-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
05-Nov-2025
ବିନିକା(ହିମାଂଶୁ ଶେଖର ପୁଟେଲ)ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପୁଣ୍ୟପୀଠ ପାପକ୍ଷୟ ଘାଟରେ ଶତାଧିକ ମହିଳା ଓ ପୁରୁଷ ଲୋକ ଡଙ୍ଗା ଭସାଇଛନ୍ତି ।ବୁଡ଼ ପକାଇବା ପରେ ଲୋକେ ନିକଟସ୍ଥ ବଟବୃକ୍ଷ ଅର୍ଗଲିରେ ଗଲି ନିଜର ପାପକୁ ଦୂର କରିଥିଲେ ।ପ୍ରକାଶ ଥାଉକି କି ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ଏବଂ ଚତୁର୍ଦ୍ଦଶୀରେ ଉଜାଗର ରହିଥିବା ମହିଳା ମାନେ ଚିରସ୍ରୋତା ମହାନଦୀରେ ବୁଡ଼ ପକାଇ ଦୀପ ଜାଳି ଗୀତ ଗାଇ ଡଙ୍ଗା ଭସାଇଥିଲେ ।ବୁଡ଼ ସହ ଡଙ୍ଗା ଭସାଇବା ପାଇଁ ପୀଠରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ବିନିକା ଅଞ୍ଚଳର ବିଭିନ୍ନ ଗ୍ରାମରେ ଥିବା ନଈ,ନାଲ,ପୋଖରୀ ଆଦି ସ୍ଥାନରେ ମଧ୍ୟ ମହିଳା ମାନେ ଭୋରରୁ ସ୍ନାନ କରି ଡଙ୍ଗା ଭସାଇଥିବା ଜଣାପଡିଛି ।ସେହିପରି ଅନ୍ୟ ପକ୍ଷରେ ଏହି ପରିପ୍ରେକ୍ଷୀରେ ପଲ୍ଲୀ ଠାରୁ ସହର ଯାଏ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସପ୍ତାହ ପାରାୟଣ,ସୁନ୍ଦରାକାଣ୍ଡ,ନାମ, ସଂକୀର୍ତ୍ତନ ପରିବେଷଣ ହୋଇଥିଲା।