-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
02-Nov-2025
ସୋନପୁର (ମନୋରଞ୍ଜନ ତ୍ରିପାଠୀ)
ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜନ୍ମଜୟନ୍ତୀ ଅବସରରେ ୧୧ ଓଡ଼ିଶା ବାଟାଲିଅନ ଏନ ସି ସି ବଳାଙ୍ଗୀର ଅଧୀନସ୍ଥ ସୋନପୁର କଲେଜ, ସୋନପୁରର ଏନ ସି ସି କ୍ୟାଡେଟମାନେ ଏକ ସ୍ୱଚ୍ଛତା ଅଭିଯାନ କାର୍ଯ୍ଯ କ୍ରମ ଆୟୋଜନ କରା ଯାଇଥିଲା l ଏହି କାର୍ଯ୍ୟକ୍ରମଟି NCC ଅଫିସର ଲେଫ୍ଟେନାଣ୍ଟ ଆଶିଷ କୁମାର ଅଗ୍ରୱାଲଙ୍କ ନିର୍ଦ୍ଦେଶନା ରେ ଏବଂ ସୋନପୁର କଲେଜର ଅଧ୍ୟକ୍ଷ ଶ୍ରୀ ରାଧାକାନ୍ତ ନାୟକଙ୍କ ମାର୍ଗଦର୍ଶନ ରେ ଆୟୋଜିତ ହୋଇଥିଲା ।
ମୋଟ ୪୨ ଜଣ କ୍ୟାଡେଟ ଏହି ସ୍ୱଚ୍ଛତା ଅଭିଯାନରେ ଉତ୍ସାହ ପୂର୍ବକ ଭାଗ ନେଇଥିଲେ । ସେମାନେ କଲେଜ ପରିସର ଏବଂ ଚାରିପାଖ ଅଞ୍ଚଳ ସଫା କରି ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସ୍ୱଚ୍ଛତା ଓ ପରିବେଶ ସଚେତନତାର ସନ୍ଦେଶ ପ୍ରସାର କରି ଥିଲେ l
ଲେଫ୍ଟେନାଣ୍ଟ ଆଶିଷ କୁମାର ଅଗ୍ରୱାଲ କ୍ୟାଡେଟମାନଙ୍କ ସେବା ସମର୍ପଣ ଓ ଶାନ୍ତି ଶୃଙ୍ଖଳା କୁ ପ୍ରଶଂସା କରି ଥିଲେ l ଅତିଥି ଭାବେ ଯୋଗ ଦେଇ ଥିବା ଅଧ୍ୟକ୍ଷ ଶ୍ରୀ ରାଧାକାନ୍ତ ନାୟକ ଏହି ପ୍ରୟାସକୁ ଆଗାମୀ ଦିନରେ ଜାରି ରଖିବାକୁ ଓ ଏକ ସୁସ୍ଥ ସମାଜ ଗଠନ ଦିଗରେ ପ୍ରାୟସ କରିବାକୁ ସମସ୍ତଙ୍କୁ ପରାମର୍ଶ କରି ଥିଲେ l
ଏହି ଅଭିଯାନ ଟି **ଏକତା ଓ ଶାନ୍ତି ଶୃଙ୍ଖଳା** ମନ୍ତ୍ର ର ବାର୍ତ୍ତା ବହନ କରି ଥିବା ବେଳେ ଭାରତର ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଆଦର୍ଶକୁ ସ୍ମରଣ କରିଥିଲା l