-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
07-Feb-2025
ଆଗଲପୁର, (ବିନୋଦ ଦୀପ) ସାଧନ କେନ୍ଦ୍ର ସଂଯୋଜକ ଦେବାଶିଷ ସାହୁଙ୍କ ତତ୍ୱାବଧାନରେ ବିଇଓ ଶ୍ରୀ ଶ୍ୟାମ ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ, ରେଙ୍ଗାଲି ମଧ୍ୟ ଇଂରାଜୀ ବିଦ୍ୟାଳୟର ଅବସର ପ୍ରାପ୍ତ ପୂର୍ବତନ ପ୍ରଧାନ ଶିକ୍ଷକ ମାଧବ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ରେଙ୍ଗାଲି କ୍ଲଷ୍ଟର ଅନ୍ତର୍ଗତ ସାତ ଟି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଶ୍ରେଣୀରେ ପଢୁଥିବା ପ୍ରାୟ ସତୁରୀ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗଳ୍ପ କଥନ, ଚିତ୍ରାଙ୍କନ ଓ ଗଣିତ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ମେଳା ରେ ଚାରୋଟି ଶିକ୍ଷଣ କେନ୍ଦ୍ର, ଯଥା ସାକ୍ଷରତା ଷ୍ଟଲ୍, ସଂଖ୍ୟାଜ୍ଞାନ ଷ୍ଟଲ୍, ସୃଜନାତ୍ମକ କ୍ରିୟାକଳାପ ଷ୍ଟଲ୍ ଓ ମତାମତ ଷ୍ଟଲ୍ ପ୍ରତିଷ୍ଠା କରାଯାଇଥିଲା l ସୁନ୍ଦର ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିଥିବା ବିଦ୍ୟାଳୟ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ନିମନ୍ତ୍ରିତ ଅତିଥି ଭାବେ ସି.ଆର.ସି.ସି. ରମେଶ ତ୍ରିପାଠୀ, ସନୋଜ କୁମ୍ଭାର, ସୁମନ୍ତ ସୁନା, ଶମ୍ଭୁନାଥ ଧଳ, ଶିକ୍ଷକ ଅଞ୍ଚଳ ବିଶ୍ଵାଳ, ବିବେକା ସାହୁ, ସୁଦୀପ୍ତ ପ୍ରଧାନ, ସରୋଜିନୀ ନନ୍ଦ, ଲକ୍ଷ୍ମୀକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଶିକ୍ଷକ ଅଶ୍ଵିନୀ କୁମାର ସାହୁ, ସହାୟତା ରେ କୁଞ୍ଜ ବିହାରୀ ବେହେରା, ସ୍ବରାଜ କ୍ରିଷ୍ଣନ୍ ପଟେଲ, କୁନ୍ତିଲତା ବଢେଇ, ମନୋରଞ୍ଜନ ବାରିକ, ବିନୋଦ ପୁଟେଲ, ଗୋବିନ୍ଦ ଚନ୍ଦ୍ର ପଧାନ, ସୁଲଭ ଗଡତ୍ୟା, ରତନ ରଣା, ସୁଶାନ୍ତ ମଲ୍ଲିକ, ଯୁଗନ୍ତ୍ରୀ ଡନସନା, ଗୌରୀ ବାଗ, ସୌଦାମିନୀ ନାୟକ, ସରସ୍ଵତୀ ବରିହା, ମିନତି ପ୍ରଭା କିଶାନ, ଉପେନ୍ଦ୍ର ଦୀପ, ଅରୁଣ ବାଗ ପ୍ରମୁଖ ରହିଥିଲେ । କମିଟି ର ମନୋଜ କୁମାର ସାହୁ ସାଜସଜ୍ଜା ରେ ସହଯୋଗ କରିଥିଲେ l