-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
22-Feb-2021
ରାଉରକେଲା (ପ୍ରେରଣା ଖବର) : ଦୀର୍ଘ ୧୧ ଦିନ ହେଲା ଉଠୁନି ଶବ । ରାଉରକେଲା ଆଇଜିଏଚ ଶବ ଗୃହରେ ଶବ ପଡି ରହିଛି । ପରିବାର ଲୋକେ ମୃତଦେହ ନେବାକୁ ନାରାଜ ।
ସୂଚନାଯୋଗ୍ୟ ଯେ, ଗତ ୧୧ ତାରିଖ ରାତିରେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ନିୟୁ ପ୍ଲେଟ୍ ମିଲ୍ ବିଭାଗରେ କାମ କରୁଥିଲେ ରାଇସନ ମାରାଣ୍ଡି । ଦୁର୍ଘଟଣାରେ ରାଇସନ ଗୁରୁତର ହୋଇପଡିଥିଲେ । ଇସ୍ପାତ ଜେନେରାଲ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ବ୍ୟବସ୍ଥା ଅନୁସାରେ ପରିବାର ଲୋକଙ୍କୁ କ୍ଷତିପୂରଣ ଅର୍ଥ ମିଳିନି କି ପରିବାରର ଜଣଙ୍କୁ ଚାକିରି ଦେବାର ପ୍ରତିଶ୍ରୁତି ଦେଇନାହାନ୍ତି କର୍ତ୍ତୃପକ୍ଷ । ଫଳରେ ପରିବାର ଲୋକେ ଆଇଜିଏଚରୁ ମୃତଦେହ ନେଉନାହାନ୍ତି ।
୧୧ ଦିନ ହେଲା ଆଇଜିଏଚ ଶବ ଗୃହରେ ମୃତଦେହ ପଡି ରହିଛି । ଶବ ଗୃହ ସମ୍ମୁଖରେ ପରିବାର ଲୋକ ଧାରଣାରେ ବସିଛନ୍ତି । କ୍ଷତିପୂରଣ ଏବଂ ଜଣଙ୍କୁ ଚାକିରି ନମିଳିବା ଯାଏଁ ମୃତଦେହ ନେବେନି ବୋଲି ପରିବାର ଲୋକ ଶୁଣାଇ ଦେଇଛନ୍ତି । ଘଟଣାକୁ ନେଇ ଶ୍ରମିକ ସଙ୍ଗଠନ ମୁହଁ ନଖୋଲିବା ବଡ ପ୍ରଶ୍ନ ଛିଡା କରିଛି ।