-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
27-Mar-2025
ଟିଟିଲାଗଡ଼(ପ୍ରେରଣା ଖବର): ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଠାରେ ମାହେଶ୍ୱରୀ ଜି.ଏନ.ଏମ. ନର୍ସିଂ କଲେଜରେ ବାର୍ଷିକପୂଜା ଅନୁଷ୍ଠିତ ହୋଇଯାଇଛି l ଆଜିର ଏହି ସତ୍ୟନାରାୟଣ ପୂଜାରେ ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରଭାକର ମିଶ୍ର, ସହଧର୍ମିଣୀ ବୀଣାପାଣି ମିଶ୍ର ପୂଜାରେ କର୍ତ୍ତା ଭାବରେ ଦାୟିତ୍ୱ ତୁଲାଇ ଥିଲେ l ଅନୁଷ୍ଠାନର ନିଦ୍ଦେଶକ ଇଂ. ପ୍ରଦୀପ୍ତ କୁମାର ମିଶ୍ର (ବଦ୍ରି)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠାନର ଅଧ୍ୟକ୍ଷ ପିଙ୍କୁ ସାହୁ,ଅଧ୍ୟାପିକା ଆଶାଲତା ଭୋଇ, ସୁଶ୍ରୀ ପ୍ରିୟଦର୍ଶନୀ ପ୍ରଧାନ, ଦେବବ୍ରତ ଛତର,ସୋମ୍ୟରଞ୍ଜନ ସାହୁ, ଗୋବିନ୍ଦ ସାହୁ, ପିତାମ୍ବର ନାଗ, ଅନୁପ ଭୋଇ, ଗୋବିନ୍ଦ ଚରଣ ପଟେଲ, ଶ୍ରୀକାନ୍ତ ରାଉତ ପ୍ରମୁଖ ସହଯୋଗ କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ ଡ଼ିଏଭି କଲେଜ ପ୍ରିନସିପାଲ ପ୍ରଣବ କୁମାର ପୁରୋହିତ,ଜିଲ୍ଲା ସମ୍ବାଦିକ ସଙ୍ଘର ସଭାପତି ଶିବି ପ୍ରସାଦ ପରିଡା, ବରିଷ୍ଠ ସମ୍ବାଦିକ ଦିଲୀପ ପୁରୋହିତ, ଦୀପକ ସମାଜଦାର, ମନୋଜ ଶତପଥୀ, ମାନସ ମହାନ୍ତି, ପଙ୍କଜ ଅଗ୍ରୱାଲ, ପ୍ରମୋଦ ପ୍ରଧାନ,ପ୍ରକାଶ ଗୋଏଲ, ଗୌରବ ରଥ, ଅଭିନାଶ ନନ୍ଦ, ଗନ୍ଧମାର୍ଦ୍ଦନ ଆଇ. ଟି. ଆଇର ପ୍ରଶିକ୍ଷଣ ଅଧିକାରୀ ଅଶୋକ ପାତ୍ର, ହରେକୃଷ୍ଣ ଥାଟି ପ୍ରମୁଖ ଉପସ୍ଥିତ ଥିଲେ l ଚଳିତ ବର୍ଷ ଜି.ଏନ.ଏମ ନର୍ସିଂ କଲେଜରେ କିଭଳି ଭାବରେ ଛାତ୍ରଛାତ୍ରୀମାନେ ନା ଲେଖାଇ ପାରିବେ ତାରି ଉପରେ ମଧ୍ୟ ଆଲୋଚନା ହୋଇଥିଲା l