-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
03-Nov-2025
ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର,)
ଡାବୁଗାଁ ବ୍ଲକ ଅଧିନ କେଲିଆ ଶୈବପୀଠ ଠାରେ ଏହି ବର୍ଷ ଶେଷ ସୋମବାର ପାଇଁ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି ।ଆଜି ଶେଷ ସୋମବାର କିଭଳି ସୁରୁଖୁରୁ ରେ ହେବ ଏଥି ପ୍ରତି ବିଶେସ ଧ୍ୟାନ ଯାଇଛି ବୋଲି ସଂପାଦକ ଦେବରାଜ ପାତ୍ର କହିଛନ୍ତି ।ଆଜି କାର୍ତ୍ତିକ ଶେଷ ସମବାର ପାଇଁ କେଲିଆ ମହାଦେବ ଶ୍ରୀ ଶ୍ରୀ ଝାଡେଶ୍ୱର ବାବାଙ୍କ ଦର୍ଶନ ପାଇଁ ଉପସ୍ଥିତ ଥିଲେ ୫ ହଜାର ରୁ ଉର୍ଦ୍ଧ ଭକ୍ତ। ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ବଡ଼ ଆଡମ୍ବର ସହିତ ଶେଷ ସୋମବାର ପାଳନ କରାଯାଇଛି । ଭକ୍ତଙ୍କ ସୁରକ୍ଷା କୁ ଦୁଷ୍ଟିରେ ରଖି ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ବିଶେଷ ଧ୍ୟାନ ଦିଆଯାଇଛି ମନ୍ଦିର କମେଟି ପକ୍ଷରୁ ଏବଂ ଡାବୁଗାଁ ପୁଲିସ ପ୍ରଶାସନ ତରଫରୁ ।କେଲିଆ ଶୈବ ପୀଠ ସହ ଡାବୁଗାଁ ବ୍ଲକ ର ବିଭିନ୍ନ ଶୈବ ପୀଠରେ ଆଜି ଭକ୍ତଙ୍କ ଭିଡ ଲାଗିରହିଛି।