-+91-9937148622 |
prerana_bgr@rediffmail.com |
Thursday 12th November 2026 |
R.N.I. Regd No. ODIODI/2010/46693
Breaking News
25-Mar-2025
ଅମ୍ବାଭୋନା:(ପ୍ରକାଶ ଚନ୍ଦ୍ର ରଥ)-ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଅଧିନସ୍ଥ ଭୁକ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ଙ୍କ ଦୁର୍ବ୍ୟବହାର ରେ ଥାନାରେ ଲିଖିତ ଅଭିଯୋଗ ହୋଇଛି। ସୂଚନା ଥାଉ କି ଚି଼ଚୋଲି ଗ୍ରାମର ଅଜୟ ତାଣ୍ଡି ତାଙ୍କର ୮ ବର୍ଷ ର ପୁତୁରା ରାକେଶ ତାଣ୍ଡି ଙ୍କୁ ଚିକିତ୍ସା କରାଇବା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅପରାହ୍ନ ୪ ଟା ୩୫ ମିନିଟ ରେ ଯାଇଥିଲେ। ସେଠାରେ ଡିଉଟି ରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧିକାରୀ ଡାକ୍ତର ନାରାୟଣ ପଶାୟତ କର୍ଯ୍ୟ ରତ ଥିଲେ। ଅଜୟ ତାଣ୍ଡି ଡାକ୍ତର ଙ୍କୁ ଭଲ କରି ଛୁଆ ମାନଙ୍କୁ ଟିକେ ଦେଖି ଦିଅନ୍ତୁ ସାର ବୋଲି କହିବାରୁ ତାଙ୍କୁ ଦୁର୍ବ୍ୟବହାର ଜାତି ଆକ୍ଷେପ କରି ଦୁର୍ବ୍ୟବହାର କରିଥିଲେ। ଏଥିରେ ଦୁଃଖ ପ୍ରକାଶ କରି ଅଜୟ ତାଣ୍ଡି ଲିଖିତ ଅଭିଯୋଗ ନେଇ ଥାନା ର ଦ୍ୱାରସ୍ଥ ହୋଇଛନ୍ତି।