-+91-9937148622 |

prerana_bgr@rediffmail.com |

  Tuesday 30th June 2026 |

| | | |

R.N.I. Regd No. ODIODI/2010/46693

Breaking News

ଅଜଣା ଗାଡ଼ି ଧକ୍କା ରେ ମୋଟରସାଇକଲ ଚାଳକ ମୃତ*   (30-Jun-2026)       ||      ପୁରୀ ଦେବ ସ୍ନାନା ପୂର୍ଣ୍ଣିମା ରେ ସେବା    (29-Jun-2026)       ||      ବିଜ୍ଞାନସମ୍ମତ ଓ ଯୁକ୍ତି ଭିତ୍ତିକ ବିଷୟବସ୍ତୁ ଥାଇ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ଗତବର୍ଷର ବହିରେ ଶିକ୍ଷାଦାନ କରିବା ଦାବିରେ ଦସ୍ତଖତ ଅଭିଯାନ।   (29-Jun-2026)       ||      ବିବାହ ର ପ୍ରତିଶୃତି ଦେଇ ଯୁବତୀଙ୍କୁ ପ୍ରତାରଣା କଲା ଲମ୍ପଟ ପ୍ରେମିକ।   (29-Jun-2026)       ||      ଶିଶୁ କଲ୍ୟାଣ ସମିତିର ନୂତନ ଭବନ ଉଦଘାଟନ କଲେ ଜିଲ୍ଲାପାଳ   (29-Jun-2026)       ||      ସ୍ୱପ୍ନେଶ୍ୱରଙ୍କ ଘରେ ପହଞ୍ଚି ସ୍ଵାସ୍ଥ୍ୟ ଅବସ୍ଥା ବୁଝିଲେ ଜିଲ୍ଲାପାଳ   (29-Jun-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ POCSO Act ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ।   (29-Jun-2026)       ||      ମୁକ୍ତିତୀର୍ଥ ପାପକ୍ଷୟ ଘାଟରେ ଦେବସ୍ନାନ ପୂର୍ଣ୍ଣିମା   (29-Jun-2026)       ||      କଟକ ଗ୍ରାମ୍ୟ ଉନ୍ନୟନ ନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟରେ ଟେଣ୍ଡରେ ସାଙ୍ଘାତିକ ଦୁର୍ନୀତି। ଠିକାଦାର ମେଳି ହୋଇ କଲେ ଅଭିଯୋଗ। ଚାଉଳିଆଗଞ୍ଜ ଥାନାରେ ଏତଲା   (29-Jun-2026)       ||      ଜିଲ୍ଲା ଶିକ୍ଷା ବିଭାଗ ର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   (29-Jun-2026)       ||      ଜିଲ୍ଲା ଶିକ୍ଷା ବିଭାଗର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   (29-Jun-2026)       ||      ସ୍କର୍ପିଓ ଗାଡିରେ ୨୨କେଜି ଗଞ୍ଜେଇ ଚାଲାଣ, ଜଣେ ଗିରଫ   (29-Jun-2026)       ||      ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟିର ବୈଠକ    (29-Jun-2026)       ||      ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ   (29-Jun-2026)       ||      *ମଦ ବିକ୍ରୀ ବନ୍ଦ ସହ ଗ୍ରାମ ର ବିଭିନ୍ନ ସମସ୍ୟା ନେଇ ମହିଳାଙ୍କ ବଜ୍ର ଶପଥ*   (29-Jun-2026)       ||      ବାଟରେ ଅଟକିଗଲା ଆମ୍ବୁଲାନ୍ସ, ଏକ କିଲୋମିଟର ଦୂରକୁ ଷ୍ଟ୍ରେଚରରେ ବୁହାହେଲେ ରୋଗୀ   (29-Jun-2026)       ||      ଅତାବିରାରେ କାର୍ଯ୍ୟକର୍ତ୍ତାଙ୍କ ସହ ମନ୍ କି ବାତ୍‌ର ୧୩୫ତମ ସଂସ୍କରଣ ଶୁଣିଲେ ସାଂସଦ ପ୍ରଦୀପ ପୁରୋହିତ   (29-Jun-2026)       ||      ବରପାଲି ପୋଲିସର ସଫଳତା: ଚୋରି ମାମଲାରେ ଦୁଇ ଅଭିଯୁକ୍ତ ଗିରଫ, ମୋଟରସାଇକେଲ ଉଦ୍ଧାର   (29-Jun-2026)       ||      ପରିବର୍ତ୍ତନର ସ୍ୱର ଡ଼ଃ ସୋନିଆ ଗୋଲ୍ଡି ଅଗ୍ରୱାଲ   (29-Jun-2026)       ||      ବଲାଙ୍ଗୀର ସ୍ଥିତ ସାଲେପାଲି ଠାରେ "ଆମ୍ବେଦକର ଭବନ ନିର୍ମାଣ" ଉଦ୍ଦେଶ୍ୟରେ ଏକ ଉଦ୍ଘାଟନୀ ଉତ୍ସବ ପାଳିତ   (28-Jun-2026)       ||     

HOME   ଜିଲ୍ଲା

ଡାବୁଗାଁ ପାରମ୍ପରିକ ମାଘ ମଣ୍ଡେଇର ଇତିହାସ

12-Feb-2025



ନବରଙ୍ଗପୁର /ଡାବୁଗାଁ(ମିହିର ଶଙ୍କର ପାତ୍ର)ଓଡିଶା ଓ ଛତିଶଗଡ ରାଜ୍ୟ ଦକ୍ଷିଣ ସୀମାନ୍ତ ଜିଲ୍ଲା ଅଭିବାକ୍ତ କୋରାପୁଟ ଏବଂ ଅଭିଭକ୍ତ ବସ୍ତର ଜିଲ୍ଲାରେ ବହୁଳ ମାତ୍ରା ରେ ହାଲବା, ଗୋଣ୍ଡ, ମାଡିଆ, ଭତ୍ରା ଆଦି ଜନଜାତି ସମ୍ପ୍ରଦାୟ ର ଲୋକ ବାସ କରନ୍ତି। ଏମାନଙ୍କ ଜୀବନ ଶୈଳୀ ନିଆରା। ବଣଜଙ୍ଗଳ ଘେରା ଛୋଟ ଛୋଟ ଗାଁ ମାନଙ୍କରେ କୃଷି ଉପରେ ନିର୍ଭର କରି ଚଳନ୍ତି। ପ୍ରତ୍ୟେକ ଗ୍ରାମରେ ଗ୍ରାମ୍ୟ ଦେବଦେବୀଙ୍କୁ  ଆଦିବାସୀ ହିନ୍ଦୁ ପାରମ୍ପରିକ ଵୈଳୀରେ ଉପାସନା କରନ୍ତି। ସନାତନୀ ହିନ୍ଦୁଧର୍ମ ପୁରାଣରେ ବର୍ଣିନା କରାଯାଇଥିବା ୩୩କୋଟି ଦେବଦେବୀ ଏମାନଙ୍କ ଆରାଧ୍ୟ। ଋତୁ ଅନୁଯାୟୀ ଜୀବନକୁ ସାରସ ସୁନ୍ଦର କରିବା ପାଇଁ ଅନେକ ପର୍ବ ପାଳନ କରନ୍ତି। ଆଧୁନିକତା ର ସ୍ବର୍ଶରେ ଦିଆଲି, ପାଉଶପୁର୍ଣିମା ଭଳି କେତେକ ପର୍ବପର୍ବାଣିର ରଙ୍ଗ ଫିକା ପଡିଆସିଲାଣି। କିନ୍ତୁ ନିଜ ନିଜ ଗାଁରେ ପାଳନ କରାଯାଉଥୁବା ବାର୍ଷିକ ଯାତ୍ରା, ମଣ୍ଡେଇ ଆଦି ପରମ୍ପରାକୁ ବଜାଇ ରଖିବାରେ ସାମର୍ଥ୍ୟ ହୋଇ ପାରିଛି।ଅବିଭକ୍ତ କୋରାପୁଟ ତଥା ବସ୍ତର ଜିଲ୍ଲାର  ଅଧିକାଂଶ ଅଂଚଳ ରେ ବର୍ତ୍ତମାନ ମଧ୍ୟ "ମଣ୍ଡେଇ"ଏକ ପ୍ରଧାନ ଗଣ ପର୍ବ ଅଟେ।ବଜାରକୁ ମଣ୍ଡି କୁହାଯାଏ ଏହି ମଣ୍ଡି ଶବ୍ଦରୁ "ମଣ୍ଡେଇ" ଶବ୍ଦର ଉତ୍ପତି। ହାଟ ବସୁଥିବା କୌଣସି ଗାଁର ଏକ ନିର୍ଦ୍ଧିଷ୍ଟ ମାସରେ ଏକ ହାଟ ଦିନକୁ ଗ୍ରାମ୍ୟ ଦେବଦେବୀକୁ ସମର୍ପିତ କରାଯାଏ। ଏହାକୁ ବାର୍ଷିକ ମଣ୍ଡେଇ ଭାବେ ପାଳନ କରାଯାଏ। ଯାହାକି ଭାରତ ଅନ୍ୟ କୌଣସି ଅଞ୍ଚଳରେ ଦେଖିବାକୁ ମିଳେ ନାହିଁ।ମଣ୍ଡେଇ ଯାତ୍ରା ବିଭିନ୍ନ ଗାଁରେ ପୌଷମାସରେ ଆରମ୍ଭ ହୁଏ ଯଥା ନବରଙ୍ଗପୁର ଜିଲ୍ଲାର କଟାଗାଁ, କଲାକଲି, ଆଟିଗାଁ, ଉମରଗାଁ, କୋରପାହାଣ୍ଡି ଏବଂ ଛତିଶଗଡର ଅମାରାବତୀ ଠାରେ। କିନ୍ତୁ ମାଘ ମଣ୍ଡେଇ କେବଳ ପଡାଗଡ଼, ଡାବୁଗାଁ, କୋଷଗୁମଡା ରେ ହୁଏ ଏବଂ ଫାଲ୍ଗୁନ ମାସରେ ଧଡ୍ରା ଓ ଚୈତ୍ର ମାସରେ ଭାରଣ୍ଡ ଠାରେ କଲସିଯାତ୍ରା ଅବସରେ ପାଳିତ ହୁଏ।ପଡାଗୋଡ଼ ଏବଂ ଡାବୁଗାଁ ମଣ୍ଡେଇ ବାବା ଭୈରବ ଲାଗି ସମର୍ପିତ। ରାଜା ରାଜୁଡା କାଳରୁ ଆଜକୁ ପ୍ରାୟ ୩୦୦/୪୦୦ବର୍ଷ ତଳେ ଐତିହାସିକ ଗଣ୍ଡୱାନା ରାଜ୍ୟର ଅନ୍ୟ ଏକ ଗଦଜାତ ରତନପୁର, ଯାହା ଛତିଶଗଡ଼ର ରାଜଧାନୀ ରାୟପୁର ଠାରୁ ପ୍ରାୟ ୧୪୭କିମି ଦୂରରେ ଅବସ୍ଥିତ। ସେହି ରତନପୁର ରାଜ ପରିବାରର ୩ଜଣ ଭାଇ ପାରିବାରିକ କଳହ କାରଣରୁ ଦକ୍ଷିଣକୁ ଚାଲି ଆସିଥିଲେ ଏବଂ କିଛିବର୍ଷ ପଡାଗଡ଼ ଠାରେ ଅବସ୍ଥାନ କରିଥିଲେ। ଏହି ପୂର୍ବରୁ ପୋଡାଗୋଡ଼ର ନାମ ଥିଲା ପୁଷ୍କରଣୀ ଗୋଡ଼। ସେମାନେ ଏହି ସ୍ଥାନର ନୂତନ ନାମକରଣ ନିଜ ପୌତ୍ରୀକ ବାସସ୍ଥଳୀ ରତନପୁର ଆଗରେ ନିଜ ସାଙ୍ଗିଆଁ "ରାୟ"ଶବ୍ଦ ଯୋଡି ଏହାକୁ "ରାୟ ରତନପୁର" କରିଥିଲେ, ପରେ ଏହି ଗୋଡ଼ ପଡିଯିବାରୁ ଏହାର ନାମ ପୋଡାଗୋଡ଼ ହେଲା। ଏହାର କିଛି ବର୍ଷପରେ ରାୟ ବଂଶୀୟ ମାନେ ଡାବୁଗାଁ ଅଂଚଳକୁ ଚାଲି ଆସିଥିଲେ।ତତ୍କାଳୀନ ଜୟପୁର ରାଜା ବାହାର ରାଜ୍ୟରୁ ନିଜ ରାଜ୍ୟକୁ ଆସିଥିବା ସଂଭ୍ରାନ୍ତ ବଂଶୀୟ ମାନଙ୍କୁ ପାତ୍ର ଉପାଧି ଦେଇଥିଲେ ଏବଂ କେତେଖଣ୍ଡ ଗାଁ ଦେଇ ସେମାଙ୍କୁ ଜମିଦାର ଭାବେ ନିଯୁକ୍ତ କରୁଥିଲେ। ବର୍ତ୍ତମାନ ମଧ୍ୟ ସେମାନଙ୍କ ବଂଶଧାର ମାନେ ଡାବୁଗାଁ ରେ ବସବାସ କରୁଛନ୍ତି।ବାବା ଭୈରବ ଭଗବାନ ଶିବଙ୍କ ପ୍ରଚଣ୍ଡ ରୁଦ୍ରାବତାର ଅଟନ୍ତି। ସେହି ରାୟ ବଂଶୀୟ ମାନେ ରତନପୁର ଠାରେ ଭୈରବଙ୍କ ଉପାସକ ଥିଲେ। ତେଣୁ ସେମାନେ ଯେଉଁଠି ଗଲେ ସେଠାରେ ବାବା ଭୈରବଙ୍କୁ ସ୍ଥାପନା କରୁଥିଲେ। ପୋଡାଗଡା ଏବଂ ଡାବୁଗାଁର ଭୈରବ ଆସ୍ଥାନ ସେମାନଙ୍କ ଦ୍ୱାରା ସ୍ଥାପିତ। ତେଣୁ ଦୁଇଟି ସ୍ଥାନର ମଣ୍ଡେଇ ପରର୍ଶ୍ୱର ସମ୍ପୃକ୍ତ। ଆଗ ପୋଡାଗୋଡ଼ରେ ମଣ୍ଡେଇ ହେବା ପରେ ଡାବୁଗାଁ ରେ ମଣ୍ଡେଇ ହେଉଥିଲା। ଯାହାକି ଏବେ ବ୍ୟତିକ୍ରମ ହେଉଥୁବା ଦେଖାଯାଉଛି। ଡାବୁଗାଁ ମଣ୍ଡେଇ ମାଘ ମାସର କୌଣସି ଏକ ଗୁରୁବାର ହାଟକୁ ଲକ୍ଷରଖି ନିର୍ଧାରିତ କରାଯାଏ। ବୁଧବାର ଠାରୁ ଆରମ୍ବ ହୋଇ ଶୁକ୍ରବାର ଦିନ ପର୍ଯ୍ୟନ୍ତ ଚାଲେ। ଆଗେ ଆଖ ପାଖ ଅଂଚଳରୁ ଶତାଧିକ ଲାଠି, କୁରୁଚି, ପାଲିଙ୍କି, ଶିରା, ପୂଜାରୀ ବାଜଣା ଆସୁଥିଲେ। କିନ୍ତୁ ବର୍ତ୍ତମାନ ଏହାର ସଂଖ୍ୟା ଧୀରେ ଧୀରେ କମିବାକୁ ଲାଗିଛି। 

ଡାବୁଗାଁ ମଣ୍ଡେଇର ବିଶେଷତ୍ୱ ହେଲା ମଣ୍ଡେଇ ବୁଧବାର ଦିନ କୁନ୍ଦ ଫୁଲ ବାବା ଭୈରବଙ୍କୁ ଅର୍ପଣ କରିବା ପରେ ଗାଁ ର ମାଁ ଭଉଣୀ ମାନେ ଏହି ଫୁଲକୁ ପିନ୍ଧନ୍ତି।ଆଗ ଗାଁ ଗହଳିରେ ଦୋକାନ ବଜାର ନଥିଲା, ଲୋକେ ଘରକରଣୀ ଜିନିଷ କିଣିବାକୁ ସାପ୍ତାହିକ ହାତକୁ ଯାଉଥିଲେ। ସେହି ପ୍ରକାରେ ବାର୍ଷିକ ହାଟ ମଣ୍ଡେଇ ରେ ବହୁ ଦୂର ଦୁରାନ୍ତରୁ ଦୋକାନ ବଜାର ଆସୁଥିଲା।ଡାବୁଗାଁ ହାଟର ଆରମ୍ବ ପ୍ରଥମେ ଗାଁ ଭିତରେ ଦୁଲାରଦେଇ ମନ୍ଦିର  କୋଳସୀ ଛାମୁଣ୍ଡା ପାଖ "ଆଡରି" ବା ଦୈନିକ ବଜାର ନିକଟରେ ଆରମ୍ବ ହୋଇଥିଲା।  ଡାବୁଗାଁ ଏକ ସ୍ୱତନ୍ତ୍ର ଗ୍ରାମ ପଂଚାୟତ ହେବା ପରେ ଡାବୁଗାଁ ର ପ୍ରଥମ ସରପଞ୍ଚ ସ୍ବର୍ଗତ ଲଷ୍ମୀଚନ୍ଦ୍ର ରାୟ ପାତ୍ରଙ୍କ ଅମଳରେ ପ୍ରାୟ ୧୯୫୯ ମସିହାରେ ବର୍ତ୍ତମାନର ହାଟପଦାକୁ ସ୍ଥାନାନ୍ତରିତ ହୋଇ ପାଖାପାଖି ଯାହାକି ଆଜକୁ ୭୦ବର୍ଷ ହେବ ସେଠାରେ ହାଟ ବସୁଛି। ଏବଂ ବର୍ଷକୁ ଥରେ ମାଘ ମାସରେ ବାବା ଭୈରବ ଙ୍କ ପୂଜା ପରେ ମଣ୍ଡେଇ ହାଟ ଅନୁଷ୍ଠିତ ହୁଏ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅଜଣା ଗାଡ଼ି ଧକ୍କା ରେ ମୋଟରସାଇକଲ ଚାଳକ ମୃତ*   30-Jun-2026
  ରାଜ୍ୟ  
ପୁରୀ ଦେବ ସ୍ନାନା ପୂର୍ଣ୍ଣିମା ରେ ସେବା   29-Jun-2026
  ଜିଲ୍ଲା  
ବିଜ୍ଞାନସମ୍ମତ ଓ ଯୁକ୍ତି ଭିତ୍ତିକ ବିଷୟବସ୍ତୁ ଥାଇ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ଗତବର୍ଷର ବହିରେ ଶିକ୍ଷାଦାନ କରିବା ଦାବିରେ ଦସ୍ତଖତ ଅଭିଯାନ।   29-Jun-2026
  ଜିଲ୍ଲା  
ବିବାହ ର ପ୍ରତିଶୃତି ଦେଇ ଯୁବତୀଙ୍କୁ ପ୍ରତାରଣା କଲା ଲମ୍ପଟ ପ୍ରେମିକ।   29-Jun-2026
  ଜିଲ୍ଲା  
ଶିଶୁ କଲ୍ୟାଣ ସମିତିର ନୂତନ ଭବନ ଉଦଘାଟନ କଲେ ଜିଲ୍ଲାପାଳ   29-Jun-2026
  ଜିଲ୍ଲା  
ସ୍ୱପ୍ନେଶ୍ୱରଙ୍କ ଘରେ ପହଞ୍ଚି ସ୍ଵାସ୍ଥ୍ୟ ଅବସ୍ଥା ବୁଝିଲେ ଜିଲ୍ଲାପାଳ   29-Jun-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ POCSO Act ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ।   29-Jun-2026
  ଜିଲ୍ଲା  
ମୁକ୍ତିତୀର୍ଥ ପାପକ୍ଷୟ ଘାଟରେ ଦେବସ୍ନାନ ପୂର୍ଣ୍ଣିମା   29-Jun-2026
  ଜିଲ୍ଲା  
କଟକ ଗ୍ରାମ୍ୟ ଉନ୍ନୟନ ନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟରେ ଟେଣ୍ଡରେ ସାଙ୍ଘାତିକ ଦୁର୍ନୀତି। ଠିକାଦାର ମେଳି ହୋଇ କଲେ ଅଭିଯୋଗ। ଚାଉଳିଆଗଞ୍ଜ ଥାନାରେ ଏତଲା   29-Jun-2026
  ଜିଲ୍ଲା  
ଜିଲ୍ଲା ଶିକ୍ଷା ବିଭାଗ ର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   29-Jun-2026
  ଜିଲ୍ଲା  
ଜିଲ୍ଲା ଶିକ୍ଷା ବିଭାଗର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   29-Jun-2026
  ଜିଲ୍ଲା  
ସ୍କର୍ପିଓ ଗାଡିରେ ୨୨କେଜି ଗଞ୍ଜେଇ ଚାଲାଣ, ଜଣେ ଗିରଫ   29-Jun-2026

You Might Also Like