-+91-9937148622 |

prerana_bgr@rediffmail.com |

  Tuesday 11th August 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   (10-Aug-2026)       ||      ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି    (10-Aug-2026)       ||      କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (10-Aug-2026)       ||      ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   (10-Aug-2026)       ||      *ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   (10-Aug-2026)       ||      ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   (10-Aug-2026)       ||      *କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   (10-Aug-2026)       ||      ବିନିକା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୬୩ଟିରୁ ୧୨ସମାଧାନ)   (10-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନକୁ ବ୍ୟାପକ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ    (10-Aug-2026)       ||      ନଦୀ କୂଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ   (10-Aug-2026)       ||      ସୁବର୍ଣ୍ଣପୁର ରେ ସଂରକ୍ଷଣ ବିରୋଧି ଆନ୍ଦୋଳନ ର ଜରୁରୀ ବୈଠକ   (10-Aug-2026)       ||      *ପଞ୍ଜୀକରଣ ପ୍ରକ୍ରିୟା ରେ ଜଟିଳତା ର ପ୍ରତିବାଦ କରି ସୁବର୍ଣ୍ଣପୁର ରେ ଚାଷୀ ଙ୍କ ଆନ୍ଦୋଳନ ଧମକ*-   (10-Aug-2026)       ||      ହଳ ଚାଷ ପାଇଁ ବଳଦ ନେଇ ଯାଉଥୁଲେ, ବାଟରେ ଚାଲିଗଲା ଜୀବନ ବିଜୁ ଏକ୍ସପ୍ରେସ୍ ୱେରେ ୧୦୮ ଆମ୍ବୁଲାନ୍ସ ଧକା ରେ ଚାଷୀ ମୃତ   (10-Aug-2026)       ||      ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା   (10-Aug-2026)       ||      ନାରୀ ସଶକ୍ତିକରଣର ପ୍ରତୀକ ହେଉଛନ୍ତି ସରଳା ଦେବୀ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ    (10-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ​ଜାତି ଭୁଲିଲା ନାହିଁ ନିଷ୍ଠୁର ପରିବାର; ମୁକ ନାୟକର ଅନ୍ତିମ ଯାତ୍ରାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସାଜିଲା ସାହାରା   (09-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ଗଙ୍ଗାଧରଙ୍କ କାଳଜୟୀ ସୃଷ୍ଟିରାଜି ଆମ ଓଡ଼ିଆ ଅସ୍ମିତା ଓ ଜାତୀୟ ଚେତନାର ପ୍ରତୀକ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ    (09-Aug-2026)       ||      ଏନ୍.ଇ.ଇ. ଟି ଏବଂ ଜେ.ଇ.ଇ ରେ ସଫଳତାପ୍ରାପ୍ତ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା♦️ଲକ୍ଷ୍ୟପ୍ରାପ୍ତି ପାଇଁ  ମାନସିକ ପରିଶ୍ରମ ଓ ଲଗାତାର ଉଦ୍ୟମ ଜରୁରୀ   (09-Aug-2026)       ||     

HOME   ରାଜ୍ୟ

ଶିକ୍ଷାବିଭାଗର ୫ଟି କାମରେ ଜିଏସଟି ଫାଙ୍କି,ଫଟାବାହାଲ ର ଷଢଙ୍ଗୀ ବ୍ରଦର୍ସ ଚର୍ଚ୍ଚାରେ

05-Nov-2025



ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲାର ଶିକ୍ଷା ବିଭାଗରେ ୫-ଟି କାମରେ ବ୍ୟାପକ ଅନିୟମିତତା ସହ ଲକ୍ଷାଧିକ ଟଙ୍କାର ଜିଏସଟି ଫାଙ୍କି କରାଯାଇ କୋଟିଟଙ୍କାରୁ ଉର୍ଦ୍ଧ୍ୱର ମିଥ୍ୟାବିଲ୍ ପ୍ରସ୍ତୁତ ହୋଇଛି । ଏହି ଘଟଣାରେ ଜାଲି ଜିଏସଟି ନମ୍ବର କରି ସଦରଥାନା ଅନ୍ତର୍ଗତ ଫଟାବାହାଲ ଗାଁର ଷଢଙ୍ଗୀ ବ୍ରଦର୍ସ ଅଶ୍ୱିନୀ ଓ ଅବନୀ ଷଢଙ୍ଗୀ ଏହି ଘଟଣାରେ ଚର୍ଚ୍ଚାରେ ରହିଛନ୍ତି। ଜଣେ ବ୍ୟକ୍ତିକୁ ବ୍ୟାଙ୍କରୁ ଲୋନ କରାଇ ଦେବୁ କହି ତାର କାଗଜପତ୍ର ନେଇ ତାର ଅଜାଣତରେ ତା ନାଁରେ ଏକ ଜାଲ ଜିଏସଟି ନମ୍ବର କରିଛନ୍ତି ଓ ସେହି ଜିଏସଟି ନମ୍ବର ବ୍ୟବହାର କରି ଶିକ୍ଷାବିଭାଗରେ କୋଟିକୋଟି ଟଙ୍କାର ସାମଗ୍ରୀ ଯୋଗାଣ ହୋଇଥିବା ଜଣାପଡିଛି।

  ତେବେ ସୂଚନା ଅଧିକାର ଆଇନବଳରେ ମିଳିଥିବା ତଥ୍ୟକୁ ନେଇ ଜଣେ ଆଇନଜୀବୀ ଜିଲ୍ଲାପାଳ,ଏସପି, ଭିଜିଲାନ୍ସ ଓ ଜିଏସଟି ବିଭାଗକୁ ଲିଖିତ ଅଭିଯୋଗ ପରେ ମଧ୍ୟ ପ୍ରଶାସନ ଏହି ଘଟଣାର ତଦନ୍ତ କରୁବା ବଦଳରେ ଚପାଇଦେବାକୁ ଉଦ୍ୟମ ଚଳାଇଛି। ବଲାଙ୍ଗୀର ଜିଲ୍ଲାରେ ଶିକ୍ଷାବିଭାଗରେ ବ୍ୟାପକ ଜିଏସଟି ଫାଙ୍କି କରାଯାଇଥିବା ନେଇ ଅଭିଯୋଗ ଉଠିଛି। ଜିଲ୍ଲାର ସ୍କୁଲମାନଙ୍କରେ ସିସିଟିଭି,ଲାଇଟନିଂ ଏରେଷ୍ଟର, ଆର୍ଥରଡ, ପେନଡ୍ରାଇଭ ଇତ୍ୟାଦି ଉପକରଣ ଯୋଗାଣରେ ବ୍ୟାପକ ଅନୀୟମିତତା କରାଯାଇଥିବା ଅଭିଯୋଗ ହୋଇଛି ଓ ଏହାର ଏକ ଭିଜିଲାନ୍ସସ୍ତରୀୟ ତଦନ୍ତ କରାଯିବାକୁ ଜଣେ ଆଇନଜୀବୀ ଦାବି କରିଛନ୍ତି। ଏପରିକି ଏକ ଜାଲ ଯୋଗାଣକାରୀ ସଂସ୍ଥାର ଏକ ଜାଲ ଜିଏସଟି ନମ୍ବର ପକାଇ ଜିଲ୍ଲାରେ କୋଟିକୋଟି ଟଙ୍କାର ମିଥ୍ୟାବିଲ ଭାଉଚର ପ୍ରସ୍ତୁତ କରି ଅର୍ଥହଡପ ହୋଇଛି। ଜିଲ୍ଲା ଶିକ୍ଷାବିଭାଗରେ ଡେପୁଟେସନରେ ରହି ଅଶ୍ୱିନୀ ଷଢଙ୍ଗୀ ନାମକ ଜଣେ ଶିକ୍ଷକ ଏହି କଳାକାରନାମାର ମାଷ୍ଟରମାଇଣ୍ଡ୍ ରହିଛି ଓ ଜାଲ ସଂସ୍ଥା ନାମରେ ବିଲ୍ ମଞ୍ଜୁର କରାଇ ଲକ୍ଷାଧିକ ଟଙ୍କାର କମିସନ ଖାଇଛି ବୋଲି ଆଇନଜୀବୀ ମଦନମୋହନ ନାଏକ ଅଭିଯୋଗ କରିଛନ୍ତି ।
  ଅଭିଯୋଗରୁ ପ୍ରକାଶ ଯେ, ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍କୁଲରେ ଲଗାଯାଇଥିବା ସିସିଟିଭି,ଲାଇଟନିଂ ଏରେଷ୍ଟର, ପେନଡ୍ରାଇଭ ତଥା ଅନ୍ୟାନ୍ୟ ବୈଦ୍ୟୁତିକ ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଯୋଗାଣ ପାଇଁ ଗତ ୨୦୨୩-୨୦୨୪ ମସିହାରେ ପ୍ରାୟ ୧୦କୋଟି  ଟଙ୍କା ଖର୍ଚ୍ଚ କରାଯାଇଛି। ସେଥିରେ ବଲାଙ୍ଗୀର ଠିକଦାରପଡା ଠିକଣାରେ ଥିବା ପ୍ରତୀକ୍ଷା ଏଣ୍ଟରପ୍ରାଇଜେସ ନାମକ ଏକ ସଂସ୍ଥା ଜିଲ୍ଲାର ବିଭିନ୍ନ ସ୍କୁଲକୁ ଏହି ସାମଗ୍ରୀ ଯୋଗାଇବା ସହିତ ଇନଷ୍ଟଲ କରିଥିବା ଦର୍ଶାଯାଇଛି । କିନ୍ତୁ ପ୍ରକୃତରେ ଏଭଳି ସଂସ୍ଥା କିମ୍ବା ଦୋକାନ ବଲାଙ୍ଗୀରରେ କୌଣସି ଠାରେ ନାହିଁ । ଏପରିକି ଉକ୍ତ ସଂସ୍ଥା ନାମରେ ଅଗଷ୍ଟ ୨୦୨୩ ମସିହାରେ ଏକ ଜିଏସଟି ନମ୍ବର (୨୧ଜିଡବ୍ଲୁବିପିଏମ୪୪୭୮ପିଆଇଜେଡୱାଇ) ନିଆଯାଇଛି ଓ ଜାନୁୟାରୀ ମାସ ୨୦୨୪ରେ ତାକୁ ବନ୍ଦ କରିଦିଆଯାଇଛି । ଜୟନ୍ତ କୁମାର ମହାପାତ୍ର ଏହାର ମାଲିକ ଦର୍ଶାଯାଇଛି। ଏହି ଜିଏସଟି ନମ୍ବରରେ କରାଯାଇଥିବା କାରବାରରେ ଟଙ୍କା ଟିଏ ମଧ୍ୟ ଜିଏସଟି ଟେକ୍ସ ଭରାଯାଇନାହିଁ । କିନ୍ତୁ ଜାନୁୟାରୀ ମାସ ୨୦୨୪ରେ ଉକ୍ତ ଜିଏସଟି ନମ୍ବର ବନ୍ଦ ହୋଇଥିଲେ ହେଁ ଏହା ପରେ ମଧ୍ୟ ବିଭିନ୍ନ ସ୍କୁଲକୁ ସାମଗ୍ରୀ ଯୋଗାଇଥିବା ଦର୍ଶାଇ ଜାଲ ଜିଏସଟି ବିଲ ଦିଆଯାଇଛି। ଫଳରେ ସରକାରଙ୍କୁ ଲକ୍ଷାଧିକ ଟଙ୍କାର ରାଜସ୍ୱ କ୍ଷତି ହୋଇଥିବା ଅଭିଯୋଗ ହୋଇଛି। ଏହି ସଂସ୍ଥା ନାମରେ ଏସଅଫ ସ୍ମଲଫାଇନାନ୍ସ ବ୍ୟାଙ୍କରେ ଏହାର ଆକାଉ(୧୦୨୩୦୦୦୨୧୮୧୬୪୭)ଣ୍ଟ ଖୋଲାଯାଇଛି। ଉକ୍ତ ଆକାଉଣ୍ଟରେ ଶିକ୍ଷାବିଭାଗ ଟଙ୍କା ଜମାକରିଛି। କିନ୍ତୁ ସିଧାସଳଖ ଜିଏସଟି ଫାଙ୍କି କରାଯାଇ ତାହାର ଲାଭ ଯୋଗାଣକାରୀ ସଂସ୍ଥାଠାରୁ ଡିଇଓ ଅଫିସର ଉକ୍ତ ଡେପୁଟେଡ ଶିକ୍ଷକ ଅଶ୍ୱିନୀ ଷଢଙ୍ଗୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି ବୋଲି ଅଭିଯୋଗ ଉଠିଛି। କେବଳ ଉକ୍ତ ଶିକ୍ଷକ ନୁହେଁ ତାଙ୍କ ଭାଇ ତଥା ତାଙ୍କ ପରିବାରର ଅନ୍ୟାନ୍ୟ ସଦସ୍ୟଙ୍କ ନାମରେ ଥିବା ଆକାଉଣ୍ଟକୁ ମଧ୍ୟ ଟଙ୍କା ଟ୍ରାନ୍ସଫର କରାଯାଇ ଅର୍ଥ ହଡପ କରାଯାଇଛି। ତେଣୁ ସରକାରୀ ତହବିଲରେ ଜାଲ ବିଲ୍ ଭାଉଚର ଦେଇ ଅର୍ଥ ହଡପ ତଥା ଜାଲ ଜିଏସଟି ବିଲ୍ ଦେଇ ସରକାରଙ୍କୁ ରାଜସ୍ୱ ଠକିଥିବା ଉକ୍ତ ବ୍ୟକ୍ତି ଉପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ଏଡଭୋକେଟ ଶ୍ରୀ ନାଏକ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶିତ ହେବାପରେ ଜୟନ୍ତ ମହାପାତ୍ର ଗଣମାଧ୍ୟମ ସାମନାକୁ ଆସିଛନ୍ତି ଓ ତାଙ୍କ ଅଜାଣତରେ ଷଢଙ୍ଗୀବ୍ରଦର୍ସ ତାଙ୍କର ଲାଗଜ ପତ୍ରକୁ ବ୍ୟବହାର କରି ଆକାଉଣ୍ଟ ଖୋଲି ଜାଲିଆତି କାରବାର କରିଛନ୍ତି ବୋଲି ସଦରଥାନାରେ ଏତଲା ଦେଇଛନ୍ତି। ଜୟନ୍ତ ମହାପାତ୍ର ଏବେ ରାୟପୁରରେ ତାଙ୍କର ପୁଅର ହୃଦୟରୋଗ ଚିକିତ୍ସା କରାଉଥିବା ବେଳେ ସେ ଦେଇଥିବା ଏତଲା ଉପରେ ପୋଲିସ କିଛି ପଦକ୍ଷେପ ନେଉନାହିଁ। ଏପରିକି ଷଢଙ୍ଗୀବ୍ରଦର୍ସ ପ୍ରତୀକ୍ଷା ଏଣ୍ଟରପ୍ରାଇଜେସର ଜାଲ ଆକାଉଣ୍ଟକୁ ନିଜ ମୋବାଇଲ ନମ୍ବର ଦେଇ ବ୍ୟବହାର କରି ଟଙ୍କା ନେଣଦେଣ କରିଥିବାର ଯଥେଷ୍ଟ ପ୍ରମାଣ ଥିଲେ ହେଁ ପୋଲିସ କିମ୍ବା ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ । ଯାହାକୁ ନେଇ ଏହି କାରବାରରେ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ସାମିଲ ଥିବା ସନ୍ଦେହ ପ୍ରକାଶ ପାଇଛି। ଅଭିଯୋଗକୁ ପ୍ରାୟ ୧୫ଦିନ ବିତିଯାଇଥିଲେ ହେଁ ବଲାଙ୍ଗୀର ଡିଇଓ କେବଳ ବ୍ଲକମାନଙ୍କର ଏବିଇଓମାନେ ଆଉ କିଛି ଅଧିକାରୀଙ୍କ ସହିତ ଯୁଗ୍ମତଦନ୍ତ କରି ରିପୋର୍ଟ ଦେବାକୁ ଚିଠିକରିଦେଇ ଚୁପ ବସିଛନ୍ତି। ରାଜ୍ୟର ମୋହନ ସରକାର ଦୁର୍ନୀତି ପ୍ରତି ଶୂନ୍ୟସହନଶୀଳତା କଥା କହୁଥିବା ବେଳେ ପ୍ରକୃତରେ ଏହି ଘଟଣାରେ ଦୁର୍ନୀତିକୁ ପ୍ରୋତ୍ସାହିତ କରୁଥିବା ଭଳି ଜଣାପଡୁଛି । ଭିଜିଲାନ୍ସ ବିଭାଗ ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   10-Aug-2026
  ଜିଲ୍ଲା  
ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି   10-Aug-2026
  ଜିଲ୍ଲା  
କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   10-Aug-2026
  ରାଜ୍ୟ  
ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   10-Aug-2026
  ଜିଲ୍ଲା  
*ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   10-Aug-2026
  ଜିଲ୍ଲା  
ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   10-Aug-2026
  ଜିଲ୍ଲା  
*କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   10-Aug-2026
  ଜିଲ୍ଲା  
ବିନିକା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୬୩ଟିରୁ ୧୨ସମାଧାନ)   10-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନକୁ ବ୍ୟାପକ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ   10-Aug-2026
  ଜିଲ୍ଲା  
ନଦୀ କୂଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ   10-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ରେ ସଂରକ୍ଷଣ ବିରୋଧି ଆନ୍ଦୋଳନ ର ଜରୁରୀ ବୈଠକ   10-Aug-2026
  ଜିଲ୍ଲା  
*ପଞ୍ଜୀକରଣ ପ୍ରକ୍ରିୟା ରେ ଜଟିଳତା ର ପ୍ରତିବାଦ କରି ସୁବର୍ଣ୍ଣପୁର ରେ ଚାଷୀ ଙ୍କ ଆନ୍ଦୋଳନ ଧମକ*-   10-Aug-2026

You Might Also Like