-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
28-Mar-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ପାଇକମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସଵ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶୁଭମ କୁମାର ପତି ,ସମ୍ମାନିତ ଅତିଥି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ରାଧେଶ୍ୟାମ ମେହେର, ଧଳେନ୍ଦ୍ର କୁମାର ବାରିକ,ଅବସର ପ୍ରାପ୍ତ ଶିକ୍ଷକ ଡୋଳାମଣି ମାହାର,ପାଇକମାଳ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରଞ୍ଜନ ବାଗ , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଦୀପ କୁମାର ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ l ପ୍ରଧାନ ଶିକ୍ଷକ ବାର୍ଷିକ ବିବରଣୀ ପଠନ କରିଥିଲେ l ବିଦ୍ୟାଳୟ ର ପୂର୍ବତନ ଦୁଇ ଜଣ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ମିଶ୍ର ଓ ପବିତ୍ରା ପାଣିଗ୍ରାହୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସ୍କୁଲର ଛାତ୍ର ଛାତ୍ରୀ ଓ ଅନୁସଙ୍ଗିକ ବ୍ୟବସ୍ଥା ର ଉତ୍ତରୋତ୍ତର ଉନ୍ନତି କାମନା କରି ଦେଖି ଅତିଥି ଗଣ ଖୁସିବ୍ୟକ୍ତ କରିଥିଲେ l ଏହି ଅବସରରେ ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ କୃତି ଅର୍ଜନ କରିଥିବା ବିଦ୍ୟାର୍ଥୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମ ଶେଷରେ ସହକାରୀ ଶିକ୍ଷକ ନିରଞ୍ଜନ ଦୀପ ସମସ୍ତ ଅତିଥି, ଅଭିଭାବକ ଓ ଉପସ୍ଥିତ ଛାତ୍ରୀ ଛାତ୍ରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବିଶେଷ ସହଯୋଗ ସହ ଯମୁନା କନ୍ଧୁଣି ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡା ଓ ଅନ୍ୟାନ୍ୟ ଶିକ୍ଷୟତ୍ରୀ ଗଣ ଅଂଶ ଗ୍ରହଣ କରିଥିଲେ lକାର୍ଯ୍ୟକ୍ରମ ପରିଚାଳନା ରେ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ନାରାୟଣ ନାଏକ, ସହକାରୀ ଶିକ୍ଷୟତ୍ରୀ ସୋନାଲି ମହାଳିକ, ହୀରାବତୀ ମହାପାତ୍ର, ସାବିତ୍ରୀ ସାହୁ ସହଯୋଗ କରିଥିଲେ l