-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME   ଜିଲ୍ଲା

ଶ୍ରୀଦେବୀ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ବିଦାୟୀ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

12-Feb-2025



ଫୁଲବାଣୀ(କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ ) କନ୍ଧମାଳ ଜିଲ୍ଲାର ସଦର ଫୁଲବାଣୀ ବ୍ଲକ ଅନ୍ତର୍ଗତ ଐତିହାସିକ କିମ୍ବଦନ୍ତୀ ପୂର୍ଣ୍ଣ ତତ୍କାଳୀନ ଫୁଲବାଣୀ ଜିଲ୍ଲାର ପ୍ରଥମ ଜିଲ୍ଲା ହେଡ଼ କୁ୍ୱାଟର ଭାବେ ପରିଚିତ ବିଶିପଡା ଗ୍ରାମ ପଂଚାୟତ ସ୍ଥିତ ଶ୍ରୀଦେବୀ ଉଚ୍ଚବିଦ୍ୟାଳୟର  ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ସଞ୍ଜୟ କୁମାର ସାହୁ ସରକାର ଙ୍କର ନିୟମ ପ୍ରକାରେ ଗତ ୩୧ ଜାନୁୟାରୀ ୨୦୨୫ ତାରିଖରେ ଅବସର ଗ୍ରହଣ କରିଯାଇଛନ୍ତି | ହେଲେ ଆଜି ଶ୍ରୀଦେବୀ ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟି  ସଭାପତି ଶ୍ରୀ ସୁକାନ୍ତ କୁମାର ବେହେରା ଓ ଆମ ସ୍କୁଲ ଅଭିଯାନ କମିଟି ର ସଭାପତି ଶ୍ରୀ ରଂଜିତ କୁମାର ବେହେରା  ଙ୍କ ସହିତ ବିଦ୍ୟାଳୟ ର ପୂର୍ବତନ ଛାତ୍ର ଛାତ୍ରୀ ତଥା ପ୍ରଥମ ବ୍ୟାଚ, ଦ୍ୱିତୀୟ ବ୍ୟାଚ ତୃତୀୟ ବ୍ୟାଚ ସମେତ ଅନ୍ୟ ସମସ୍ତ ଛାତ୍ର ଛାତ୍ରୀଙ୍କ ମିଳିତ ଉଦ୍ୟମରେ ବିଦ୍ୟାଳୟ ପରିସର ମଧ୍ୟରେ ସମସ୍ତ ଛାତ୍ର ଛାତ୍ରୀ,ପୁରାତନ ଛାତ୍ର ଛାତ୍ରୀ, ତଥା ଅଭିଭାବକ ମଣ୍ଡଳୀ, ସମେତ ବିଦ୍ୟାଳୟର ଭେଟେରାନ ଶିକ୍ଷକ ତଥା ବର୍ତ୍ତମାନର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଚତୁର୍ଭୁଜ ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା | ଏଭଳି ବିଦାୟୀ କାଳୀନ ସମ୍ବର୍ଦ୍ଧନା ସଭାରେ ଅନୁଷ୍ଠାନ ର , ବିଜ୍ଞାନ ବିଭାଗର ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ପ୍ରଧାନ ଏବଂ ସଂସ୍କୃତ ବିଭାଗର ଶିକ୍ଷକ ଶ୍ରୀ ରଞ୍ଜନ କୁମାର ମିଶ୍ର , ବିଶିପଡା ପଂଚାୟତ ର ପୂର୍ବତନ ସରପଞ୍ଚ ଶ୍ରୀଦେବୀ ତଥା ବିଦ୍ୟାଳୟ ର ପୂର୍ବତନ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ କ୍ଷୀରୋଦ କୁମାର ସାହାଣୀଙ୍କ ଉପସ୍ଥିତି ରେ ଏକ ଦୁଖଃଦ ପୂର୍ଣ୍ଣ ବିଦାୟୀ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି |   ସୂଚନା ପ୍ରକାରେ ଶ୍ରୀଦେବୀ ଉଚ୍ଚ ବିଦ୍ୟାଳୟରେ ଅତି ସ୍ୱଳ୍ପ ଦରମାରେ ଶ୍ରୀ ସଞ୍ଜୟ କୁମାର ସାହୁ ପ୍ରଧାନ ଶିକ୍ଷକ ଭାବେ ବିଦ୍ୟାଳୟ ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ପାଇଥିଲେ , ଓ ସେହି ଦିନଠାରୁ ବିଦ୍ୟାଳୟର ଉର୍ନ୍ନତି ସମେତ ଛାତ୍ର ଛାତ୍ରୀ ମାନଙ୍କ ପ୍ରତି ଶିକ୍ଷାଦାନ କରିବାରେ କେବେ ମଧ୍ୟ୍ୟ ଅବହେଳା ପ୍ରଦର୍ଶନ କରିନହାନ୍ତି କି ତାଙ୍କର ଦାୟିତ୍ୱ ତୁଲାଇବାରେ କୌଣସି ତ୍ରୁଟି ରଖିଯାଇ ନାହାନ୍ତି, ସେ ଜଣେ ଉଚ୍ଚ କୋଟିର ଅଭିଜ୍ଞ ତଥା ଇଂରାଜୀ ବିଭାଗର ବରିଷ୍ଠ ଶିକ୍ଷକ ଭାବେ ନିଷ୍ଠାର ସହିତ ତାଙ୍କର ଦାୟିତ୍ୱ ତୁଲାଇ ଆସିଛନ୍ତି ଓ ବିଦ୍ୟାଳୟର ଛାତ୍ର ଛାତ୍ରୀ ତଥା ଅଭିଭାବକ ମଣ୍ଡଳୀ, ଗ୍ରାମବାସୀ ଙ୍କର ହୃଦୟ ଜୟ କରିବାରେ ସକ୍ଷମ ହୋଇପାରିଥିଲେ, ଯାହାକି ଆଜି ତାଙ୍କର ବିଦାୟୀ କାଳୀନ ସଭାରେ ତାଙ୍କ ପ୍ରତି ଥିବା ଶ୍ରଦ୍ଧା ସନମାନ ପ୍ରତିଫଳନ ହୋଇଥିଲା ଓ ଶ୍ରୀ ସାହୁ ସମସ୍ତଙ୍କର ଶ୍ରଦ୍ଧା ଭାଜନ ହୋଇପାରିଥିବା ଦେଖିବାକୁ ମିଳିଥିଲା | ସରକାର ତଥା ଶିକ୍ଷା ବିଭାଗର ନିୟମ ପ୍ରକାରେ ଜଣେ ନିଯୁକ୍ତି ପାଇଲା ପରେ ଦିନେ ଚାକିରିରୁ ନିଶ୍ଚିତ ଅବସର ଗ୍ରହଣ କରିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ, ହେଲେ  ବର୍ତ୍ତମାନ ଶ୍ରୀଦେବୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ମାନେ ଜଣକ ପରେ ଜଣେ ଶିକ୍ଷକ ଅବସର ଗ୍ରହଣ କରିବାରେ ଲାଗିଛନ୍ତି, ଯାହାକି ବିଦ୍ୟାଳୟ ଓ ଛାତ୍ର ଛାତ୍ରୀମାନଙ୍କ ମନୋବଳ କୁ ଦୁର୍ବଳ କରିବାରେ ଲାଗିଛି, ଆଗକୁ ପିଲାଙ୍କର ବାର୍ଷିକ ପରୀକ୍ଷା ରହିଥିବା ବେଳେ କିଭଳି ଶିକ୍ଷାଦାନ କରାଯାଇ ପାରିବ ତାହା ହିଁ ବର୍ତ୍ତମାନ ଚିନ୍ତାର ବିଷୟ ଅଟେ,ତେଣୁ ଜିଲ୍ଲା ଶିକ୍ଷାଧିକାରୀ ଏହି ବିଦ୍ୟାଳୟ ପ୍ରତି ଦୃଷ୍ଟି ଦେଇ ଖାଳିପଡିଥିବା ପଦବୀ ଗୁଡିକରେ ଶିକ୍ଷକ ନିଯୁକ୍ତି କଲେ ଅଧ୍ୟୟନ ରତ ଛାତ୍ର ଛାତ୍ରୀ ମାନେ ଶିକ୍ଷାଦାନ କ୍ଷେତ୍ରରେ ଲାଭବାନ ହୋଇପାରିବେ ବୋଲି ଉପସ୍ଥିତି ଥିବା ବୁଦ୍ଧିଜୀବୀ ଅଭିଭାବକ ମଣ୍ଡଳୀ ନିଜନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ | ଓ ଶେଷରେ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ଶ୍ରୀ ସଞ୍ଜୟ କୁମାର ସାହୁଙ୍କୁ ପ୍ରଥମ ବ୍ୟାଚର ଛାତ୍ର ଛାତ୍ରୀ ମାନେ ସମସ୍ତେ ବିଭିର୍ଣ୍ଣ ପ୍ରକାର ଉପହାର ପ୍ରଦାନ କରି ଅଶ୍ରୁଳ ପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିବାର ଦେଖିବାକୁ ମିଳିଥିଲା | 
        ଚଳିତ ବିଦାୟୀ କାଳୀନ ସମ୍ବର୍ଦ୍ଧନା ସଭାରେ ଏକ ନିଆରା ଘଟଣା ଦେଖିବାକୁ ମିଳିଥିଲା, ବିଦ୍ୟାଳୟର ଜଣେ ପୂର୍ବତନ ଛାତ୍ରୀ ତଥା ବର୍ତ୍ତମାନ ପୁରୀ ଜିଲ୍ଲା ରେଭେନ୍ୟୁ ବିଭାଗର ଜଣେ ଦାୟିତ୍ୱ ସମ୍ପନ୍ନ ଅଧିକାରୀ ଭାବେ କାର୍ଯ୍ୟରତ ଓ ସେ ମହାପ୍ରଭୁ ଜଗନ୍ନାଥ ଙ୍କର ମହାପ୍ରସାଦ ଆଣି  ବିଦାୟୀ କାଳୀନ ସଭାରେ ଉପସ୍ଥିତି ଶତାଧିକ ଛାତ୍ର ଛାତ୍ରୀ ସମେତ ଅଭିଭାବକ ମଣ୍ଡଳୀଙ୍କୁ  ଉପହାର ଦେଇଥିଲେ, ଯାହାକି ଅନୁପମାନଙ୍କ ହାତରୁ ମହାପ୍ରସାଦ ପାଇ ସମସ୍ତେ ବହୁତ ଆନନ୍ଦିତ ହୋଇଥିଲେ  | ଶ୍ରୀ ସାହୁ ବାବୁଙ୍କୁ ବିଦାୟୀ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ ସମୟରେ ସମସ୍ତେ ଭାବ ବିହ୍ଵଳ ହୋଇପଡ଼ିଥିଲେ  | ଆଜିର ବିଦାୟୀକାଳୀନ ସମ୍ବର୍ଦ୍ଧନା ସଭାରେ ସନମାନୀତ ଅତିଥିଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଶ୍ରୀ ଭଗବାନ ସାହୁ ଶ୍ରୀ ରାମଚନ୍ଦ୍ର ବିଶୋଇ, ଶ୍ରୀମତୀ ଲିଲି ବାରିକ,ପୂର୍ଣ୍ଣ ଚନ୍ଦ୍ର ସାହୁ, ରବୀନ ପ୍ରଧାନ, ପୂର୍ବତନ ଖେଳ ଶିକ୍ଷକ ଶ୍ରୀ ଅଭିମନ୍ୟୁ ସ୍ୱାଇଁ,  ଶ୍ରୀ ରଞ୍ଜନ କୁମାର ମହାନ୍ତି,ଶ୍ରୀ ଚିତ୍ତରଞ୍ଜନ ସାହାଣୀ ସମେତ ଅନ୍ୟ ସମସ୍ତ ଅଭିଭାବକ ମଣ୍ଡଳୀ, ବୁଦ୍ଧିଜୀବୀ ଉପସ୍ଥିତ ଥିବା ବେଳେ  ବର୍ତମାନ ବିଦ୍ୟାଳୟର ଭାରପ୍ରାପ୍ତ ବରିଷ୍ଠ ପ୍ରଧାନ ଶିକ୍ଷକ ଶ୍ରୀ ଚତୁର୍ଭୁଜ ବେହେରା ସଭାରେ ପୌରହିତ୍ୟ କରିବା ସହିତ ପୂର୍ବତନ ଛାତ୍ର ତଥା ବର୍ତ୍ତମାନ କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ଲାଇନ ପଡା ବିବି ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ସୋମନାଥ ସାହାଣୀ ଆଜିର ଦୁଖଦଃ ପୂର୍ଣ୍ଣ ବିଦାୟୀକାଳୀନ ସମ୍ବର୍ଦ୍ଧନା ସଭାକୁ ଅତି ସୁନ୍ଦର ଭାବେ ପରିଚାଳନା କରିଥିଲେ, ଏବଂ ଏ ସମସ୍ତ କାର୍ଯ୍ୟକ୍ରମ କୁ ଶ୍ରୀ ଶାନ୍ତନୁ କୁମାର ସାହାଣୀ, ପ୍ରକାଶ ସାହାଣୀ,ଶ୍ରୀ ପ୍ରକାଶ ପ୍ରଧାନ, ସସ୍ମିତା ସାହାଣୀ, ଯୁବତୀ ପ୍ରଧାନ, ମାମିନା ମହାକୁଡ଼, ଅଳକା ବାରିକ,ଶ୍ରୀ ସୁକାନ୍ତ କୁମାର ବେହେରା, ଶ୍ରୀ ସଞ୍ଜୟ ସାହାଣୀ, ମିନି ସାହୁ, ହେଇପ୍ରିୟା ସାହାଣୀ, ସୁନନ୍ଦା ଦଳେଇ, ସୁକାନ୍ତି ସାହାଣୀ,ନିରୁପମା ପ୍ରଧାନ, ଦେବରାଜ ସାହାଣୀ, ସିଦ୍ଧାର୍ଥ ଶଙ୍କର ସାହୁ, ରାମଚନ୍ଦ୍ର  ସାହୁ, ଶଶୀଭୁଷଣ ବିଶୋଇ, ତନୁଶ୍ରୀ ତନୟା ମଞ୍ଜରୀ ସାହାଣୀ, ପ୍ରୀତିଲତା ସାହାଣୀ,ରୀନା ମିଶ୍ର,ରାଜା ବେହେରା, ଦୀପକ ସାହାଣୀ ପ୍ରମୁଖ ଙ୍କ ସହିତ ଅନ୍ୟ ସମସ୍ତ ପୁରାତନ ଛାତ୍ର ଛାତ୍ରୀ ମାନେ ଏହି ବିଦାୟୀ କାଳୀନ ସମ୍ବର୍ଦ୍ଧନା ସଭାରେ ସକ୍ରିୟ ଅଂଶ ଗ୍ରହଣ କରିଥିବାର ଦେଖିବାକୁ ମିଳିଥିଲା


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like