-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
23-Mar-2025
ନୂଆପଡ଼ା(ପରମେଶ୍ୱର ମେହେର): ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଘାଟମାଳ ସାଧନ କେନ୍ଦ୍ର ଅଧିନସ୍ଥ ଡୁମେର ବାହାଲ ଉଚ୍ଚ ପ୍ରାଥମିକ ବିଦ୍ଯାଳୟରେ ବାର୍ଷିକ ଉତ୍ସବ ଓ ଆମ ସଂସ୍କୃତି ଆମ ଖେଳଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଡୁମେରବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ମହେନ୍ଦ୍ର ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ଦହନାପାଲି ବିଦ୍ୟାଳୟ ର ସହ ଶିକ୍ଷକ ଲୋକେନ୍ଦ୍ର ମାଝୀ ମଞ୍ଚ ପରିଚାଳନା କରି ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଧନା କରିଥିଲେ । ମୁଖ୍ୟଅତିଥି ରୁପେ ଶ୍ରୀଯୁକ୍ତ ସେଖରଚନ୍ଦ୍ର ବାଗ(ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଘାଟମାଳ, ମୁଖ୍ୟବକ୍ତା ଭାବେ ଶ୍ରୀଯୁକ୍ତ ଶୁଶିଲ ମାଝୀ ପ୍ରଧାନ ଶିକ୍ଷକ ଗେଣ୍ଡୁଲପାଣି ପ୍ରାଥମିକ ବିଦ୍ୟାଳୟ ଓ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ଭୁବନାନନ୍ଦ ମାଝୀ ପ୍ରଧାନ ଶିକ୍ଷକ ଭାନସିପଡା ପ୍ରାଥମିକ ବିଦ୍ୟାଳୟ, ଶ୍ରୀଯୁକ୍ତ ବସନ୍ତ ହେର୍ଣ୍ଣା, ଶ୍ରୀଯୁକ୍ତ କୋଦଣ୍ଡ ପାଣି ମାଝୀ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ବିଳାସ ଚିନ୍ଦା, ସମିତି ସଭ୍ୟ ଶୁଶାନ୍ତ ଚିନ୍ଦା,ସିମା ଚିନ୍ଦା,ଆସାର୍କମି ଧନମତି ଚିନ୍ଦା, ଅଙ୍ଗନବାଡ଼ି କର୍ମୀ ଅଷ୍ଟମୀ ହଂସ ଓ ଗ୍ରାମର ସମସ୍ତ ଭଦ୍ରବ୍ୟକ୍ତି ମାନେ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସଂସ୍କୃତି ପରମ୍ପରାକୁ କଭଲି ବଜାୟ ରଖିବା ସେ ସଂପର୍କରେ ଆଲୋଚନା କରାଯାଇଥିବା ବେଳେ ୨୦୨୪ ୨୫ ଶିକ୍ଷାବର୍ଷ ର ବିଭିନ୍ନ ପ୍ରକାରର ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗିଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶିକ୍ଷୟତ୍ରୀ ଶ୍ରୀମତୀ ରୁକ୍ମିଣୀ ମାଝୀ, ଶିକ୍ଷକ ଶ୍ରୀଯୁକ୍ତ ଦେବସିଂ ମାଝୀ, ବିଶେଷ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ପରିଶେଷରେ ଶ୍ରୀଯୁକ୍ତ ବସନ୍ତ ହେର୍ଣ୍ଣା ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ସମାପନ କରିଥିଲେ।