-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||     

HOME   ରାଜ୍ୟ

ଶିକ୍ଷା କ୍ଷେତ୍ରକୁ ବିଦାୟ ଦେଲେ ବଲାଙ୍ଗୀରର ୨୫ଜଣ କର୍ମନିଷ୍ଠ ଅଧିକାରୀ ଓ ଶିକ୍ଷାକର୍ମୀ

01-Jun-2026



ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲା ର ଶିକ୍ଷା କ୍ଷେତ୍ର ପାଇଁ ଚଳିତ ବର୍ଷର ମେ ମାସ ଅବସର ଗ୍ରହଣର ମାସ ଭାବେ ପରିଗଣିତ ହୋଇଛି।ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ୨୫ଜଣ ଶିକ୍ଷାକର୍ମୀ ଓ ଶିକ୍ଷା କର୍ମଚାରୀ ଅବସର ନେଇଛନ୍ତି। ଏହି ଅବସର ଗ୍ରହଣ କରିଥିବା ଅଧିକାରୀ ଓ ଶିକ୍ଷାକର୍ମୀଙ୍କ ମଧ୍ୟରେ ରହିଛନ୍ତି ବଲାଙ୍ଗୀର ବ୍ଲକ ଶିକ୍ଷା ଅଧିକାରୀ ନୀଳମଣି ପଟେଲ, ଟିଟିଲାଗଡ ବ୍ଲକ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ରଥ, ବଲାଙ୍ଗୀର ସରକାରୀ ଟାଉନ ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ର, ଜାମଗାଁ ହାଇସ୍କୁଲର ପ୍ରଧାନଶିକ୍ଷକ ପ୍ରଫୁଲ୍ଲ ସାହୁ, ମିର୍ଧାପାଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ ନାୟକ, କର୍ଲ୍ଲାପିଟା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ନମିତା ହୋତା, ନଅଗାଁ (କ) ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଅନନ୍ତ ସାହୁ, ଇନ୍ଦିରାଗାନ୍ଧୀ ହାଇସ୍କୁଲ ଝରଣିପାଲି ର ପ୍ରଧାନ ଶିକ୍ଷକ ଅଶୋକ ପଧାନ, ରମାଇ ହାଇସ୍କୁଲ ପାଟଣାଗଡର ପ୍ରଧାନ ଶିକ୍ଷକ ଶ୍ୟାମ ସୁନ୍ଦର ବିଶ୍ୱାଳ, ପଂଚାୟତ ହାଇସ୍କୁଲ ବୁର୍ଡା ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଶୋକ ମେହେର, ସରକାରୀ ଟାଉନ ବାଳକ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଆର୍ଯ୍ୟବାଳା ମିଶ୍ର, କନ୍ଦାଜୁରୀ ହାଇସ୍କୁଲ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଣ୍ଡା, ପୁଇଁତଲା ବ୍ଲକ ଛତାପିପଲ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପଟେଲ, ପୁଇଁତଲା ବ୍ଲକ ରାମଜୀ ହାଇସ୍କୁଲ କୁରୁଲର ବିଜ୍ଞାନ ଶିକ୍ଷୟତ୍ରୀ ବାସନ୍ତୀ ସାହୁ, ପାଟଣାଗଡ ସୁନାମୁଦୀ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ପ୍ରଦୀପ କୁମାର ମେହେର, ଆଗଲପୁର ନଅଗାଁ(କ) ହାଇସ୍କୁଲର ହିନ୍ଦୀ ଶିକ୍ଷକ ବିଶେଶ୍ୱର ସାହୁ,ଆର.ଆର କଲୋନୀ,ଲର୍କିପାଲି ହାଇସ୍କୁଲ ର ଜୁନିଅର ଆସିଷ୍ଟାଣ୍ଟ ଅନ୍ତର୍ଯ୍ୟାମୀ ଭୋଇ, ପାଟଣାଗଡ଼ ରମାଇ ହାଇସ୍କୁଲ ର ଜୁନିଅର ଆସିଷ୍ଟାଣ୍ଟ ଦିଲୀପ କୁମାର ସିଂ ବାବୁ,ପଂଚାୟତ ହାଇସ୍କୁଲ ବୁର୍ଡା ର ଜୁନିଅର ଆସିଷ୍ଟାଣ୍ଟ ରମେଶ ସାହୁ,ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ର ଚତୁର୍ଥ ଶ୍ରେଣୀ କର୍ମଚାରୀ କରୁଣା ସା,ପୁଇଁତଲା ବ୍ଲକ ଛତାପିପଲ ହାଇସ୍କୁଲ ର ଚତୁର୍ଥ ଶ୍ରେଣୀ କର୍ମଚାରୀ ଶ୍ରୀପତି ପାତ୍ର,ସରକାରୀ ଟାଉନ ବାଳକ ଉଚ୍ଚ ବିଦ୍ୟାଳୟ ର ଚତୁର୍ଥ ଶ୍ରେଣୀ କର୍ମଚାରୀ ନୃପ ବାଗ,ସଇଁତଲା ବିଜୟାନନ୍ଦ ହାଇସ୍କୁଲ ବେଲଗାଁ ର ଚତୁର୍ଥ ଶ୍ରେଣୀ କର୍ମଚାରୀ ରୂପଧର ମାଝୀ,ଲୋଇସିଂହା ବ୍ଲକ ଲାଲବାହାଦୁର ହାଇସ୍କୁଲ ସରଗାଡ଼ ର ଚତୁର୍ଥ ଶ୍ରେଣୀ କର୍ମଚାରୀ ପାଣ୍ଡବ ସାମନି ଓ ପାଟଣାଗଡ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଚତୁର୍ଥ ଶ୍ରେଣୀ କର୍ମଚାରୀ ବଙ୍କିମ ଚନ୍ଦ୍ର ଦାଶ।ଦୀର୍ଘ ବର୍ଷ ଧରି ଶିକ୍ଷାଦାନ,ପ୍ରଶାସନିକ ଦାୟିତ୍ୱ ଓ ବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ନିଜର ଅବଦାନ ରଖିଥିବା ଏହି ଅଧିକାରୀ ଓ ଶିକ୍ଷାକର୍ମୀ ମାନଙ୍କ ଅବସର ଜିଲ୍ଲା ଶିକ୍ଷା ବ୍ୟବସ୍ଥା ପାଇଁ ଏକ ଯୁଗର ଅବସାନ ବୋଲି କୁହାଯାଉଛି।ଅବସର ନେଇଥିବା ପ୍ରଧାନ ଶିକ୍ଷକ ମାନେ ଦୀର୍ଘଦିନ ଧରି ନିଜ ନିଜ ବିଦ୍ୟାଳୟରେ ଶିକ୍ଷାର ମାନ ବୃଦ୍ଧି, ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ଓ ବିଭିନ୍ନ ସରକାରୀ ଯୋଜନା ର ସଫଳ କାର୍ଯ୍ୟକାରିତା ରେ ଉଲ୍ଲେଖନୀୟ ଭୂମିକା ନିଭାଇଛନ୍ତି। ସେହିପରି ଶିକ୍ଷକ,ଜୁନିଅର ଆସିଷ୍ଟାଣ୍ଟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନେ ମଧ୍ୟ ବିଦ୍ୟାଳୟ ର ଦୈନନ୍ଦିନ ପରିଚାଳନା ରେ ନିଜ ନିଜ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସେବା ଯୋଗାଇ ଆସିଛନ୍ତି। ଶିକ୍ଷା ମହଲରେ ଏହି ଅବସର ଗ୍ରହଣକୁ ନେଇ ଭାବବିହ୍ୱଳ ପରିବେଶ ଦେଖାଦେଇଛି।ବହୁ ବର୍ଷ ଧରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିବାରେ ନିଜକୁ ସମର୍ପିତ କରିଥିବା ଏହି ଶିକ୍ଷାବିତ ଓ କର୍ମଚାରୀମାନଙ୍କୁ ବିଭିନ୍ନ ମହଲରୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି।ସେମାନଙ୍କ ଦୀର୍ଘ କର୍ମମୟ ଜୀବନ, ନିଷ୍ଠାପର ସେବା ଏବଂ ଶିକ୍ଷା କ୍ଷେତ୍ର ପ୍ରତି ଅବଦାନ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଶିକ୍ଷା ମହଲରେ ମତ ପ୍ରକାଶ ପାଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026

You Might Also Like