-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
24-Mar-2025
(ଡୋଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ୍ କିକିରିବେଡ଼ା ଗ୍ରାମ ଠାରେ ଏକ ହତ୍ୟାକଣ୍ଡ ଅଭିଯୋଗ ହୋଇଥିଲା । ଖଡିଆଳ ପୋଲିସ ଘଟଣାର ତଦନ୍ତ କରି ତିନି ଦିନ ମଧ୍ୟରେ ହତ୍ୟାକାଣ୍ଡ ପର୍ଦ୍ଦାଫାଶ କରି ଚାରି ଅଭିଯୁକ୍ତ ଙ୍କ ସହ ଜଣେ ନାବାଳକ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। କିକିରିବେଡା ଗ୍ରାମର ନବୀନ ମାଝୀ ସ୍ଵାଭାବିକ ମୃତ୍ୟୁ ହୋଇଥିବା ବେଳେ ଏହାକୁ ଗୁଣି ଗାରିଡି ସନ୍ଦେହ କରି ଶତ୍ରୁତା କୁ ଦୃଢ଼ି ଭୂତ କରିଥିଲେ। ନବୀନ ମାଝୀଙ୍କ ସ୍ତ୍ରୀ ରତନେ ମାଝୀ ନିଜ ସମ୍ପର୍କୀୟଙ୍କୁ ଝିଅ ଦେଖିବାକୁ ଡାକିଥିଲେ। ନଙ୍ଗଲବୋଡ ଗ୍ରାମ ପଞ୍ଚାୟତ ଭଟ୍ଟାପାଣୀ ଗ୍ରାମ ର ଭଗବାନ ମାଝୀ (୨୨) ଆସି ଝିଅ ଦେଖିବାକୁ ଯାଇଥିଲେ। ସେ ତାଙ୍କ ସାଙ୍ଗ ଭଟ୍ଟାପାଣୀ ଗ୍ରାମ ର ସୁବାଷ ମାଝୀ (୨୫) ଙ୍କୁ ଡାକିଥିଲେ। ଭଗବାନ ମାଝୀ କାଳିଆ ମାଝି ଙ୍କ ଘର ନିକଟକୁ ଯାଇଥିଲେ ଶୋଇ ଥିବା ଅବସ୍ଥା ରେ ତାଙ୍କୁ ଡାକି ଧାରୁଆ ଅସ୍ତ୍ର ରେ ଆକ୍ରମଣ କରିଥିଲେ। ଆକ୍ରମଣ କରି ଫେରାର ହୋଇ ଯାଇଥିଲେ। ନବୀନ ଭାଇ ଗିରିଧାରୀ ମାଝୀ (୩୦), ନବୀନ ମାଝୀଙ୍କ ସ୍ତ୍ରୀ ରତନେ ମାଝୀ ଓ ନାବାଳକ ଅପରାଧୀ ୧୭ ବର୍ଷ ପୁଅ ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଆଜି ପୋଲିସ ଆରକ୍ଷୀ ଅଧିକ୍ଷକ ଏକ ସାମ୍ବାଦିକ ସମ୍ମଳନୀରେ ସୂଚନା ଦେଇଛନ୍ତି।