-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
25-Mar-2025
ଲୋଇସିଂହା, (ବିନୋଦ ଦୀପ) ଲୋଇସିଂହା ବ୍ଲକ ଲୋଇସିଂହା ପଂଚାୟତ ସଭାଗୃହ ରେ ପଂଚାୟତସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ଲୋଇସିଂହା ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ନବକିଶୋର ନାଏକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଲୋଇସିଂହା ବ୍ଲକ ଗ୍ରାମ ପଂଚାୟତ ଅଧିକାରୀ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ମାନସିଂହ, ସିଡିପିଓ ଶ୍ରୀମତୀ ଗାୟତ୍ରୀ ବାରିକ, ବ୍ଲକ ଯୋଗାଣ ଅଧିକାରୀ ସୋମ୍ୟରଞ୍ଜନ ମହାନନ୍ଦ ପ୍ରମୁଖ ଯୋଗଦେଇ ବିଭିନ୍ନ ଅଭିଯୋଗ ର ଶୁଣାଣି କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଲୋଇସିଂହା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୁଜିଆ , କର୍ଲିପାଟ , ବନ୍ଧଲିପଡା, ପତ୍ରାପାଲି ଗ୍ରାମ ର ଜନସାଧାରଣ ଉପସ୍ଥିତ ଥିଲେ । ଭତ୍ତା , ସ୍ଵାସ୍ଥ୍ୟ , ରାସ୍ତା, ଶିକ୍ଷା , ଜଳ ଓ ପରିମଳ ,ମତ୍ସ୍ୟ, ଉଦ୍ୟାନ , କୃଷି ,ତଥା ବିଭିନ୍ନ ଉନ୍ନୟନ କାର୍ଯ୍ୟ ଉପରେ ଅଭିଯୋଗ ହୋଇଥିଲା । ସମୁଦାୟ ୩୨ ଟି ଅଭିଯୋଗ ରେଜିଷ୍ଟ୍ରେସନ ହୋଇଥିବା ଲୋଇସିଂହା ସରପଞ୍ଚ ସୂଚନା ଦେଇଥିଲେ ।ଆଜିର ଏହି କାର୍ଯ୍ୟକ୍ରମ ରେ ଲୋଇସିଂହା ଗ୍ରାମ ପଂଚାୟତ ର ପି.ଇ.ଓ ପ୍ରେମାନନ୍ଦ ମହାଲିଙ୍ଗ, ଯୋଗାଣ ସହାୟକ ମାଧଵ ଭୋଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସାଫଲ୍ୟ କରିଥିଲେ l