-+91-9937148622 |
prerana_bgr@rediffmail.com |
Thursday 6th August 2026 |
R.N.I. Regd No. ODIODI/2010/46693
Breaking News
30-Oct-2025
ନୁଆଁପଡ଼ା(ପରମେଶ୍ଵର ମେହେର): ନୁଆପଡାରେ ଆୟୋଜିତ ବୃହତ୍ ମହିଳା ସମ୍ମିଳନୀରେ ୨,୦୦୦ରୁ ଅଧିକ ମହିଳା ଯୋଗ ଦେଇ ବିଜୁ ଜନତା ଦଳ ପ୍ରତି ଦୃଢ଼ ସମର୍ଥନ ବ୍ୟକ୍ତ କରିଥିଲେ। ଏହି ସମ୍ମିଳନୀରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୁଜାରୀ, ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା,ଦଶପଲ୍ଲୀ ବିଧାୟକ ରମେଶ ଚନ୍ଦ୍ର ବେହେରା, ଶ୍ରୀମତୀ ଲେଖାଶ୍ରୀ ସାମନ୍ତ ସିଂଘାର, ଇପ୍ସିତା ସାହୁ ଓ ଚିନ୍ମୟ ସାହୁ ଉପସ୍ଥିତ ଥିଲେ। ତେଜରାଜ ସାବର ଧନ୍ୟବାଦ ଅର୍ପଣ କରିଥିଲେ।
ସମ୍ମିଳନୀକୁ ସମ୍ବୋଧନ କରି ସାଂସଦ ନିରଞ୍ଜନ ବିଶି କହିଥିଲେ “କେନ୍ଦ୍ର ସରକାର ଦ୍ୱାରା ପ୍ରତିଶ୍ରୁତି ହେଲା ଆଶ୍ୱାସନ, କିନ୍ତୁ ଲୋକଙ୍କ ହାତକୁ ଆସିଛି ଅଶାନ୍ତି,ନାରାଜି ଓ କଷ୍ଟ। ଗରିବ, ମହିଳା, ଯୁବ, ଚାଷୀ, ଏସ୍ଟି-ଏସ୍ସିଙ୍କ ପାଇଁ ଯାହା ଯୋଜନା ଥିଲା, ସେଗୁଡ଼ିକୁ ଦୁର୍ବଳ କରାଯାଉଛି।”
ସେ କହିଲେ ଯେ, ପୁରୁଣା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘର ପାଇଁ ଦିଆଯାଉଥିବା ୧,୩0,000 କୁ କମକରି ୧,୨0,000 କରାଯାଇଛି, ଯାହା ଗରିବ ପରିବାର ପାଇଁ ଅସୁବିଧା ସୃଷ୍ଟି କରୁଛି।
ଏହାସହିତ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କୁ ₹୧0 ଲକ୍ଷ ଓ ପୁରୁଷଙ୍କୁ ₹୫ ଲକ୍ଷ ସ୍ୱାସ୍ଥ୍ୟ ସୁବିଧା ଦିଆଯାଉଥିଲା କିନ୍ତୁ ସେହି ସୁବିଧା ବିଜେପି ବନ୍ଦ କରିଦେଇଛି ଯାହାର ପ୍ରଭାବ ଗରିବ ଲୋକଙ୍କ ଉପରେ ପଡ଼ୁଛି।
ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୁଜାରୀ କହିଥିଲେ ଯେ ବିଜେପି ଦ୍ୱାରା ଦିଆଯାଇଥିବା ବହୁ ପ୍ରତିଶ୍ରୁତି ପୂରଣ ହୋଇନାହିଁ, ଯେପରି ପ୍ରତି ଘରକୁ ୩00 ଇଉନିଟ୍ ମାଗଣା ବିଦ୍ୟୁତ, ମାସକୁ ବାର୍ଦ୍ଧକ୍ୟ ଭତ୍ତା ୩,୫00ଟଙ୍କା, ପେଟ୍ରୋଲ ଓ ଡିଜେଲ ୫0 ବଦଳ ରେ ୧00 ହେଲା, ଗ୍ୟାସ ସିଲିଣ୍ଡର 250 ବଦଳ ରେ ହଜାରେ ହୋଇଛି, ପ୍ରତି ଖାତାକୁ ₹୧୫ ଲକ୍ଷ ଆସିଲା ନାହିଁ,କଳା ଟଙ୍କା ଆସିଲା ନାହିଁ କି ପ୍ରତି ବର୍ଷ ୨ କୋଟି ନିଯୁକ୍ତି ୧ ୧ ବର୍ଷ ରେ ଦିଆଗଲା ନାହିଁ.ସୁଦାମ ମାରାଣ୍ଡି କହିଲେ “ମହିଳା, ଯୁବ, ଚାଷୀ, ଆଦିବାସୀ, ଅନୁସୂଚିତ ଜାତି ଙ୍କ ପ୍ରତି ବିଶ୍ୱାସଘାତକ କରାଯାଇଛି।”ବିଧାୟକ ରମେଶ ବେହେରା କହିଲେ: “ନୁଆପଡା ଏବେ ସ୍ପଷ୍ଟ ଲୋକତାନ୍ତ୍ରିକ ବାର୍ତ୍ତା ଦେବ।”
ସମ୍ମିଳନୀରେ ଯୋଗ ଦେଇଥିବା ୨,୦୦୦ ରୁ ଉର୍ଦ୍ଧ ମହିଳା ସମ୍ମିଳନୀ ବିଜେଡି ର ବିଜୟ କୁ ସ୍ପଷ୍ଟ ପ୍ରମାଣ କରିଛି ବୋଲି ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଥିଲେ