-+91-9937148622 |
prerana_bgr@rediffmail.com |
Friday 7th August 2026 |
R.N.I. Regd No. ODIODI/2010/46693
Breaking News
17-Feb-2025
ଯାଜପୁର(ରଞ୍ଜିତ ମହାନ୍ତି): ବରୀ ବିଜେଡିରେ କମ୍ପନ ସୃଷ୍ଟି ହୋଇଛି । ଗୁରୁତ୍ୱପୂର୍ଣ୍ଣ ବାଲିବିଲି ପଞ୍ଚାୟତର ଶତାଧିକ ବିଜେଡି କର୍ମୀ ଦଳ ଛାଡି ବିଜେପି ଦଳରେ ଯୋଗଦାନ କରିଛନ୍ତି । କର୍ମୀମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିକାଶ ମୂଳକ କାର୍ଯ୍ୟ ଓ ବରୀ ବିଜେପି ନେତା ଉମେଶ ଜେନାଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ଦଳରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ କର୍ମୀ ମାନଙ୍କୁ ଦଳକୁ ସ୍ୱାଗତ କରି ଉମେଶ ଜେନା କହିଛନ୍ତି ଆପଣ ମାନେ ଆଗାମି ଦିନରେ ଦଳକୁ ଶକ୍ତିଶାଳୀ କରିବେ ଓ ବରୀର ବିକାଶରେ ସହଯୋଗ କରିବେ ବୋଲି ମୁଁ ଦୃଢ଼ ଆଶାବାଦୀ ।