-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
15-Mar-2025
କଣ୍ଟାମାଳ : ବୌଦ୍ଧ ଜ଼ିଲ୍ଲା ଘଣ୍ଟାପଡା ଥାନା ପୁଲିସ ଦ୍ୱାରା ୩ କ୍ୱିଣ୍ଟାଲ୭୨କେଜି ୪୦୦ଗ୍ରାମ ଗଞ୍ଜେଇ ଜବତ ହୋଇଥିବା ବେଳେ ଅଭିଯୁକ୍ତ ଚମ୍ପଟ ମାରିଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଘଣ୍ଟାପଡା ଥାନା ଆଭ୍ୟନ୍ତରିଣ ଲଣ୍ଡନପଡା - ନୁରୁ ଜଙ୍ଗଲ ରାସ୍ତାରେ ଗଞ୍ଜେଇ ଡିଲ ଚାଲିଥିବା ନେଇ କୌଣସି ସୂତ୍ରରୁ ସୂଚନା ପାଇ ଘଣ୍ଟାପଡା ଥାନାଧିକାରୀ ଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଚଢ଼ାଉ କରିଥିଲେ। ପୁଲିସକୁ ଦେଖି
ଗଞ୍ଜେଇ ମାଫିଆ ମାନେ ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରୁ ଗଞ୍ଜେଇ ଭର୍ତ୍ତି ହୋଇଥିବା ବସ୍ତା ଜବତ ହୋଇଥିଲା । ଏହାକୁ ଅତିରିକ୍ତ ତହସିଲଦାର ଧନଞ୍ଜୟ ସାହୁ ଙ୍କ ଉପସ୍ଥିତିରେ ଓଜନ କରିବାରୁ ଏହା ର ଓଜନ ୩କ୍ୱିଣ୍ଟାଲ ୭୨କେଜି ୪ଶହ ଗ୍ରାମ ଥିବା ଜଣାପଡିଥିଲା। ଏନେଇ ଘଣ୍ଟାପଡା ଥାନା ପକ୍ଷରୁ କେସ ନଂ ୩୧/୨୦୨୫ ଏନଡିପିଏସ ଆକ୍ଟ ରେ ଏକ ମାମଲା ରୁଜୁ ହୋଇଥିବାବେଳେ ଅଧିକ ତଦନ୍ତ ଜାରି ରହିଥିବା ଘଣ୍ଟାପଡା ଥାନାଧିକାରୀ ସୂଚନା ଦେଇଛନ୍ତି।