-+91-9937148622 |

prerana_bgr@rediffmail.com |

  Saturday 12th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||      ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (12-Sep-2026)       ||      ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   (12-Sep-2026)       ||      ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ    (12-Sep-2026)       ||      ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   (12-Sep-2026)       ||      ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||      ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   (11-Sep-2026)       ||      ୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (11-Sep-2026)       ||      ଏକାଦଶ ଜିଲ୍ଲାପରିଷଦ ବୈଠକ   (11-Sep-2026)       ||      ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   (11-Sep-2026)       ||      Hjk   (11-Sep-2026)       ||      ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   (11-Sep-2026)       ||     

HOME   ଜିଲ୍ଲା

ଉତ୍ତମ ସ୍ୱାସ୍ଥ୍ୟ ସେବା ଏବେ ବି ବଲାଙ୍ଗୀରବାସୀଙ୍କ ପାଇଁ ସାତସପନ ପଲଟିଛି: ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ରେ ଅବ୍ୟବସ୍ଥା

17-May-2025



ବଲାଙ୍ଗିର(ପ୍ରେରଣା ଖବର): ବଲାଙ୍ଗିର ଜିଲ୍ଲା ପଶ୍ଚିମଓଡ଼ିଶାର ଏକ ମୁଖ୍ୟ ଜିଲ୍ଲା ଭାବେ ପରିଗଣିତ।ଏହି ଜିଲ୍ଲାର ମେଡିକାଲ କଲେଜ ହସ୍ପିଟାଲ ଉପରେ ପ୍ରାୟ ୬/୭ ଗୋଟି ଜିଲ୍ଲା ନିର୍ଭର କରନ୍ତି।ଭୀମଭୋଇ ମେଡିକାଲ କଲେଜ୍ ହସ୍ପିଟାଲ ନିର୍ମାଣ ହେଲାପରେ ସମସ୍ତଙ୍କ ଆଶା ଥିଲା ଏଠି ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ। କିନ୍ତୁ ଏହି ମେଡିକାଲ କଲେଜ ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପୂର୍ଣ କାର୍ଯ୍ୟକ୍ଷମ ହୋଇ ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ନିକଟରେ ତା.୧୨.୫.୨୫ ରିଖ ରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଘୁଚେପାଲି ଛକ ନିକଟରେ ଆକସ୍ମିକ ସଡ଼କ ଦୁର୍ଘଟଣାରେ ୨ଜଣ ରେଲୱେ କର୍ମଚାରୀ ଆହତ ହୋଇଥିଲେ।ଆହତ ନିରଞ୍ଜନ ଭୋଇ ରେଲୱେ କର୍ମଚାରୀଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇ ରକ୍ତସ୍ରାବ ହୋଇଥିଲା।ଦୁର୍ଘଟଣା ପରେ ସେମାନଙ୍କୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବହିର୍ବିଭାଗକୁ ନିଆଯାଇଥିଲା।ଡାକ୍ତରଙ୍କ ପରାମର୍ଶ କ୍ରମେ ସେଠାରେ ସିଟି ସ୍କାନ କରାଯାଇଥିଲା।ସିଟି ସ୍କାନ ରିପୋର୍ଟ ଅନୁଯାୟୀ ନିରଞ୍ଜନ ଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇ ଥିଲା। ସରକାରୀ ଆମ୍ବୁଲାନ୍ସ ନ ମିଳିବାରୁ ତାଙ୍କୁ ଗୋଟିଏ ବେସରକାରୀ ଆମ୍ବୁଲାନ୍ସରେ ବୁର୍ଲାକୁ ନିଆଯାଇଥିଲା।ବୁର୍ଲା ମେଡିକାଲର ନ୍ୟୁରୋ ବିଭାଗରେ ପ୍ରବଳ ଭିଡ଼ ଥିବାରୁ ତାଙ୍କୁ ସ୍ଥାନୀୟ ଏକ ବେସରକାରୀ ଗୌରୀ ହସ୍ପିଟାଲ କୁ ନେଇଥିଲେ। ସେଠାରେ ତାଙ୍କୁ ଭର୍ତ୍ତି କରି ୪ଘଣ୍ଟା ରଖିଲା ପରେ ନ୍ୟୁରୋ ଡାକ୍ତର ଅନୁପସ୍ଥିତ ଥିବା ଦର୍ଶାଇ ଫେରାଇ ଦେଇଥିଲେ।ଏହାପରେ ଅନାନ୍ୟୋପାୟ ହୋଇ ବରଗଡ଼ ବିକାଶ ହସ୍ପିଟାଲକୁ ସେହିଦିନ ରାତ୍ରି ୧୨ ଟା ବେଳେ ନେଇ ଭର୍ତ୍ତି କରିଥିଲେ।ବରଗଡ଼ ବିକାଶ ରେ ଔଷଧ ଦେଇ ୧୩.୫.୨୫ ରିଖ ପଯ୍ୟନ୍ତ ରଖିଲେ।ଉପଯୁକ୍ତ ସ୍ବାସ୍ଥ୍ୟ ସେବା ନ ପାଇବାରୁ ସେହିଦିନ ଗୋଟିଏ ପ୍ରାଇଭେଟ୍ ଆମ୍ବୁଲାନ୍ସ ରେ ୩୦,୦୦୦ ଟଙ୍କା ଦେଇ ଭୁବନେଶ୍ୱର ସ୍ଥିତ କିମ୍ସ ହସ୍ପିଟାଲରେ ରାତ୍ରି ୧୨ ଟା ରେ ପହଞ୍ଚିଥିଲେ। ସେଠାରେ ସୁବିଧା ନ ଥିବାରୁ ତାଙ୍କୁ ଭୁବନେଶ୍ବର ସ୍ଥିତ ଉତ୍କଳ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା।ବର୍ତ୍ତମାନ ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।ଏହି ସମସ୍ତ ତଥ୍ୟ ଜଣେ ମହାନ୍ ବ୍ୟକ୍ତିତ୍ଵ ସମାଜସେବୀ ତଥା ଆଇନଜୀବୀ ନେତ୍ରାନନ୍ଦ ନାଗ ଙ୍କ ଠାରୁ ସୂଚନା ମିଳିବା ପରେ ପୁଙ୍ଖାନୁପୁଙ୍ଖ ଲେଖିବାର ସହଯୋଗ ମିଳିଲା l

ସରକାର ଲୋକଙ୍କ ସୁବିଧା ପାଇଁ ଅନେକ ମେଡିକାଲ କଲେଜ୍ ଖୋଲିଥିବା ସତ୍ତ୍ୱେ ସ୍ବାସ୍ଥ୍ୟ ସେବା ଅପହଞ୍ଚରେ ଥିବା ଦୁଃଖର ବିଷୟ। ସ୍ବାସ୍ଥ୍ୟ ସେବା ପାଇବା ସମସ୍ତଙ୍କ ଅଧିକାର ଥିବା ବେଳେ ଏହି ସେବା ପାଇବାରୁ ଲୋକେ ବଞ୍ଚିତ ହୋଇ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡେ।ଏଣୁ ସରକାରଙ୍କୁ ପୀଡ଼ିତ ପରିବାର ତରଫରୁ ଅନୁରୋଧ କରାଯାଇଛି ଯଥାଶୀଘ୍ର ନୂତନ ମେଡିକାଲ କଲେଜ ମାନଙ୍କରେ ସମସ୍ତ ବିଭାଗ ମାନଙ୍କ ପାଇଁ ଡାକ୍ତର ନିଯୋଗ ଓ ଆବଶ୍ୟକୀୟ ଯନ୍ତ୍ରପାତିର ବ୍ୟବସ୍ଥା କରାଗଲେ ସ୍ବାସ୍ଥ୍ୟ ସେବାରେ ସୁଧାର ହେବ।ବର୍ତ୍ତମାନ ସ୍ବାସ୍ଥ୍ୟ ବିଭାଗର ମଙ୍ଗ ଧରିଛନ୍ତି ବଲାଙ୍ଗିର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହଲିଙ୍ଗ।ଏଣୁ ନିଜେ ସ୍ବାସ୍ଥ୍ୟ ମନ୍ତ୍ରୀ ଏ ଅଞ୍ଚଳର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଉପରେ ଗୁରୁତ୍ଵ ଦେଇ ବିହୀତ ପଦକ୍ଷେପ ନେବେ,ଯେହେତୁ ଜୀବନରେ ଥରେ ମଣିଷ ସେବା କରିବାର ମୌକା ଭଗବାନ ଦେଇଥାନ୍ତି।ଏଣୁ ଏ ସୁଯୋଗ ବିଦ୍ୱାନୀ ମୁକେଶ ମହାଲିଙ୍ଗ ହାତଛଡ଼ା କରିବେ ନାହିଁ ବୋଲି ହୃଦବୋଧ ହୁଏ।ବିଶିଷ୍ଟ ସମାଜସେବୀ ତଥା ବରିଷ୍ଠ ଆଇନଜୀବୀ ବାଳକୃଷ୍ଣ ଷଡ଼ଙ୍ଗୀ (ବୁଢା) ଏବଂ ନରେନ୍ଦ୍ର ବେହେରା ବଲାଙ୍ଗିର ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଉନ୍ନତି ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଜଣାଇଥିବା ବେଳେ ଆହତ ନିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   12-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   12-Sep-2026
  ଜିଲ୍ଲା  
ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   12-Sep-2026
  ଜିଲ୍ଲା  
ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   12-Sep-2026
  ଜିଲ୍ଲା  
ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   12-Sep-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   12-Sep-2026
  ଜିଲ୍ଲା  
ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   12-Sep-2026
  ଜିଲ୍ଲା  
ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ   12-Sep-2026
  ଜିଲ୍ଲା  
ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   12-Sep-2026
  ଜିଲ୍ଲା  
ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   11-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   11-Sep-2026

You Might Also Like