-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||     

HOME   ଜିଲ୍ଲା

ଆଜିଠୁ ସନ୍ଥକବିଙ୍କ ସମାଧିପୀଠରେ ମାଘମେଳାଯାତ୍ରା.. ପଣ୍ଡିତ ଦୈତାରୀ ମହାପାତ୍ର ପାଇବେ ଭୀମଭୋଇ ସ୍ମୃତିସମ୍ମାନ

08-Feb-2025



ବଲାଙ୍ଗୀର/ସୋନପୁର(ପ୍ରେରଣାଖବର): ପ୍ରତ୍ୟେକବର୍ଷ ଭଳି ଚଳିତବର୍ଷ ମଧ୍ୟ ସନ୍ଥକବି ଭୀମଭୋଇଙ୍କ ସାଧାନା,ସିଦ୍ଧି ଓ ସମାଧିପୀଠ ଖଲିଆପାଲି ଠାରେ ପବିତ୍ରମାଘ ମେଳା ଅନୁଷ୍ଠିତ ହେବାକୁ ଯାଉଛି । ଫେବୃୟାରୀ ୯ ତାରିଖଠାରୁ ୧୩ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଯାତ୍ରା ଅନୁଷ୍ଠିତବ ହେବାକୁ ଯାଉଛି । ଭୀମଭୋଇ ସମାଧିପୀଠଟ୍ରଷ୍ଟ ଓ ମାଘମେଳା କମିଟିର ମିଳିତ ଆନୁକୂଲ୍ୟରେ ହେବାକୁଥିବା ଏହି  ସାରସ୍ୱତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ରାଜ୍ୟସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ୧୦ତାରିଖ ଅପରାହ୍ନ ୪ଟାରେ  ଯୋଗ ଦେବେ। ଏହିଦିନ ସମ୍ମାନୀତ ଅତିଥି ଭାବରେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏନ. ନାଗରାଜୁ, ବଲାଙ୍ଗୀର ବିଡିସିସି ବ୍ୟାଙ୍କର ପୂର୍ବତନ ସଭାପତି ଲକ୍ଷ୍ମଣ କୁମାର ମେହେର ଓ ମୁଖ୍ୟବକ୍ତା ଭାବରେ ଲଛିପୁର କଲେଜର ଅଧ୍ୟକ୍ଷ ଅରୁଣ କୁମାର ଷଢଙ୍ଗୀ ଯୋଗ ଦେବେ । ଠିକ ସେହିପରି ୧୧ ତାରିଖର ସଂଧ୍ୟା ୬ଟା ରେ ହେବାକୁଥିବା କାର୍ଯ୍ୟକ୍ରମରେ ସୋନପୁର ବିଧାୟକ ନିରଞ୍ଜନ ପୂଝାହାରୀ ମୁଖ୍ୟଅତିଥି, ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ.ପ୍ରଦୀପ କୁମାର ଗୁରୁ ଓ ମୁଖ୍ୟବକ୍ତା ଭାବରେ ଜିଏମୟୁର ଭୀମଭୋଇ ଗବେଷଣା କେନ୍ଦ୍ରର ମୁଖ୍ୟ ଡ.ପ୍ରଦୀପ କୁମାର ପଣ୍ଡା ମୁଖ୍ୟବକ୍ତା ଭାବରେ ଯୋଗ ଦେବେ। ୧୨ ତାରିଖ ରେ ମୁଖ୍ୟଅତିଥି ଭାବରେ ସୋନପୁର ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁପାର ଠେଲା ଓ ସମ୍ମାନୀତ ଅତିଥି ଭାବରେ ୬ଟି ବ୍ଲକର ଅଧ୍ୟକ୍ଷଗଣ ଯୋଗଦେବେ । ସୁବର୍ଣ୍ଣପୁର ଜିଲ୍ଲାପାଳ ତଥା ଟ୍ରଷ୍ଟର ଅଧ୍ୟକ୍ଷା ଅନ୍ୟା ଦାସ, ଏସପି ରାମପ୍ରସାଦ ସାହୁ, ଉପଜିଲ୍ଲାପାଳ ତଥା ଟ୍ରଷ୍ଟର ଉପାଧ୍ୟକ୍ଷା ଡ.ସୌମ୍ୟରୂପା  ରଥ, ମେନେଜିଂଟ୍ରଷ୍ଟି ଛତ୍ରଧାରୀ ଅଗ୍ରୱାଲ,ମାଘମେଳା କମିଟିର ସଭାପତି ପୂର୍ଣ୍ଣଚନ୍ଦ୍ର ବଗର୍ତ୍ତି, ସଂପାଦକ ରଂଜନ ପୂଝାରୀ,ବିଡିଓ ସୋନପୁର ବ୍ଲକ ଓ ଜିଲ୍ଲା ସଂସ୍କୃତିଅଧିକାରୀ ପ୍ରତ୍ୟେକଦିନ ରହିବେ। ଏହି ଅବସର ରେ ଟ୍ରଷ୍ଟର ମୁଖପତ୍ର ମହିମା ମଧ୍ୟ ଉନ୍ମୋଚନ ହେବ । ଠିକ ସେହିପରି ମାଘମେଳା ଅବସରରେ ପଣ୍ଡିତ ଦୈତାରୀ ମହାପାତ୍ରଙ୍କୁ ଭୀମଭଇ ସ୍ମୃତିସମ୍ମାନ,ସାଧୁ ପ୍ରଭାକର ଦାସଙ୍କୁ ଭୀମଭୋଇ ମହିମା ସମ୍ମାନ,ଶ୍ରୀମତୀ ମୀନା ମହାରଣାଙ୍କୁ ଭୀମଭୋଇ ସାହିତ୍ୟ ସମ୍ମାନ,ସୁଶ୍ରୀ ତିଳୋତ୍ତମା ସାହୁଙ୍କୁ ଭୀମଭୋଇ କଳାସମ୍ମାନ,ସିଦ୍ଧାର୍ଥ ଅଗ୍ରୱାଲ(ଆଶିଷ)ଙ୍କୁ ଭୀମଭୋଇ ଯୁବପ୍ରତିଭା ସମ୍ମାନ ଓ ସୁଶ୍ରୀ ପ୍ରିତୀ ମହାକୁରଙ୍କୁ ଭୀମଭୋଇ କ୍ରୀଡାସମ୍ମାନ ପ୍ରଦାନ କରାଯିବ ବୋଲି ଟ୍ରଷ୍ଟର ସଂପାଦକ ଜନ୍ମେଜୟ ସ୍ୱାଇଁଙ୍କ ସୂଚନାରୁ ଜଣାଯାଇଛି । ମାଘମେଳାଯାତ୍ରା ପାଇଁ ଏଠାରେ ହଜାର ହଜାର ସାଧୁ ସନ୍ୟାସୀ, ମହିମାଧର୍ମିଙ୍କ ସହ ସାଧାରଣଜନତାଙ୍କ ସମାବେଶ ହେବ । ଯାତ୍ରା କମିଟି ପକ୍ଷରୁ ମୀନାବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି । ମହିମାଧର୍ମର ଗୁରୁଶିଷ୍ୟ ପରଂମ୍ପରାରେ ମାଘମେଳାର ଗୁରୁତ୍ୱ ରହିଛି । ସନ୍ଥକବି ଭୀମଭୋଇ ମହିମାଧର୍ମର ସଂସ୍ଥାପକ ମହିମା ଗୋସାଇଁଙ୍କ ଗୁରୁକୃପାରେ ଦିବ୍ୟତ୍ୱଲାଭ କରିଥିଲେ ଓ ମହିମା ଧର୍ମର ପ୍ରଚାରପ୍ରସାର କରିଥିଲେ । ୧୮୭୭ ମସିହାରୁ ସୋନପୁର ଗଡଜାତ ରାଜ୍ୟର ଅଖ୍ୟାତ ପଲ୍ଲୀ

ଖଲିଆପାଲିଠାରେ ଭୀମଭୋଇ ଆଶ୍ରମ ସ୍ଥାପନ କରି ମହିମାଧର୍ମର ପ୍ରଚାରକ୍ଷେତ୍ର କରିଥିଲେ । ସେହିଦିନଠାରୁ ପ୍ରତ୍ୟେକବର୍ଷ ମାଘମାସର ଚତୁର୍ଦ୍ଦଶୀ ଓ ପୂର୍ଣ୍ଣମୀରେ ମାଘମେଳା ଅନୁଷ୍ଠିତ ହୋଇଆସୁଛି । ଭୀମଭୋଇଙ୍କ ଜିବିତାବସ୍ଥା ସମୟରୁ ତାଙ୍କର ଶିଷ୍ୟଗଣ ଭୀମଭୋଇ ଓ ତାଙ୍କର ଆଧ୍ୟାତ୍ମିକ ସଂଗୀନୀ ଅନ୍ନପୂର୍ଣ୍ଣାଙ୍କୁ ୧୦୮ ଜଳପୂର୍ଣ୍ଣ ବେଷ୍ଟିତ ବେଦିକାରେ ବସାଇ ପାଦପୂଜା କରାଯାଉଥିଲା । ଭୀମଭୋଇଙ୍କ ମହାପ୍ରୟାଣ ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ସେହି ପରଂମ୍ପରା ଚାଲୁରହିଛି । ପ୍ରତ୍ୟେକବର୍ଷ ମହିମାଧର୍ମିମାନେ ପବିତ୍ର ମାଘମେଳା ଯାତ୍ରା କରିଆସୁଛନ୍ତି । ମହିମାଧର୍ମ ଓ ଭୀମଭୋଇଙ୍କ ଅନୁଗାମୀମାନେ ବହୁସଂଖ୍ୟାରେ ଏଠାରେ ଯୋଗଦେଇ ଗୁରୁପୀଠରେ ସାଧୁସନ୍ୟାସୀଙ୍କ ଆଶିର୍ବାଦ ନେଉଛନ୍ତି । ୧୯୯୯ ମସିହାରୁ ଭୀମଭୋଇ ସମାଧିପୀଠଟ୍ରଷ୍ଟ ଗଠନ କରାଯାଇ ପୀଠର ଉନ୍ନତିକରଣ କରାଯାଉଛି । ସୋନପୁର ବିଧାୟକ ନିରଂଜନ ପୂଝାହାରୀ,ରାଜ୍ୟସରକାରଙ୍କ ପର୍ଯ୍ୟଟନବିଭାଗ,ଜିଲ୍ଲାପ୍ରଶାସନ ଓ ପଶ୍ଚିମଓଡିଶା ବିକାଶ ପରିଷଦ ଅନେକ ସମୟରେ ଏହି ପୀଠର ଉନ୍ନତିକରଣ ପାଇଁ ପଦକ୍ଷେପ ନେଉଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026

You Might Also Like