-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
28-Apr-2025
ବଲାଙ୍ଗିର(ଦେବାଶିଷ ବହିଦାର): ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ଗୌରୱ ଶିୱାଜି ଇସାଲୱାର ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ତଦାରଖ କରିବା ପାଇଁ ସମଲେଶ୍ଵରୀ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ପରିଦର୍ଶନ କରିଥିଲେ। କାଉଣ୍ଟରରେ ରେଜିଷ୍ଟ୍ରେଶନ ପ୍ରକ୍ରିୟା ଏବଂ ନୂଆ କାର୍ଡ ନଥିବା ସ୍ଥଳେ ରୋଗୀ କିପରି ବିନା ଅସୁବିଧାରେ ଚିକିତ୍ସା ପାଇପାରିବେ ସେ ବାବଦରେ ପୁଙ୍ଖାନୁପୁଙ୍ଖ ବୁଝିଥିଲେ। ଆୟୁଷ୍ମାନ ଭାରତ କାର୍ଡ ନଥିଲେ ଆଧାର କାର୍ଡ ସହାୟତାରେ ରୋଗୀ ଆଡମିଷନ କରୁଛନ୍ତି କି ନାହି, କେହି ପଇସା ମାଗୁଛନ୍ତି କି ସେ ବିଷୟରେ ରୋଗୀଙ୍କୁ ପଚାରିବୁଝିଥିଲେ । ଯୋଜନା ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା କେତେ ରୋଗୀ ଚିକିତ୍ସିତ ହୋଇଛନ୍ତି ସେ ବିଷୟରେ ପଚାରି ବୁଝିଥିଲେ। ତାଙ୍କର ଏହି ଗସ୍ତ ବେଳେ ଟିଟିଲାଗଡ ଉପଜିଲ୍ଲାପାଳ ରେହାନ କ୍ଷେତ୍ରୀ , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ରମେଶ ଚନ୍ଦ୍ର ସାହୁ, ଜିଲ୍ଲା ପ୍ରକଳ୍ପ ସଂଯୋଜକ (ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ) ପ୍ରମୁଖ ଉପସ୍ଥିତ ଥିଲେ ।