-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
22-Feb-2021
ଗଞ୍ଜାମ, ରବିବାର ଓଡ଼ିଶା ସାମ୍ବାଦିକ ସଂଘ ଗଞ୍ଜାମ ଜିଲ୍ଲା ଶାଖା ତରଫରୁ ପାତ୍ରପୁରର ସାଂସ୍କୃତିକ ପରିଷଦ ଠାରେ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଘ ରାଜ୍ୟ ସଭାପତି ଅଶୋକ ନନ୍ଦ ସଭାପତିତ୍ୱ କରିଥିବା ବେଳେ ପାତ୍ରପୁର ତହସିଲଦାର ଅମିତ କୁମାର ନାୟକ,ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରା,ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋରଞ୍ଜନ ଦ୍ୱନସାମନ୍ତରା,ରାଜ୍ୟ ସଂଘ ସମ୍ପାଦକ ଶକ୍ତିଭୂଷଣ ପ୍ରହରାଜ, ଜିଲ୍ଲା ସଭାପତି ରବୀନ୍ଦ୍ର ନାଥ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏଥିସହ ସାମ୍ବାଦିକ ଦିବାକର ପାଣ୍ଡିଙ୍କ ସ୍ମୃତିରେ ନିରବ ପ୍ରାର୍ଥନା କରାଯାଇଥିଲା।ଏଥିସହ ତାଙ୍କ ପତ୍ନୀଙ୍କୁ ଭତ୍ତା ବାବଦରେ ସଂଘ ତରଫରୁ ୧୫ଶହ ଟଙ୍କା ପ୍ରଦାନ କରାଯିବ ବୋଲି ମଧ୍ୟ କୁହାଯାଇଥିଲା ଏବଂ ଉକ୍ତ ସଙ୍ଘର ପରିଚୟ ପତ୍ର ନବୀକରଣ ମଧ୍ୟ କରାଯାଇଥିଲା। ସାମ୍ୱାଦିକ ମାନଙ୍କ ସୁରକ୍ଷା ଉପରେ ମଧ୍ୟ ଆଲୋଚନାହୋଇଥିଲପାତ୍ରପୁର,ଆସିକା,ଧରାକୋଟ,ବ୍ରହ୍ମପୁର,ଦିଗପହଣ୍ଡି,ସାନଖେମୁଣ୍ଡି,କୋଦଳା,ବୁଗୁଡା,ପୁରୁଷୋତ୍ତମପୁର,ଛତ୍ରପୁର,ଗଞ୍ଜାମ,ଶେରଗଡ଼ ପ୍ରମୁଖ ବ୍ଳକର ସାମ୍ବାଦିକ ମାନେ ଯୋଗ ଦେଇଥିଲେ।ଏଥିରେ ସନ୍ତୋଷ କୁମାର ପଣ୍ଡା,ବିପିନ କୁମାର ଦାସ,ସନ୍ତୋଷ ପ୍ରଧାନ,କୁରେସୁ ପ୍ରଧାନ, ଶିଵ ପ୍ରଧାନ,ପପୁନ କୁମାର ଷଡ଼ଙ୍ଗୀ,ଦଣ୍ଡପାଣି ନାୟକ,ବୃନ୍ଦାବନ ନାୟକ,କିଶୋର ଚନ୍ଦ୍ର ସାହୁ,କିରଣ ଅଧିକାରୀ ଓ ସନ୍ତୋଷ କୁମାର ସେଠୀ ପ୍ରମୁଖ ସହଯୋଗ କରିଥିଲେ।ଶେଷରେ ପାତ୍ରପୁର ବ୍ଳକର ସଂଘ ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ।