-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
12-Feb-2025
ଉଲୁଣ୍ଡା ବ୍ଳକ ଅନ୍ତର୍ଗତ କାଦୋଦର ମାଁ ଉମାଦେବୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଯୁକ୍ତ ଦୁଇ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଅଧ୍ଯକ୍ଷ ବଲ୍ଲଭ ପୁରୋହିତଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅନୁଷ୍ଠାନ ର ସମ୍ପାଦକ ତଥା ଯୁବ ସମାଜ ସେବୀ ଚିତ୍ତରଞ୍ଜନ ପାଢି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୃଙ୍ଖଳିତ ଆଚରଣ ଓ ସଂସ୍କାରିତ ଜୀବନ ଯାପନକୁ ପାଥେୟ କରି ଜୀବନକୁ ସରସ ସୁନ୍ଦର କରିବାକୁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ l ଯୁକ୍ତ
ଦୁଇ ପ୍ରଥମବର୍ଷ ଛାତ୍ରୀ ସୀମାରାଣୀ ପର୍ଡିଆ ସ୍ୱାଗତ ଭାଷଣ ଦେଇ ଅତିଥି ପରିଚୟ କରିଥିବା ବେଲେ ଜସ୍ମିନ ପଧାନ, ବର୍ଷାରାଣୀ ବେହେରାମାଳୀ, ପୂଜା ବଡମାଳି ବିଦାୟ ସଂଗୀତ ଗାନ କରିଥିଲେ l ଅଧ୍ୟାପକ ବାଳମକୁନ୍ଦ ବାରିକ ସଭା ପରିଚାଲନା କରିଥିଲେ l ଏହି ସମାହୋରରେ ସମ୍ମାନିତ ଅତିଥି ଭାବରେ ଅଧ୍ୟାପିକା ରଞ୍ଜିତା ମିଶ୍ର, ସାଧନା ମେଲ୍ଲୀ, ଅଧ୍ୟାପକ
ଉଦ୍ଧବ ପଧାନ, ଅମିତା ରାନୀ ସାହୁ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଦ୍ଵିତୀୟ ବର୍ଷ ଛାତ୍ର ଛାତ୍ରୀ ମାନେ ଦୀର୍ଘ ଦୁଇ ବର୍ଷ ଅତିବାହିତ କରିଥିବା ନିଜ ନିଜ ଅନୁଭୂତି ବର୍ଣ୍ଣନା କରି ସମସ୍ତଙ୍କୁ ଭାବ ବିହ୍ଵଳ କରିଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ କଲେଜ ର ସମସ୍ତ କର୍ମକର୍ତ୍ତା ତଥା ନରୋତ୍ତମ କର୍ମୀ ,ଶମ୍ଭୁ ଭୋଇ, ସଂଜୀବ ଦନ୍ତା,ସୁଶାନ୍ତ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ l ଶେଷରେ ଇଂରାଜୀ ଅଧ୍ୟାପକ ସୁଶାନ୍ତ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ l