-+91-9937148622 |

prerana_bgr@rediffmail.com |

  Wednesday 12th August 2026 |

| | | |

R.N.I. Regd No. ODIODI/2010/46693

Breaking News

ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||      ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   (12-Aug-2026)       ||      ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   (12-Aug-2026)       ||      ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   (11-Aug-2026)       ||      ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   (11-Aug-2026)       ||      ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା    (11-Aug-2026)       ||      ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ    (11-Aug-2026)       ||      ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   (11-Aug-2026)       ||      ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||      ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା    (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   (10-Aug-2026)       ||      ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି    (10-Aug-2026)       ||      କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (10-Aug-2026)       ||      ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   (10-Aug-2026)       ||      *ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   (10-Aug-2026)       ||     

HOME   ଜିଲ୍ଲା

ଲୋଇସିଂହାରୁ ବସନା କୁ ଜାତୀୟ ରାଜପଥ ପାଇଁ ଦାବି ଜଣାଇଲେ ସାଂସଦ ପ୍ରଦୀପ ପୁରୋହିତ

26-Mar-2025



ବରଗଡ(ପ୍ରେରଣା ଖବର): ନୀତିନ ଗଡ଼କରୀଙ୍କ ଆଗରେ ବଡ଼ ପ୍ରସ୍ତାବ ରଖିଲେ ବରଗଡ଼ ସାଂସଦ । ଲୋଇସିଂହାରୁ ବସନା ଭାୟା ଗାଇସିଲଟ-ପଦ୍ମପୁର ଦେଇ ଏକ ନୂଆ ଜାତୀୟ ରାଜପଥ ପାଇଁ ପ୍ରସ୍ତାବ ଦେଇଛନ୍ତି ସାଂସଦ ପୁରୋହିତ । ଏହି ପ୍ରସ୍ତାବିତ ଜାତୀୟ ରାଜପଥ ନିର୍ମାଣ ହେଲେ ଏନଏଚ୍-୨୦୧ ଓ ଏନଏଚ୍-୫୩ ମଧ୍ୟରେ ଥିବା ୯୯.୩ କିଲୋମିଟର ଦୁରତା ପାଇଁ  ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗ ବହନ କରିପାରିବ । ଏହି ଜାତୀୟ ରାଜପଥ ହେବା ଦ୍ୱାରା କୃଷି ଓ ଶିଳ୍ପ କ୍ଷେତ୍ରରେ ଉତ୍ତମ କାର୍ଯ୍ୟକଳାପ  ହୋଇପାରିବ । ଦ୍ରବ୍ୟ ସାମଗ୍ରୀ ଏବଂ ସେବା ଗୁଡ଼ିକର ଶୀଘ୍ର ପରିବହନକୁ ସୁଗମ କରିବା ସହ ଗ୍ରାମାଞ୍ଚଳରେ ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ଅନେକ ସହାୟକ ହୋଇପାରିବ । ସେହିଭଳି ଏହି ଜାତୀୟ ରାଜପଥ ନିର୍ମାଣ ହେଲେ ଆଞ୍ଚଳିକ ସଡ଼କ ଭିତ୍ତିଭୂମିକୁ ମଧ୍ୟ ସୁଦୃଢ଼ କରିପାରିବ ବୋଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଜଣାଇଛନ୍ତି ପ୍ରଦୀପ ପୁରୋହିତ ।
ଦୀର୍ଘ ସମୟ ଧରି ପଶ୍ଚିମ ଓଡ଼ିଶାରେ ଜାତୀୟ ରାଜପଥର ବିକାଶ ନେଇ କେନ୍ଦ୍ର ପରିବହନ ଓ ସଡ଼କ ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ଜାତୀୟ ରାଜପଥ-୪୯ର ୪ ଲେନିଂ ବିଶିଷ୍ଟ କାର୍ଯ୍ୟର ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଶେଷ କରାଯିବା ସହ ବରଗଡ଼ରେ ଦୁଇଟି ଫ୍ଲାଏଓଭର ନିର୍ମାଣ ପାଇଁ ଦାବି କରିଛନ୍ତି ସାଂସଦ ।ଝାରସୁଗୁଡ଼ା-ଲଖନପୁର-କନକଟୋରା ଜାତୀୟ ରାଜପଥ ୪୯ର ଚାରିଟିକିଆ ଜାତୀୟ ରାଜପଥ ନିର୍ମାଣର ଟେଣ୍ଡର ପ୍ରକ୍ରିୟା ଶ୍ରୀଘ୍ର ସାରିବାକୁ କହିଛନ୍ତି କଲେ ବରଗଡ଼ ସାଂସଦ । ଏହି ରାସ୍ତାର ଡିପିଆର ପ୍ରସ୍ତୁତ ହୋଇସାରିଥିବା ବେଳେ ଟେଣ୍ଡର ପ୍ରକ୍ରିୟା ଜାନୁଆରୀ ମାସରେ ଆରମ୍ଭ ହେବାକୁ ଥିଲା । ହେଲେ ଏଥିରେ ବିଳମ୍ବ ହେଉଛି । ତେଣୁ ଶୀଘ୍ର ଟେଣ୍ଡର କରାଯାଇ କାମ ଆରମ୍ଭ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ସେ ଅୁନରୋଧ କରିଛନ୍ତି । ସେହିଭଳି ବରଗଡ଼ ଗାନ୍ଧୀ ଛକ ନିକଟରେ ଏକ ଫ୍ଲାଏଓଭର ନିତ୍ୟାନ୍ତ ଆବଶ୍ୟକ ବୋଲି କହିଛନ୍ତି ଶ୍ରୀ ପୁରୋହିତ । ଯାହାଫଳରେ ରାସ୍ତାର ସଙ୍କୁଚିତକୁ ହ୍ରାସ କରିବା ସହ ରାସ୍ତା ସଂଯୋଗୀକରଣକୁ ଆହୁରି ଉନ୍ନତି କରିପାରିବ ବୋଲି କହିଛନ୍ତି ଶ୍ରୀଯୁକ୍ତ ପୁରୋହିତ । ବରଗଡ଼ର ଗୋଡ଼ଭଙ୍ଗା ଓ ଗୁଲିପାଣି ଠାରେ ଫ୍ଲାଏଓଭର କାମ ଶେଷ ହୋଇଛି । ବିକାଶ ହସପିଟାଲ ଫ୍ଲାଏଓଭର ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ଜଣାଇଛନ୍ତି ସାଂସଦ । ଏସବୁ ଅଂଚଳରେ ଦୃତ ସହରୀକରଣ ଓ ଟ୍ରାଫିକ୍ ସମସ୍ୟା ଯୋଗୁଁ ଏହି ସବୁ ଜାତୀୟ ରାଜପଥର କାର୍ଯ୍ୟ ଶେଷ କରିବାକୁ ଅନୁରୋଧ କରିଛନ୍ତି ସାଂସଦ ଶ୍ରୀ ପୁରୋହିତ । ଏହାସହ ସର୍ଭିସ ରୋଡ ଉନ୍ନତି ଓ ଏହି ଅଂଚଳର ମୁଖ୍ୟ ରାସ୍ତାରେ ଉପଯୁକ୍ତ ଆଲୋକୀକରଣ ବ୍ୟବସ୍ଥା କରିବା ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ସେ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି । ଏସବୁର ବିକାଶ ହେଲେ ସଡ଼କ ସୁରକ୍ଷା ସହ ସାଧାରଣ ଲୋକଙ୍କ ଯାତାୟତରେ ଅନେକ ସୁବିଧା ହୋଇପାରିବ । ଭାରତୀୟ ସଡ଼କ ପରିବହନ କ୍ଷେତ୍ରର ବିକାଶ ଦିଗରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବେଳେ ସାଂସଦଙ୍କ ଦାବି ଓ ପ୍ରସ୍ତାବକୁ ପୂରଣ କରିବେ ବୋଲି  ପ୍ରଦୀପ ପୁରୋହିତ ଆଶା ରଖିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   12-Aug-2026
  ଜିଲ୍ଲା  
ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   12-Aug-2026
  ଜିଲ୍ଲା  
ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   11-Aug-2026
  ଜିଲ୍ଲା  
ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   11-Aug-2026
  ଜିଲ୍ଲା  
ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା   11-Aug-2026
  ଜିଲ୍ଲା  
ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ   11-Aug-2026
  ଜିଲ୍ଲା  
ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   11-Aug-2026
  ଜିଲ୍ଲା  
ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   11-Aug-2026
  ଜିଲ୍ଲା  
ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   11-Aug-2026
  ଜିଲ୍ଲା  
ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   11-Aug-2026
  ଜିଲ୍ଲା  
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   11-Aug-2026

You Might Also Like