-+91-9937148622 |
prerana_bgr@rediffmail.com |
Sunday 21st June 2026 |
R.N.I. Regd No. ODIODI/2010/46693
Breaking News
17-Feb-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ଆଜି ସୋମବାର ଦିନ ଜେଲର ସଲମାନ୍ କୁଜୁର ଙ୍କ ସଭାପତିତ୍ବରେ ଜେଲ ଅନ୍ତେବାସୀ ମାନଙ୍କୁ ସମାଜ ର ମୁଖ୍ୟ ଶ୍ରୋତ ରେ ସାମିଲ କରିବା ପାଇଁ ବରଗଡ଼ ଇସ୍କନ ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଥିଲା । ବରଗଡ଼ ଇସ୍କନ ପ୍ରଚାରକ ସୈାଦାମିନୀ ମାତାଜୀ ଏବଂ ଅଭିଜିତ ପ୍ରଭୁ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଦୈନନ୍ଦିନ ଶ୍ରୀମଦ୍ଭାଗବଦ୍ ଗୀତା ପଠନ ଓ ହରେକୃଷ୍ଣ ହରେରାମ ମହାମନ୍ତ୍ର ଜପ ଦ୍ଵାରା ସମ୍ଭବ ବୋଲି ଉଦବୋଧନ ଦେଇଥିଲେ । ଏହା ସହିତ ୭ ଟି ପୁରୁଷ ସେଲ ଓ ଗୋଟିଏ ମହିଳା ସେଲ କୁ ଶ୍ରୀମଦ୍ଭାଗବଦ୍ ଗୀତା ଏବଂ ପ୍ରୟାଗ ରାଜ ରୁ ମୌନୀଅମାବାସ୍ୟା ଦିନ ତ୍ରୀବେଣୀ ସଂଗମ ରୁ ଅଣାଯାଇଥିବା ଜଳ ଅର୍ପଣ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଭାଗିରଥି ପ୍ରଭୁ,କାହ୍ନା ପ୍ରଭୁ, କିଶୋର ପ୍ରଭୁ, ତନୁଜା ମାଢାଜୀ, ସୁରେଶ୍ଵରୀ ମାତାଜୀ, ଲିଳୀମା ମାତାଜୀ, ବାସନ୍ତୀ ମାତାଜୀ ଆଦି ଯୋଗଦେଇଥିଲେ । ଆଜିର କାର୍ଯ୍ୟକ୍ରମରେ ୨୫୦ ରୁ ଅଧିକ ଜେଲ ଅନ୍ତେବାସୀ ଯୋଗଦେଇ କୃଷ୍ଣ ପ୍ରେମରେ ମଜ୍ଜି ଯାଇଥିଲେ । ଜେଲର ଶ୍ରୀ କୁଜୁର ପ୍ରତିମାସରେ ଏହିପରି ମହାନ କାର୍ଯ୍ୟକ୍ରମ କରି ଜେଲ ସଂସ୍କାର ରେ ପରିବର୍ତ୍ତନ ଆଣିବାକୁ ଅନୁରୋଧ କରିଥିଲେ ।ତାଙ୍କ ଅନୁରୋଧ କୁ ରକ୍ଷା କରି ବରଗଡ଼ ଇସ୍କନ ପ୍ରଚାରକ ଅଭିଜିତ ପ୍ରଭୁ ସହମତି ପ୍ରଦାନ କରିଥିଲେ ।ଶେଷରେ ସବ୍ ଜେଲର ଲିଙ୍ଗରାଜ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।