-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
04-Jan-2025
ସିନାପାଲି (ଚିନ୍ତାମଣି ନେତାମ )
ନୂଆପଡା ଜିଲ୍ଲା ସିନାପାଲି ସଦର ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଶନିବାର ଜେଜେମାଆ ଜେଜେବାପା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ା ସମ୍ମିଳନୀର ମୁଖ୍ୟ ଅତିଥି ଭାବରେ ବରିଷ୍ଠ କଳାକାର ନରହରି ମେହେର ଓ ମୁଖ୍ଯବକ୍ତା ଭାବରେ ସଙ୍କୁଳ ପ୍ରମୁଖ ତୁଳସୀରାମ ମେହେର ଯୋଗ ଦେଇ ଶିଶୁମାନଙ୍କ ସର୍ବାଙ୍ଗୀନ ବିକାଶରେ ଜେଜେମାଆ ଜେଜେବାପାଙ୍କ ମହତ୍ୱପୂର୍ଣ୍ଣ ଭୂମୀକା ବିଷୟରେ ଆଲୋକପାତ କରିଥିଲେ ା ପ୍ରାରମ୍ଭରେ ବିଦ୍ଯାଳୟର ପ୍ରଧାନ ଆଚାର୍ଯ୍ଯ ଚରଣ ନେତାମ ସମ୍ମିଳନୀର ଉଦ୍ଦେଶ୍ଯ ଜ୍ଞାପନ କରିଥିବା ବେଳେ ସହପ୍ରଧାନ ଆଚାର୍ଯ୍ୟ ସ୍ଵପ୍ନ କୁମାର କାଣ୍ଡ ମଞ୍ଚ ପରିଚାଳନା କରିଥିଲେ l କାର୍ଯ୍ଯକ୍ରମରେ ବିଦ୍ଯାଳୟରେ ଅଧ୍ଯୟନରତ ଭାଇଭଉଣୀଙ୍କ ଜେଜେମାଆ ଜେଜେବାପା ମାନେ ଉପସ୍ଥିତ ଥିଲେ ା ଶେଷରେ ବରିଷ୍ଠ ଆଚାର୍ଯ୍ୟ ମନମୋହନ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ଆୟୋଜନରେ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ,ଆଚାର୍ଯ୍ୟା, ସେବକ, ସେବିକା ସହଯୋଗ କରିଥିଲେ l