-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
28-Mar-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ବୁବୁଡା ଗ୍ରାମରେ ଅଖଣ୍ଡ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ପୁରୁଷ ଓ ମହିଳା ଯୋଗଦାନ କରିଛନ୍ତି | ଗ୍ରାମର ସଂକୀର୍ତ୍ତନ ଦଳ ଏବଂ ଶଙ୍ଖ ଘଣ୍ଟ ବାଦ୍ୟରେ ବୁବୁଡା ଗ୍ରାମ ଉତ୍ସବ ମୁଖର ପାଳଟିଛି |
ପୂଜକ ଭାବରେ ପଣ୍ଡିତ ଅରକ୍ଷିତ ପଣ୍ଡା ଓ ସତ୍ୟ ଦାଶ ପୂଜାକାର୍ଯ୍ୟ ତୁଳାଇଥିବା ବେଲେ କର୍ତ୍ତା ଭାବରେ ଗ୍ରାମର ଗୌନ୍ତିଆ ଡିଲେଶ୍ବର ବରିହା ଓ ଧର୍ମପତ୍ନୀ ମହେନ୍ଦ୍ରୀ ବରିହା,ପିତବାସ ବୁଡେକ ଓ ପତ୍ନୀ ମିରା ବୁଡେକ,ରାଜେଶ ଡନସନା ଓ ପତ୍ନୀ ମିନତୀ ଡନସନା ପ୍ରମୁଖ କାର୍ଯ୍ୟନିର୍ବାହ କରିଛନ୍ତି | ସେହିପରି କମିଟିର ବିରେନ ଦାଶ,ହେମନ୍ତ ବଡଗୁଛିଆ,ଦିନ ବୁଡେକ,ନୀଳମଣି ଖମାରୀ,ପଙ୍କଜ ସାହୁ ପ୍ରମୁଖ ବିଭିନ୍ନ କାର୍ଯ୍ୟ ତୁଲାଇଛନ୍ତି |