-+91-9937148622 |
prerana_bgr@rediffmail.com |
Friday 7th August 2026 |
R.N.I. Regd No. ODIODI/2010/46693
Breaking News
17-Feb-2025
ଅତାବିରା, ( ପ୍ରେରଣା ଖବର)ବରଗଡ଼ ଜିଲ୍ଲା ଭେଡ଼େନ ବ୍ଳକ ଦେଶ ଭଟିଲି ପଞ୍ଚାୟତ ତାଲବ ସେକ୍ଟର ଉଦେପୁର ଗ୍ରାମ ର ଅବସର ଗ୍ରହଣ କରିଥିବା ଅଙ୍ଗନୱାଡ଼ି ସହାୟିକା କର୍ମୀ ପଙ୍କଜିନୀ ସେଟ ଙ୍କ ସୋମବାର ପ୍ରଭାତରୁ ତାଙ୍କ ବାସଭବନ ରେ ପରଲୋକ ହୋଇଯାଇଛି |ସେ ଜଣେ ଧର୍ମ ପରାୟଣ ମହିଳା ଥିଲେ , ସେ ଭେଡ଼େନ ଆଇସିଡ଼ିଏସ ଉଦେପୁର ଅଙ୍ଗେନୱାଡ଼ି କେନ୍ଦ୍ର ରେ ସହାୟକ ଭାବ ରେ ତାଙ୍କ କାର୍ଯ୍ୟକାଳ ସମୟରେ ସୂଚାରୁ ଭାବରେ ତୁଲାଇ ଆସିଥିଲେ। I ତାଙ୍କ ସ୍ୱାମୀ କ୍ଷେତ୍ର,ପୁତ୍ର ଗୋପବନ୍ଧୁ, ପୁତ୍ର ବଧୂ ଶବ୍ୟା, ଝିଅ ତପସ୍ସିନି , ଜ୍ୱାଇଁ 'ନାତୁଣୀ ନାତି ତଥା ତାଙ୍କସଂପର୍କିୟ ମାନେ ଉପସ୍ଥିତି ରହି ଶେଷ ଦର୍ଶନ କରିଥିଲେ l ଉଦେପୁର ମହାନଦୀ କୂଳ ରେ ତାଙ୍କ ଶେଷ କୃତ କରାଯାଇ ଥିଲା | ତାଙ୍କ ପୁତ୍ର ଗୋପବନ୍ଧୁ ମୁଖାଗ୍ନୀ ଦେଇ ଥିଲେ l