-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
04-Jan-2025
ବରଗଡ:(ନିରଞ୍ଜନ ତ୍ରିପାଠୀ)-ବର୍ତ୍ତମାନ ସଡ଼କ ସୁରକ୍ଷା ସପ୍ତାହ ଚାଲିଛି ଏହି ଅବସରରେ ଜେନିଥ ଲାୟନ୍ସ ଗୁରୁକୁଲ ସ୍କୁଲର ରେଡକ୍ରସ କାଉନସେଲର ଶ୍ରୀ ଡିଲେଶ୍ଵର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାଧାନରେ ଆଜି ତା.୦୪.୦୧.୨୦୨୫ ଶନିବାର ସ୍କୁଲର ରେଡକ୍ରସ ଛାତ୍ର, ଛାତ୍ରୀ ଓ ପଦ୍ମପୁର ପୋଲିସ ସହାୟତାରେ ବରଗଡ଼ ଜିଲ୍ଲା ପଦ୍ମପୁର ସ୍ଥିତ ଭେଉଁରିଆ ଛକ ଠାରେ ସଡ଼କ ସୁରକ୍ଷା ର ବିଭିନ୍ନ ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ। ଲୋକେ ଟ୍ରାଫିକର ନିୟମ ମାନି ଯାତାୟାତ କରିବାକୁ ସନ୍ଦେଶ ପ୍ରଦାନ କରିଥିଲେ। ଏହି ସଚେତନତା ଯୋଗୁଁ ସ୍କୁଲର ଛାତ୍ର ଛାତ୍ରୀ ଓ ରେଡକ୍ରସ କାଉନସେଲରଙ୍କୁ ଜନସାଧାରଣ ସାଧୁବାଦ ଜଣାଇଛନ୍ତି ।