-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||     

HOME   ଜିଲ୍ଲା

ସନ୍ଥକବି ଭୀମଭୋଇଙ୍କ ସମାଧିପୀଠକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରିଦର୍ଶନ.. ସନ୍ଥକବିଙ୍କ ମହାନବାଣୀ “ମୋ ଜୀବନ ପଛେ ନର୍କେପଡିଥାଉ” ସମସ୍ତଙ୍କୁ ପ୍ରେରିତ କରୁ

10-Feb-2025



ବଲାଙ୍ଗୀର(ପ୍ରେରଣାଖବର): ସନ୍ଥକବି ଭୀମଭୋଇଙ୍କ ସାଧନା,ସିଦ୍ଧି ଓ ସମାଧିପୀଠ ସୁବର୍ଣ୍ଣପୁରର ଖଲିଆପାଲି ରାଜ୍ୟସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର,ବୈଦ୍ୟୁଦିକ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ପରିଦର୍ଶନ କରିଛନ୍ତି । ଆଜି ଅପରାହ୍ନ ୪ଟା ସମୟରେ ସେ ସମାଧିପୀଠରେ ପହଞ୍ଚି ଭୀମଭୋଇ ସମାଧି ପୀଠ ଟ୍ରଷ୍ଟର କର୍ମକର୍ତ୍ତା,ମହିମା ସାଧୁସନ୍ଥ ଓ ଭକ୍ତ ସମାଜଙ୍କ ସାଙ୍ଗରେ ଆଲୋଚନା କରିଥିଲେ। ମନ୍ତ୍ରୀ ଡ.ମହାଲିଙ୍ଗ ସମାଧିମନ୍ଦିର ସମ୍ମୁଖରେ ଘିଅବତି ଲଗାଇ ମହିମାସାଧୁଙ୍କ ସହିତ ଜଗତର ମଙ୍ଗଳକାମନା କରିଥିଲେ । ଏହାପରେ ସେ ଭୀମଭୋଇଙ୍କ ପାଦୁକା ମନ୍ଦିର, ମ୍ୟୁଜିୟମ ପରିଦର୍ଶନ କରିଥିଲେ ଓ ସରକାରୀ ଅନୁଦାନରେ ଚାଲିଥିବା ଉନ୍ନୟନ କାମଗୁଡିକ ବିଷୟରେ

ପଚାରି ବୁଝିଥିଲେ । ଭୀମଭୋଇଙ୍କ ତାଳପତ୍ର ପୋଥିଗୁଡିକର ଯତ୍ନର ଆବଶ୍ୟକତା ଥିବା ମନ୍ତ୍ରୀ କହିଥିଲେ ଓ ଜିଲ୍ଲା ଭାଷା, ସାହିତ୍ୟ ସଂସ୍କୃତିବିଭାଗ ପକ୍ଷରୁ ଏନେଇ ପ୍ରସ୍ତାବ ଦିଆଯାଉ ବୋଲି ପରାମର୍ଶ ଦେଇଥିଲେ। ପରେ ଟ୍ରଷ୍ଟ କାର୍ଯ୍ୟାଳୟଠାରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏନ.ନାଗରାଜୁ, ଭୀମଭୋଇ ଚେୟାରର ମୁଖ୍ୟ ପ୍ରଦୀପକୁମାର ପଣ୍ଡା,ଟ୍ରଷ୍ଟର ଉପାଧ୍ୟକ୍ଷା ତଥା ସୋନପୁର ଉପଜିଲ୍ଲାପାଳ ଡ.ସୌମ୍ୟା ରଥ, ମେନେଜିଂଟ୍ରଷ୍ଟି ଛତ୍ରଧାରୀ ଅଗ୍ରୱାଲ,ପିଠାଧିଶ ସନ୍ୟାସୀ ବାବା, ପବ୍ଲିସିଟି କମିଟିର ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସୁମନ୍ତ ପୁଟେଲ, ମାଘମେଳା କମିଟିର ସଭାପତି ପୂର୍ଣ୍ଣଚନ୍ଦ୍ର ବଗର୍ତ୍ତି ଓ ଟ୍ରଷ୍ଟର ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସହ ପୀଠର ଉନ୍ନୟନ ବିଷୟରେ ଆଲୋଚନା କରିଥିଲେ । ମନ୍ତ୍ରୀ ଏହି ଅବସରରେ ଗଣମାଧ୍ୟମକୁ କହିଛନ୍ତି ଯେ,ସନ୍ଥକବି ଭୀମ ଭୋଇଙ୍କ ମହାନ ବାଣୀ “ମୋ ଜୀବନ ପଛେ ନର୍କେ ପଡିଥାଉ,ଜଗତ ଉଦ୍ଧାର ହେଉ” ସମସ୍ତଙ୍କୁ ପ୍ରେରିତ କରୁ । ସନ୍ଥକବିଙ୍କ ଏହି ପବିତ୍ର ପୀଠର ସାମଗ୍ରୀକ ଉନ୍ନତି ପାଇଁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ । ମନ୍ତ୍ରୀ ଡ.ମହାଲିଙ୍ଗଙ୍କୁ ଟ୍ରଷ୍ଟ ଓ ମହିମାସମାଜ ପକ୍ଷରୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଜିଲ୍ଲା ଭାଜପାଦଳ ପକ୍ଷରୁ ମଧ୍ୟ ମନ୍ତ୍ରୀଙ୍କୁ ଖଲିଆପାଲିଠାରେ ସ୍ୱାଗତ କରାଯାଇଥିଲା । ଜିଲ୍ଲା ଭାଜପା ସଭାପତି ପ୍ରମୋଦ ମହାପାତ୍ର, ଅଶୋକ ପୂଜାହାରୀ, ଜିତେନ୍ଦ୍ର ମହାପାତ୍ର, ବଟୁ ନେଗୀଙ୍କ ସମେତ ବହୁସଂଖ୍ୟାରେ ଭାଜପା କର୍ମୀ ଉପସ୍ଥିତ ଥିଲେ ।


ଖଲିଆପାଲିଠାରେ ନୂତନସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନ ଦାବି


ବଲାଙ୍ଗୀର-ସୋନପୁର ଜିଲ୍ଲାର ଖଲିଆପାଲିର ସନ୍ଥକବିଙ୍କ ସମାଧିପୀଠ ପର୍ଯ୍ୟଟନସ୍ଥଳିକୁ ପ୍ରତ୍ୟହ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି । କିନ୍ତୁ ଦୀର୍ଘଦିନ ହେଲା ଏଠାରେ ଏକ ସ୍ୱାସ୍ଥ୍ୟକେନ୍ଦ୍‌୍ର ସ୍ଥାପନ ପାଇଁ ଦାବି କରାଯାଇ ଆସୁଥିଲେ ହେଁ ସରକାର ତାହା କରାଉନାହାଁନ୍ତି । ଆଜି ସ୍ୱାସ୍ଥ୍ୟମନ୍ତ୍ରୀ

ଡ.ମୁକେଶ ମହାଲିଙ୍ଗ ଏହି ପୀଠ ପରିଦର୍ଶନରେ ଆସିଥିବା ବେଳେ ସ୍ଥାନୀୟ ଜନସାଧାରଣ ପୁଣିଥରେ ଏହି ଦାବି ରଖିଛନ୍ତି । ଜନସାଧାରଣ ଦାବି କରିଛନ୍ତି ଯେ,ଖଲିଆପାଲିଠାରୁ ଜୁଆଡେ ପ୍ରାୟ ୧୫କିମି ଗଲେ ଯାଇ ସ୍ୱାସ୍ଥ୍ୟକେନ୍ଦ୍‌୍ର ଗୁଡିକ ରହିଛି । ଫଳରେ ଏହି ଅଞ୍ଚଳବାସୀ ଉତ୍ତମ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଖଲିଆପାଲି ଏକ ପର୍ଯ୍ୟଟନସ୍ଥଳି ହୋଇଥିଲେ ହେଁ ଏଠାରେ ସ୍ୱାସ୍ଥ୍ୟକେନ୍ଦ୍ର ଟିଏ ନାହିଁ । ତେଣୁ ସାଧାରଣ ଜନତା ବହୁତ ଅସୁବିଧାରେ ରହୁଛନ୍ତି । ଲୋକଙ୍କ ଦାବିକୁ ଗ୍ରହଣ କରି ମନ୍ତ୍ରୀ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରାଯାଇଛି । ଭୀମଭୋଇ ସମାଧିପୀଠ ଟ୍ରଷ୍ଟର ମେନେଜିଂ ଟ୍ରଷ୍ଟି ଛତ୍ରଧାରୀ ଅଗ୍ରୱାଲ ଜନସାଧାରଣଙ୍କ ତରଫରୁ ମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଧାନ କରି ପଦକ୍ଷେପ ନେବାକୁ ଦାବି କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026

You Might Also Like