-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
19-May-2025
ଟିକାବାଲି(ରମେଶ ପଣ୍ଡା): ରବିବାର ଦିନ ଦୟାନନ୍ଦ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଦାୟୀ ପ୍ରଧାନଶିକ୍ଷକ ବରୁଣ କୁମାର ପ୍ରଧାନଙ୍କୁ ଉତ୍ତରୀୟ ପ୍ରଦାନ କରି ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ତତ୍ ସହିତ ନୂତନ ଭାବେ ପ୍ରମୋସନ ପାଇ ରାଜା ବାସୁଦେବ ହାଇ ସ୍କୁଲ୍, ଦେଓଗଡ଼ରେ ପ୍ରଧାନଶିକ୍ଷକ ରୂପେ ଯୋଗ ଦାନ କରିଥିବାରୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା। ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ମନେନ୍ଦ୍ର କୁମାର ସାମଲ ନୂତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରୂପେ ଯୋଗଦାନ କରିଥିବାରୁ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା ।ଉକ୍ତ ବିଦାୟକାଳୀନ ଦିବସରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ ସି.ଆର.ସି.ସି.(ପାବୁରିଆ କ୍ଲଷ୍ଟର),ବିଭିନ୍ନ କମିଟିର ସଭାପତି ତଥା ସଦସ୍ୟସଦସ୍ୟା, ଅଧ୍ୟୟନରତ ଛାତ୍ରଛାତ୍ରୀ ଏବଂ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଉକ୍ତ ବିଦ୍ୟାଳୟରେ ଦୀର୍ଘ ଦିନର କର୍ମମୟ ଜୀବନ ଅତିବାହିତ କରିବା ସହିତ ପାବୁରିଆ ଅଞ୍ଚଳରେ ସେ ଜଣେ ସୁନାମଧନ୍ୟ ଏବଂ ଛାତ୍ର ବତ୍ସଳ ଶିକ୍ଷକ ରୂପେ ପରିଚିତ ଥିଲେ।