-+91-9937148622 |
prerana_bgr@rediffmail.com |
Saturday 12th September 2026 |
R.N.I. Regd No. ODIODI/2010/46693
Breaking News
19-May-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ବନ୍ଧପାଲି ଠାରେ ଗଢି ଉଠିଥିବା ଝାଏଁରେ କଲାପଟାର ବାର୍ଷିକୋତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଝାଏଁରେ ବନ୍ଧପାଲି କଲାପଟା ସାହିତ୍ୟ ଆନୁକୁଲ୍ୟରେ ସଭାପତି ଭରତ ମେହେର ଙ୍କର ତତ୍ବାବଧାନରେ ତାର ସପ୍ତମ ବାର୍ଷିକ ମହୋତ୍ସବ ଆସନ୍ତା ତା-୨୨/୦୫/୨୫ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହେବାପାଇଁ ଅନ୍ତିମ ବୈଠକ ଅନୁଷ୍ଠିତ ହୋଇଥିଲା। ଝାଏଁରେ ବନ୍ଧପାଲି କଲାପଟା ସାହିତ୍ୟ କୁଟୁମ୍ ର ସହମତିରେ ଗୁରୁବାର ସନ୍ଧ୍ୟାରେ କଲାପଟା ପୁଜନ ଓ ମଞ୍ଚ ପୁଜନ ପରେ ସମ୍ମାନିତ ପର୍ବ ହାସ୍ୟ/ବ୍ୟଙ୍ଗ କବି ସମ୍ମିଳନୀ ସାଙ୍ଗରେ ସମଲ୍ପୁରି ନାଚଗିତର ଆସର ହେବ । ବୈଠକରେ ସଂସଦର ସମ୍ପାଦକ ଭରତ ନାଏକ, କୋଷାଧ୍ୟକ୍ଷ ଉମାକାନ୍ତ ସାହୁ,ମୋତିରାମ୍ ମେହେର, ଭାଗିରଥି ବିଭାର୍ ,ହରି ମେହେର୍, ଲଲିତ ମେହେର, ରୋହିତ ସାହୁ, ପ୍ରଦୀପ ମେହେର,ଚିନୁ ଚେଟି,ଯୋଗେଶ ବର୍ଗାଏ,,ପ୍ରଦିପ ରାଉତ୍, ଅଶ୍ଵିନୀ ସେଠ୍,ମୁକେଶ ଦାଶ, ଅନନ୍ତ ମହାପାତ୍ର, ବୈଦ୍ୟନାଥ ସାହୁ, ବାଳକୃଷ୍ଣ ମେହେର, କ୍ଷିରସିନ୍ଧୁ ଭୋଇ,,କ୍ଷିର ସେଠ୍ ,ଓମ୍ପ୍ରକାଶ ମେହେର୍ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।