-+91-9937148622 |
prerana_bgr@rediffmail.com |
Wednesday 12th August 2026 |
R.N.I. Regd No. ODIODI/2010/46693
Breaking News
26-Mar-2025
ଅମ୍ବାଭୋନା (ପ୍ରକାଶ ଚନ୍ଦ୍ର ରଥ )ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଲୁଦୁପାଲି ଗ୍ରାମର ତଳିପଡ଼ା ଠାରେ ସାପ୍ତାହିକ ଭାଗବତ ପାରାୟଣ ଉଦଯାପିତ ହୋଇଯାଇଛି। ଏହା ୧୯ ତାରିଖ ଚୈତ୍ର ମାସ କୃଷ୍ଣ ପକ୍ଷ ପଞ୍ଚମୀ ତିଥି ବୁଧବାର ଦିନ କଳସ ଯାତ୍ରା ହୋଇଥିଲା ଏବଂ ୨୬ ତାରିଖ ବୁଧବାର ଚୈତ୍ର ମାସ ଦ୍ୱାଦଶୀ ତିଥିରେ ରେ ପୂର୍ଣ୍ଣାହୁତି ହୋଇଥିଲା। ପ୍ରତ୍ୟେକ ଦିନ ଭାଗବତ ପାରାୟଣ କୁ ଅନେକ ଦୂର ଦୁରାନ୍ତ ରୁ ଭକ୍ତ ମାନେ ଆସି ଯୋଗ ଦେବା ସହିତ ପ୍ରବଚନ ଶୁଣି ପ୍ରତ୍ୟହ ଅନ୍ନପ୍ରସାଦ ସେବନ କରୁଥିଲେ। ଆଖ ପାଖ ଗ୍ରାମର ଅନେକ ଭକ୍ତ ଆସି ପାରାୟଣ କରି କୃପା ଲାଭ କରିଥିଲେ। ଏହି ସାପ୍ତାହିକ ଭାଗବତ ପାରାୟଣ ରେ କର୍ତ୍ତା ଭାବେ ଗୋପାଳ ରଥ ଏବଂ ତାଙ୍କର ଧର୍ମ ପତ୍ନୀ ଶ୍ରୀମତୀ ରୀନା ରଥ ଥିବାବେଳେ ପଣ୍ଡିତ ଭାବେ ପଣ୍ଡିତ ସନ୍ୟାସୀ ପଣ୍ଡା,ପଣ୍ଡିତ ସୀତାରାମ ରଥ, ପଣ୍ଡିତ ସୁଧାଂଶୁ ରଥ, ପରମେଶ୍ୱର ରଥ ପୂଜା କାର୍ଯ୍ୟ ତୁଲାଇଥିଲେ। ଭଟଲି ବିଧାୟକ ଶ୍ରୀଯୁକ୍ତ ଇରାସିସ ଆଚାର୍ଯ୍ୟ ଙ୍କ ପିତା ଡାକ୍ତର ସୁନୀଲ ଆଚାର୍ଯ୍ୟ ପାରାୟଣ ରେ ଯୋଗଦେଇଥିଲେ ଏବଂ ଏହି ଅଞ୍ଚଳ ତାଙ୍କର ସରକାରୀ କାର୍ଯ୍ୟକ୍ଷେତ୍ର ଥିଲା ବୋଲି ଖୁସି ରେ ମତ ବ୍ୟକ୍ତ ରଖିଥିଲେ। ପୂର୍ଣ୍ଣାହୁତି ସମୟ ରେ ଗୀତା ପାଠ ସହିତ ଘୃତ ଆହୁତି ହୋଇଥିଲା। ଶେଷରେ ସମସ୍ତ ଶ୍ରଦ୍ଧାଳୁ ଅନ୍ନ ପ୍ରସାଦ ସେବନ କରିଥିଲେ। ଏହି ପାରାୟଣ ରେ ଲୁଦୁପାଲି ତଳିପଡ଼ା ର ସମସ୍ତ ମା ମାଉସୀ ଏବଂ ଯୁବ ଗୋଷ୍ଠୀ ସହଯୋଗ କରିଥିଲେ।