-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
22-Feb-2021
ବ୍ରହ୍ମପୁର(କୁମୁଦ ରଞ୍ଜନ ବେହେରା) : ବିବାହିତ ମହିଳାଙ୍କ ଆତ୍ମହତ୍ୟା । ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ କୁଶପଲ୍ଲୀ ଗ୍ରାମର ବିବାହିତ ମହିଳା ଲକ୍ଷ୍ମୀ ଗୌଡ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ପୋଲସରା ବ୍ଲକ ଅନ୍ତର୍ଗତ ସୋଡୋକ ପଞ୍ଚାୟତ ବୀରରଘୁନାଥପୁର ଗ୍ରାମର ବୃନ୍ଦାବନ ଗୌଡଙ୍କ ଝିଅ ଲକ୍ଷ୍ମୀ ସହିତ କୁଶପଲ୍ଲୀ ଗ୍ରାମର ଟୁକୁନା ଗୌଡ଼ଙ୍କୁ ବିବାହ କରିଥିଲେ ।
ସ୍ଵାମୀ ଓ ଶାଶୁ ବାହାରକୁ ଯାଇଥିବା ବେଳେ ଲକ୍ଷ୍ମୀ ଗାଧୁଆ ଘରେ କବାଟ ଦେଇ ବେକରେ ରଶି ଲଗାଇଦେଇଥିଲେ । ବହୁ ସମୟ ଧରି କବାଟ ନଖୋଲିବା ଯୋଗୁ ଭାଣିଜୀ ଠାରୁ ଖବର ପାଇ ଟୁକୁନା ପହଂଚି କବାଟ ଭାଙ୍ଗିଥିଲେ । ଚିକିତ୍ସା ପାଇଁ ସଙ୍ଗେ ସଙ୍ଗେ 108 ଆମ୍ବୁଲାନ୍ସ ଯୋଗେ ବୁଗୁଡା ମେଡିକାଲରେ ଭର୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ଲକ୍ଷ୍ମୀଙ୍କୁ ମୃତ ଘୋଷଣା କରିଛନ୍ତି ।