-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||     

HOME   ଜିଲ୍ଲା

ସଫଳ ହେଲା ହର୍ଷବର୍ଦ୍ଧନ ର ଓପନ ହାର୍ଟ ସର୍ଜରୀ : ଆଜି ଫେରିଲେ ଜେନେରାଲ ୱ।ର୍ଡ* -

03-Nov-2025



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ): ଓପନ୍ ହାର୍ଟ ସର୍ଜରୀ ପରେ ଦୀର୍ଘ ୫ଦିନ ଧରି କଟକ ବଡ଼ ଡ଼ାକ୍ତରଖାନାର ଭେଣ୍ଟି ଲେଟରରେ ଚିକିତ୍ସିତ ଥିବା ସୋନପୁରର ୧୫ ବର୍ଷର ବାଳକ ହର୍ଷବର୍ଦ୍ଧନ ଆଜି ଜେନେରାଲ ୱାର୍ଡକୁ ଫେରିଛି l ତା'ର ସୁସ୍ଥତା ଯୋଗୁଁ ପରିବାର ଲୋକେ କିଛିଟା ଆଶ୍ୱସ୍ତି ଅନୁଭବ କରିଛନ୍ତି l ମାଁ ସୁରେଶ୍ଵରୀ, ପ୍ରଭୁ ନରସିଂହ ବାବା ଓ ସୋନପୁରର ସବୁ ଦେବା ଦେବୀଙ୍କ ଆଶୀର୍ବାଦରୁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ, ପୋଲିସ୍ ପ୍ରଶାସନ,  କଟକ ଏସ୍ ସି ବି ର କାର୍ଡିଓଲୋଜି ବିଭାଗ ମୁଖ୍ୟ ଡାକ୍ତର ମନୋଜ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ଆଠ ଜଣିଆ ଡାକ୍ତରୀ ଦଳଙ୍କ ପ୍ରଚେଷ୍ଟା ତଥା ସୋନପୁର ମାଟିରେ ଜନ୍ମଗ୍ରହଣ କରିଥିବା କଟକର ଜଣେ ସୁନାମଧନ୍ୟ ବରିଷ୍ଠ ଡାକ୍ତରଙ୍କ ପ୍ରଚେଷ୍ଟାରେ ଗତ ୨୯ ତାରିଖ ବୁଧବାର ଦିନ ହର୍ଷବର୍ଦ୍ଧନଙ୍କ ହାର୍ଟ ର ମେଜର ସର୍ଜରୀ ସଫଳ ହୋଇଥିଲା l ପୂର୍ବରୁ  ବିଭିନ୍ନ ଘରୋଇ ମେଡିକାଲ୍ ରେ ଚିକିତ୍ସା ଆରଂଭ କରାଇ ଅପରେସନ ପାଇଁ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହେବ ବୋଲି ଜାଣିବା ପରେ ନିରୀହ ହର୍ଷବର୍ଦ୍ଧନଙ୍କ ପରିବାର ଲୋକେ ନିରାଶ ହୋଇ ଘରକୁ ଫେରି ଆସିଥିଲେ l ଓଡ଼ିଶା ସାମ୍ୱାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖାର କର୍ମକର୍ତ୍ତାଙ୍କ ଠାରୁ ଏ ଖବର ପାଇ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ, ଏସପି ନାରାୟଣ ନାଏକ ଓ କଟକ ର ଜଣେ ବରିଷ୍ଠ  ଡାକ୍ତର , ସାମ୍ୱାଦିକଙ୍କ ସହ ହର୍ଷବର୍ଦ୍ଧନଙ୍କ ସୋନପୁର ବାସଭବନକୁ ପହଞ୍ଚି ସ୍ବାସ୍ଥ୍ୟ ଅବସ୍ଥା ଦେଖି କଟକ ବଡ଼ ଡ଼ାକ୍ତରଖାନାର ଡାକ୍ତରୀ ଦଳ ସହ ଅପରେସନ ପାଇଁ ଅନେକ ଥର ଯୋଗା ଯୋଗ ରଖି ଆସିଥିଲେ l

ଶେଷରେ ହାର୍ଟ ଅପରେସନ ପାଇଁ କଟକ ମେଡିକାଲ୍ କୁ ପଠାଇବାକୁ ଜିଲ୍ଲାପାଳଙ୍କ ଉପସ୍ଥିତିରେ ସମସ୍ତ ବ୍ୟବସ୍ଥା କରାଗଲା l ଅପରେସନ ଥିଏଟରକୁ ଯିବା ଆଗରୁ ହର୍ଷବର୍ଦ୍ଧନ ଙ୍କୁ ମାଁ ସୁରେଶ୍ଵରୀ, ପ୍ରଭୁ ନରସିଂହ ବାବା ଓ ମାଁ କଟକ ଚଣ୍ଡୀ ଙ୍କ ଆଶିର୍ବାଦ କାମନା କରାଯାଇ ଥିଲା ଓ ଜିଲ୍ଲାପାଳ ମଧ୍ଯ ହର୍ଷ ବର୍ଦ୍ଧନ ଙ୍କୁ ଭିଡ଼ିଓ କଲ୍ ଜରିଆରେ ତା'ର ଶୁଭମନାସି ଅସ୍ତ୍ରୋପଚାର ର ସଫଳତା କାମନା କରି ଥିଲେ l ୨୯ ତାରିଖ ଅପରେସନ ବେଳେ ଓଡ଼ିଶା ସାମ୍ୱାଦିକ ସଂଘର ରାଜ୍ୟ ସଭାପତି ଶଶି ଭୂଷଣ ପ୍ରହରାଜ, ଉପସଭାପତି ରମଣୀ ରଂଜନ ଦାସ, ସଂପାଦକ  ଦୁର୍ଯ୍ୟୋଧନ ମହାରଣା ,ମାନସ ଓଝା ପ୍ରମୁଖ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ସମେତ ସୁବର୍ଣ୍ଣପୁର ଜିଲ୍ଲା ଶାଖା କର୍ମକର୍ତ୍ତା ପୁରା ସମୟ ଉପସ୍ଥିତ ରହି ଦାୟିତ୍ଵରେ ଥିବା ଡାକ୍ତରୀ ଦଳ ସହ ସାକ୍ଷାତ ଓ ଆଲୋଚନା କରିଥିଲେ l ମାଁ ସୁରେଶ୍ଵରୀ ଏ ଡ଼ାକ୍ତରୀ ଟିମ୍ ଙ୍କୁ ଶକ୍ତି ଓ ଆଶୀର୍ବାଦ ପ୍ରଦାନ କରନ୍ତୁ ଯେ, ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ସେମାନେ ଜଣେ ଜଣେ  ଧ୍ରୁବତାରା ଭଳି ଆଦର୍ଶ ହୋଇ ରୋଗୀ ସେବାରେ ସଫଳ ହୁଅନ୍ତୁ ଓ ଯଶ ଲାଭ କରନ୍ତୁ l  ଓ ଜିଲ୍ଲା ପ୍ରଶାସନ, ଡାକ୍ତରୀ ଦଳ ର ଉଦ୍ୟମ ଯୋଗୁଁ ଓ ହର୍ଷବର୍ଦ୍ଧନଙ୍କ ଆଶୁ ଆରୋଗ୍ୟ କାମନା କରି ସାମୁହିକ ମହା ମୃତ୍ୟୁଞ୍ଜୟ ମନ୍ତ୍ରପଠନ ଓ ପ୍ରାର୍ଥନା କରିଥିବା ସୋନପୁର ସହରର ସମସ୍ତ ସ୍ବେଛାସେବୀ ଓ ଶିକ୍ଷା ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ଠାରେ ଓଡ଼ିଶା ସାମ୍ୱାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ଚିରଦିନ କୃତଜ୍ଞ ରହିବ l ମାଁ ସୁରେଶ୍ଵରୀ ଆଶୀର୍ବାଦ କରନ୍ତୁ ହର୍ଷବର୍ଦ୍ଧନ ସଂପୂର୍ଣ୍ଣ ସୁସ୍ଥ ହୋଇ ନିଜ ଘରକୁ ଫେରନ୍ତୁ ଓ ନିଜେ ହସି ସମସ୍ତ ଶୁଭେଛୁଙ୍କ ମୁହଁରେ ହସ ଫୁଟାନ୍ତୁ ବୋଲି ସମସ୍ତ ଶୁଭେଛୁ ଆଶା ବାନ୍ଧିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026

You Might Also Like