁଡି ଜଣେ ନାବାଳକର ମୃତ୍ୟୁ ହୋଇଛି । ମୃତକ ଶାଗଯୋଡ଼ି ଗାଁର ଚାମରା ବିରୁଆଙ୍କୁ ୪ବର୍ଷର ପୁଅ ହରେକୃଷ୍ଣ ବିରୁଆ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ବିରୁଆଙ୍କ ପତ୍ନୀ ଇଟାଭାଟିକୁ କାମ କରିବାକୁ ଯାଇଥିଲେ । ନିଜ ସାଥିରେ ଶିଶୁପୁତ୍ରଙ୍କୁ ନେଇ ମଧ୍ୟ ଯାଇଥିଲେ । ତେବେ ମାଆ କାମ କରୁଥିବା ବେଳେ ଶିଶୁଟି ଇଟାଭାଟି ପାଖରେ ଥିବା ପୋଖରୀରେ ପଡିଯାଇଥିଲା । ଯାହାଫଳରେ କି ଶିଶୁଟି ପାଣିରେ ବୁଡିଯାଇଥିଲା । ସେପଟେ ଶିଶୁକୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲା । କିନ୍ତୁ କୌଣସି ପତ୍ତାମିଳିନଥିଲା ।
ଶେଷରେ ପୋଖରୀ ଭିତରୁ ନାବାଳକର ମୃତଦେହ ଠାବ ହୋଇଥିଲା । ପୋଖରୀରୁ ଶିଶୁର ମୃତଦେହ ଉଦ୍ଧାର କରାଯାଇଥିଲା । ଏନେଇ ଜାମଦା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଥିବା ବେଳେ ଶିଶୁଟିର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିଲେ।
ତେବେ ଇଟାଭାଟି ମାଲିକ କଣ ପାଇଁ ନିଜ ଭାଟି ନିକଟରେ ପୋଖରୀଟି ରଖିଛନ୍ତି ଏବଂ ଶ୍ରମିକଙ୍କ ସୁରକ୍ଷା ପାଇଁ ପୂର୍ବରୁ କୌଣସି ପଦକ୍ଷେପ ନେଇନଥିବା ନେଇ ସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି ।