-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
06-Feb-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବିଲାସପୁର (ଛ.ଗ) ଠାରେ ତା.୩୧-୦୧-୨୫ ରୁ ତା.୦୨-୦୨-୨୫ ପର୍ଯ୍ୟନ୍ତ ଚାଲିଥିବା ଇଷ୍ଟ ଜୋନ୍ ଜାତୀୟ ସ୍ତରୀୟ ଅସ୍ମିତା ମହିଳା ପେଂଚାକ୍ ସିଲାଟ ପ୍ରତିଯୋଗିତାରେ ବରଗଡ଼ ଜିଲ୍ଲାର ୩ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ପ୍ରତିଯୋଗୀ ମାନେ ଟେଣ୍ତିଙ୍ଗ(fighting) ବର୍ଗରେ ଭାଗ ନେଇ ୨ଟି ରୋପ୍ୟ ଓ ୧ଟି କାଂସ୍ୟ ପଦକ ହାସଲ କରି ବରଗଡ଼ ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଛନ୍ତି ।ସାନ୍ଭି ପିପ୍ଲାନୀ ୦୧ଟି ରୋପ୍ୟ, ତନୁ ମେହେର ୦୧ଟି ରୋପ୍ୟ ଓ ଶ୍ରୀତି ପ୍ରଧାନ ୦୧ କାଂସ୍ୟ ପଦକ ହାସଲ କରିଛନ୍ତି । ବରଗଡ଼ ଜିଲ୍ଲା ପେଂଚାକ ସିଲାଟ ଏସୋସିଏସନ ର ଗୁରୁଶ୍ରୀ ଆଶୁତୋଷ ନାଏକ ଙ୍କ ପ୍ରଶିକ୍ଷକ ଭାବରେ ଉକ୍ତ ପ୍ରତିଯୋଗିତାରେ ଯୋଗ ଦେଇଥିଲେ ।ଏହି ପ୍ରତିଯୋଗୀତାରୁ ଫେରିଲା ପରେ ପ୍ରତିଯୋଗୀ ମାନଙ୍କୁ ବରଗଡ଼ ଜିଲ୍ଲାର ଅଭିଭାବକ ଓ ବୁଦ୍ଧିଜୀବିଙ୍କ ତରଫରୁ ପୁଷ୍ପ ମାଲ୍ୟ ଦେଇ ପ୍ରତିଯୋଗୀ ମାନଙ୍କୁ ସ୍ୱଗତ ଓ ଅଭିନନ୍ଦନ କରିଥିଲେ।