-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||     

HOME   ଜିଲ୍ଲା

ଜରାସିଂହାରେ ଟାଙ୍ଗିଆଜାମ କମିଟି ପକ୍ଷରୁ ପରିବେଶ ସଚେତନତା କାର୍ଯ୍ୟକ୍ରମ

09-Feb-2025



ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକର ଐତିହାସିକ ଜରାସିଂହା ଗ୍ରାମଠାରେ ଆଜି ବଲାଙ୍ଗୀରର ଟାଙ୍ଗିଆଜାମ କମିଟି ପକ୍ଷରୁ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟାଙ୍ଗିଆଜାମ କମିଟିର ସଭାପତି ତଥା ପରିବେଶକର୍ମି ପ୍ରକୃତିବନ୍ଧୁ ଗୋପାଳ ହୋତାଙ୍କ ସଭାପତିତ୍ୱ ଓ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବଲାଙ୍ଗୀର ଓକିଲସଂଘର ସଭାପତି ଅମ୍ବରିଶ ତ୍ରୀପାଠୀ,ସମ୍ମାନୀତ ଅତିଥି ଭାବରେ ପଥରଚେପା ଆଦର୍ଶବିଦ୍ୟାଳୟର ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର,ବରିଷ୍ଠ ସାମ୍ବାଦିକ

ପୂର୍ଣ୍ଣଚନ୍ଦ୍ର ପଣ୍ଡା,ଶିକ୍ଷାବିଦ ମନୋରଂଜନ ସାହୁ,ଜିଲ୍ଲାପରିଷଦ ସଭ୍ୟା ସୁମତି ସେଠ୍‌, ଆଇନଜୀବି ଭକ୍ତଚରଣ ନାଏକ, ଜରାସିଂହାର ବରିଷ୍ଠ ନାଗରିକ ଦୟାନିଧି ମେହେର ଓ ବିଏନଏଏ କ୍ଲବର ସଭାପତି କରୁଣାକର ମେହେର, କୁମାର ଷାଣ୍ଢ ଓ ଦେବପ୍ରସାଦ ମେହେର ପ୍ରମୁଖ ଯୋଗଦେଇ ପରିବେଶ ସୁରକ୍ଷା ଉପରେ ଉପସ୍ଥିତ ଜନସାଧାରଣଙ୍କୁ କହିଥିଲେ । ଅତିଥିଗଣ ତାଙ୍କ ବକ୍ତବ୍ୟରେ ଜଙ୍ଗଲସୁରକ୍ଷା,ବନାଗ୍ନୀ ରୋକିବା, ବନୀକରଣ କରାଇବା ଓ ସର୍ବୋପରି ଆଗାମୀପିଢୀ ପାଇଁ ପରିବେଶକୁ ସୁରକ୍ଷା କରିବା ପାଇଁ ସମସ୍ତେ ଧ୍ୟାନଦେବାକୁ ଅନୁରୋଧ କରିଥିଲେ । ଟାଙ୍ଗିଆଜାମ କମିଟିର ସଭାପତି ଏଡଭୋକେଟ ଗୋପାଳ ହୋତା ପରିବେଶ ସୁରକ୍ଷାର ଆଧ୍ୟାତ୍ମିକ ଦିଗ ଉପରେ ବକ୍ତବ୍ୟ ରଖି ମାଟି, ପାଣି, ପବନ, ଆକାଶ ଓ ଅଗ୍ନୀ ଉପରେ ଲୋକଙ୍କୁ ବୁଝାଇଥିଲେ । ବୃକ୍ଷଦ୍ୱାରା କିଭଳି ଜଳଚକ୍ର,ପବନଚକ୍ର ଓ ଜୀବଚକ୍ର ପରିଚାଳିତ ହେଉଛି ସେଉପରେ ଲୋକଙ୍କୁ ବୁଝାଇଥିଲେ । ବୃକ୍ଷ ହିଁ ପୃଥିବୀପୃଷ୍ଠରେ ଜୀବଜଗତକୁ ବଞ୍ଚାରଖି ପାରିବ ବୋଲି କହି ତାହାର ସୁରକ୍ଷା ନିତାନ୍ତ ଆବଶ୍ୟକ ବୋଲି କହିଥିଲେ । ସେହିପରି ଓଏଭିର ଅଧ୍ୟକ୍ଷ ତାଙ୍କ ବକ୍ତବ୍ୟରେ ସାହାରା ମରୁଭୂମୀ କିଭଳି ଏକ ଶସ୍ୟଶ୍ୟାମଳ ଅଞ୍ଚଳରୁ ମରୁଭୂମୀ ହେଲା,୩୦୦ ବର୍ଷ ପୂର୍ବରୁ ବିଶ୍ନୋଇମାନଙ୍କ ବୃକ୍ଷସୁରକ୍ଷା ପାଇଁ ବଳିଦାନ, ଚିଫକୋ ଆନ୍ଦୋଳନ ସହିତ ଆଜିର ଗନ୍ଧମାର୍ଦ୍ଦନ ଆନ୍ଦୋଳନ ଉପରେ ବକ୍ତବ୍ୟ ରଖିଥିଲେ । ଠିକ ସେହିପରି ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଦେଓଗାଁ ଅଞ୍ଚଳବାସୀ ସୁଲିଆଜଙ୍ଗଲଠାରୁ ଆରମ୍ଭ କରି ଭୀମଡୁଙ୍ଗୁରୀ,ମୁରସିଂହ,କିରିବାଞ୍ଜି ଓ ଚାନ୍ଦଲି ପାହାଡ ଅଞ୍ଚଳରେ ଜନସାଧାରଣ ସଚେତନ ହୋଇ ଜଙ୍ଗଲସୁରକ୍ଷା ସାଙ୍ଗକୁ କିଭଳି ପାହାଡ ସୁରକ୍ଷା କରୁଛନ୍ତି ତାହା ବର୍ଣ୍ଣନା କରିଥିଲେ । ଏହା ସହିତ ମହୋତ୍ସବ ଜରିଆରେ ଦେଓଗାଁ ଅଞ୍ଚଳରେ ଲୋକମାନେ ଜଙ୍ଗଲ ଓ ପାହାଡ ସୁରକ୍ଷା ସାଙ୍ଗକୁ ପରିବେଶ ସୁରକ୍ଷାରେ ସଫଳ ହୋଇଥିବାରୁ ତାହାକୁ ଉଚ୍ଚପ୍ରଶଂସା କରିଥିଲେ । ଶିକ୍ଷାବିଦ ମନୋରଂନ ସାହୁ ପରିବେଶ ଅସନ୍ତୁଳନ ଓ ବିଶ୍ୱତାପାୟନ ଉପରେ ବକ୍ତବ୍ୟ ରଖିଥିଲେ । ଆଇନଜୀବି ଅମ୍ବରିଶ ତ୍ରୀପାଠୀ ଓ ଭକ୍ତବନ୍ଧୁ ନାଏକ ଟାଙ୍ଗିଆଜାମ କମିଟିର ପରିବେଶଧର୍ମି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ସଭାକାର୍ଯ୍ୟ ପୂର୍ବରୁ ଦେଓଗାଁ ଓ ଜରାସିଂହା ପଞ୍ଚାୟତର ୱାର୍ଡସଭ୍ୟ/ସଭ୍ୟା,ପଞ୍ଚାୟତସମିତି ସଭ୍ୟ/ସଭ୍ୟା,ସାମ୍ବାଦିକ ଓ ଜିଲ୍ଲାପରିଷଦ ସଭ୍ୟା ତଥା ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିଙ୍କୁ ପାଦଧୋଇ ଉତ୍ତରିୟ ଦେଇ ପଞ୍ଚବଟି ବୃକ୍ଷ ଯଥା-ବର,ପିପ୍ପଳ,ଆମ୍ବ,ଜାମୁ ଓ ଅଁଳାଗଛ ରୋପଣ କରି ତାକୁ

ଜତ୍ନନେବାକୁ ଶପଥପାଠ କରାଯାଇଥିଲା । ମହିଳାମାନେ ଭାଇଜିଉଁତିଆ ଭଳି ଜିଉଁତିଆବାନ୍ଧି ବୃକ୍ଷସୁରକ୍ଷାର ଶପଥ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଜରାସିଂହା ସମେତ ଆଖପାଖ ଅଞ୍ଚଳର ଶତାଧିକ ପୁରୁଷ/ମହିଳା ଯୋଗ ଦେଇଥିଲେ । ପ୍ରକାଶ ଯେ,ଟାଙ୍ଗିଆଜାମ କମିଟି ପକ୍ଷରୁ ପ୍ରତ୍ୟେକମାସ ୧ ତାରିଖରେ ଟାଙ୍ଗିଆବନ୍ଦ କରି ଗଛ ନକାଟିବାକୁ ଅନୁରୋଧ କରାଯାଉଛି । ଏହା ସହିତ ବର୍ଷାଦିନେ ଗାଁଗାଁରେ ଚାରା ବଣ୍ଟନ କରାଯାଇ ବନୀକରଣକୁ ପ୍ରୋତ୍ସାହିତ କରାଯାଉଛି । ପ୍ରତିବର୍ଷ ହଜାର ହଜାର ଗଛ ଲୋକଙ୍କୁ ବଣ୍ଟନ କରାଯାଇ ଆସୁଛି । କେବଳ ସେତକି ନୁହେଁ ଗ୍ରୀଷ୍ମଦିନେ ଜଙ୍ଗଲରେ ନିଆଁ ନଲଗାଇବା,ଜଙ୍ଗଲକୁ ସୁରକ୍ଷା କରିବା, ବନ୍ୟଜନ୍ତୁଙ୍କୁ ହତ୍ୟା ନକରିବା ବିଷୟ ନେଇ ଲୋକଙ୍କ ମଧ୍ୟରେ ସଚେତନା କାର୍ଯ୍ୟକ୍ରମ କରାଯାଇ ଆସୁଛି । ଏକ ଆଧ୍ୟାତ୍ମିକ ମାର୍ଗରେ ଲୋକଙ୍କୁ ବୃକ୍ଷ ଓ ପରିବେଶର ଉପକାରୀତା ବିଷୟରେ ବୁଝାଯାଉଥିବାରୁ ଲୋକଙ୍କ ମଧ୍ୟ ଏଥିପ୍ରତି ଆଗ୍ରହ ପ୍ରକାଶ ପାଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026

You Might Also Like