-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
19-May-2025
ବରୀ(ରଞ୍ଜିତ ମହାନ୍ତି): ବରୀ ମାଉଣ୍ଡ ବଣିକ ମହାସଂଘ ପକ୍ଷରୁ ବରୀ ବିଧାୟକ ବିଶ୍ଵରଞ୍ଜନ ମଲ୍ଲିକଙ୍କୁ ରବିବାର ଅପରାହ୍ନରେ ସମ୍ବନ୍ଧିତ କରାଯାଇଛି। ଏଥିସହିତ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇ ବଜାରର ରାସ୍ତା ଆଲୋକୀକରଣ, ପାନୀୟ ଜଳ ସମସ୍ୟା ଓ ଶୌଚାଳୟ ନିର୍ମାଣ ବିଷୟରେ ଅବଗତ କରାଯାଇଛି। ମହାସଂଘର ସ୍ଥାୟୀ ସଭାପତି ଧୀରେଶ ଚନ୍ଦ୍ର ଦ୍ବିବେଦୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦକ ଶୁକଦେବ ବେହେରା ଉପସ୍ଥିତ ଥିବାବେଳେ ଗଙ୍ଗାଧର ଦାସ ମଞ୍ଚ ପରିଚାଳନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ
ବ୍ଲକ ଅଧ୍ୟକ୍ଷ ଅଶୋକ ଗେଡ଼ି, ସାମାଜିକ କର୍ମୀ କେଦାର ସାମଲ, ଜିଲା ପରିଷଦ ସଭ୍ୟ ଅଶୋକ ସାମଲ, ସନ୍ତୋଷ ସାମଲ, ଦିଲୀପ ମହାନ୍ତି, ସାମାଜିକ କର୍ମୀ ଅରବିନ୍ଦ ମହାନ୍ତି, ବୀରେନ୍ଦ୍ର ମିଶ୍ର, ପ୍ରସନ୍ନ ସାମଲ, ପ୍ରାକ୍ତନ ସରପଞ୍ଚ ପ୍ରମୋଦ ନାଥ ପ୍ରମୁଖ ଉପସ୍ଥିତ ଥିଲେ। ମହାସଂଘର କର୍ମକର୍ତ୍ତା ରବୀନ୍ଦ୍ର ସାହୁ, ଶୁଭ୍ରାଂଶୁ ଶେଖର ବିଶ୍ଵାଳ, ପ୍ରଦୀପ ବେଉରିଆ, ସତ୍ୟବ୍ରତ ପରିଡ଼ା, ରମଣି ରଞ୍ଜନ ଅମରଜିତ ବିଶ୍ଵାଳ, ବାପି ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରି ଥିଲେ। କୁନି ଝିଅ ଅମ୍ରିତା ଦ୍ବିବେଦୀ ସ୍ବାଗତ ନୃତ୍ୟ ପରିବେଷଣ କରିଥିବାବେଳେ କୀର୍ତ୍ତି ଦାସ ଧନ୍ୟବାଦ ଦେଇଥିଲେ।