-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
28-Apr-2025
(ମିହିର ଶଙ୍କର ପାତ୍ର,)
ପାପଡା ହାଣ୍ଡି ବ୍ଲକ ଅନ୍ତର୍ଗତ ସେମଳା ଆଞ୍ଚଳିକ ସାଧନ କେନ୍ଦ୍ରରେ ସେମଳା ଗ୍ରାମ ପଞ୍ଚାୟତର ଘରକୁ ଘର ସର୍ବେକ୍ଷଣ କାର୍ଯ୍ୟକୁ ତ୍ବରିତ ତ୍ୱରାନ୍ୱିତ ସିଆରସିସି ବାବୁଲାଲ ସାଗର ତରଫରୁ ଘରକୁ ଘର ସର୍ବେକ୍ଷଣ କରୁଥିବା ଶିକ୍ଷକ ର କାର୍ଯ୍ୟକୁ ସଠିକ ରୂପରେଖ ପାଇଁ ମନିଟରିଂ ବ୍ୟବସ୍ଥା ଆଧାରରେ ପାଇକ କତରା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ହୃଷିକେଶ ବିଷୋୟୀ, ଉସି ଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପଞ୍ଚାନନ ସାହୁ ଓ ପ୍ରିୟଙ୍କା ବେହେରା , ଜାନୀଗୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟର ଲିଙ୍ଗରାଜ ସାହୁ, ସେମଳା ଉଚ୍ଚ ବିଦ୍ୟାଳୟର ମନୋଜ ସାହୁ ଙ୍କ ଘରକୁ ଘର ସର୍ବେକ୍ଷଣ ରେ ଶିକ୍ଷକ ଓ ଲୋକ ଙ୍କ ସହ ଆଲୋଚ଼ନା କରିଥିଲେ। ଶିକ୍ଷକ ତରଫରୁ ଫର୍ମାଟ ରେ ତଥ୍ୟ ସଂଗ୍ରହରେ ଲୋକଙ୍କୁ ସହଯୋଗ ପାଇଁ ସି.ଆର.ସି.ସି . ବାବୁଲାଲ ବୁଝାଇଥିଲେ ଓ ଶୂନ ରୁ ୧୮ ବର୍ଷ ପର୍ଯ୍ୟନ୍ତ ପାଠପଢୁଥିବା ବା ପାଠ ଛାଡିଥିବା ଛାତ୍ର ଛାତ୍ରୀ ମାନଙ୍କ ତଥ୍ୟ ପ୍ରଦାନ ପାଇଁ ଅବଗତ କରିଥିଲେ।ଗଣଶିକ୍ଷା ବିଭାଗର ପିଲାଙ୍କୁ ଶତ ପ୍ରତିଶତ ନାମଲେଖା ଓ ତ୍ରପ ଆଉଟ ରୋକିବା ପାଇଁ ବିଦ୍ୟାଳୟରେ ପାଠ ପଢ଼ିବାକୁ ସୁଯୋଗ ଦେବା କାର୍ଯ୍ୟକୁ ଵୁଦ୍ଧିଜୀବି ମହଲରେ ଉଚ୍ଚ ପ୍ରଶଂସା କରିଥିଲେ ।